ଓଡିଶା

odisha

ETV Bharat / sports

‘2007 ଟି-20 ବିଶ୍ବକପ ବେଳେ ବୋଲିଂରେ କରିଥିଲି ଭୁଲ’ - ହରଭଜନ ସିଂହ

2007 ଟି-20 ବିଶ୍ବକପରେ ମିସବାଙ୍କ ଠାରୁ ତିନି ଛକା ଖାଇବା କଥା ମନେ ପକାଇଲେ ହରଭଜନ ସିଂହ । କହିଲେ ମୁଁ କରିଥିଲି ଭୁଲ । ଅଧିକ ପଢ଼ନ୍ତୁ...

Harbhajan Singh,  Pakistan's Misbah smashed bhajji for three sixes, 2007 T-20 final, 2007 ଟି-20 ବିଶ୍ବକପ, ହରଭଜନ ସିଂହ, ବୋଲିଂରେ ଭୁଲ କରିଥିଲି
‘2007 ଟି-20 ବିଶ୍ବକପ ବେଳେ ବୋଲିଂରେ କରିଥିଲି ଭୁଲ’

By

Published : May 28, 2020, 6:27 PM IST

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ 2007 ଟି-20 ବିଶ୍ବକପ ଫାଇନାଲ ଏକ ଏପିକ ଥ୍ରୀଲର ରୂପେ ପରିଣତ ହୋଇଥିଲା । ଉଦ୍‌ଘାଟନୀ ଟି-20 ବିଶ୍ବକପରେ ଦୁଇ ଦଳ ମଧ୍ୟରେ ସ୍ମରଣୀୟ ପ୍ରତିଯୋଗିତାରେ ବିଭିନ୍ନ ମୋଡ଼ ଦେଖିବାକୁ ମିଳିଥିଲା, କିନ୍ତୁ ଶେଷରେ ଧୋନିଙ୍କ ନେତୃତ୍ବାଧୀନ ଟିମ ବିଶ୍ବକପ ଜିତିବାରେ ସଫଳ ହୋଇଥିଲା । 5 ରନରେ ଜିତି ଭାରତ ଟ୍ରଫି ହାତେଇବାରେ ସକ୍ଷମ ହୋଇଥିଲା, କିନ୍ତୁ ମ୍ୟାଚରେ ଏମିତି ଏକ ସମୟ ଆସିଥିଲେ ଯେତେବେଳେ ମ୍ୟାଚ ସମ୍ପୂର୍ଣ୍ଣ ରୂପେ ପାକିସ୍ତାନ ସପକ୍ଷରେ ଥିଲା ।

ଏକ ସାକ୍ଷାତକାରରେ ହରଭଜନ ସିଂ ସେହି ଓଭରକୁ ମନେ ପକାଇଥିଲେ ଯେଉଁଥିରେ ମିସବା ତାଙ୍କୁ ତିନି ଛକା ମାରିଥିଲେ। ଏହା ଖେଳର 17ତମ ଓଭର ଥିଲା ଏବଂ ହରଭଜନ ସେହି ଓଭରରେ 19 ରନ ଦେଇ ସାରିବା ପରେ ମ୍ୟାଚ ସମ୍ପୂର୍ଣ୍ଣ ପାକିସ୍ତାନ ସପକ୍ଷରେ ହୋଇଯାଇଥିଲା ।

ତାଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରି ହରଭଜନ କହିଛନ୍ତି ଯେ କିଛି ମ୍ୟାଚ ଏମିତି ଥିଲା ଯେଉଁଥିରେ ସେ ବ୍ୟସ୍ତ ଅନୁଭବ କରିଥିଲେ ଏବଂ ପାକିସ୍ତାନ ବିପକ୍ଷ ଟି-20 ଫାଇନାଲ ସେଥିମଧ୍ୟରୁ ଗୋଟିଏ । “କାରଣ ସେ ମତେ ଗୋଟିଏ ଛକା ମାରିବା ପରେ ଚାପ ବଢ଼ିବାରେ ଲାଗିଲା । କ’ଣ କରିବି ଭାବିବା ପରିବର୍ତ୍ତେ, ମୁଁ ମୋର ବୋଲିଂ କରିବାକୁ ଲାଗିଲି । ମୁଁ କେବେଳ ସେହି ଓଭର ସମାପ୍ତ କରି ଅନୁଭବ କରିବାକୁ ଚାହୁଁଥିଲେ ଯେ, ଯାହେଉ ମୋର ସରିଲା (ଚଲୋ, ହୋ ଗୟା ମେରା) ।

“ସେହି ଓଭରରେ ମିସବା ମୋ ପଛରେ ପଡି ଯାଇଥିଲେ । ଠିକ ଅଛି, କେହି ଜଣେ ଗୋଟିଏ ଛକା, ଦୁଇଟି ଛକା କିମ୍ବା ତିନି ଛକା ମାରିପାରନ୍ତି, କିନ୍ତୁ ମୋର ବୋଲିଂ ପ୍ରକ୍ରିୟା ଠିକ୍ ଥିଲା କି ? ଅନେକ ଥର ଆମେ (ବୋଲରମାନେ) କାଳେ ଆମକୁ କେହି ଛକା ଚଉକା ମାରିବ ଭାବି ଭୟଭୀତ ହୋଇ ବ୍ୟାଟ୍ସମ୍ୟାନକୁ ସୂଚାଇ ଦେଉ ଯେ ଆମେ ବ୍ୟାକ ଫୁଟରେ ଅଛୁ,’’ ବୋଲି କହିଛନ୍ତି ଭଜ୍ଜି ।

ସେ ଆହୁରି ମଧ୍ୟ ମିସବାଙ୍କ ବିରୋଧରେ ତାଙ୍କ ରଣନୀତି ବିଷୟରେ କହିଥିଲେ, “ତେବେ ମିସବା ବିପକ୍ଷରେ ମୁଁ କ୍ବିକ ଡେଲିଭରି ଏବଂ ୟର୍କର ବୋଲିଂ କରିବାକୁ ଚାହୁଁଥିଲି। କାରଣ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁଁ ଛଅଟି ୟର୍କର୍ ବୋଲିଂ କରିଥିଲି ଏବଂ ଏହା କାମ କରିଥିଲା । ବୋଧହୁଏ ସେଠାରେ ମୁଁ ଟିକିଏ ଅଧିକ ସମୟ ନେଇଥିଲି, ମୁଁ ଅଧିକ ଧ୍ୟାନ ଦେଇଥିଲି, ଏବଂ ମୋ ଯୋଜନାରେ ଲାଗି ରହିଥିଲି,’’ ବୋଲି ସେ କହିଛନ୍ତି।

ତାଙ୍କ ରଣନୀତିରେ କ’ଣ ଭୁଲ ହୋଇଥିଲା ତାହା ମଧ୍ୟ କହିଥିଲେ ଭଜ୍ଜି । “ପାକିସ୍ତାନ ବିରୋଧରେ ବୋଧହୁଏ ମୁଁ ତରତର ହେଉଥିଲି । ମୁଁ ସେହି ଚାପକୁ ସମ୍ଭାଳି ପାରିନଥିଲି । ଆଉ ଯେତେବେଳେ ଆପଣ ତରତର ହୁଏନ୍ତି ଆପଣ ସାବଧାନ ରହିବେନି । ଆପଣଙ୍କ ପାଦ ବି ଠିକରେ କାମ କରିବ ନାହିଁ ।’’

“କିମ୍ବା ଆପଣଙ୍କ ବୋଲିଂ ସହ ହାତ ସମନ୍ବୟ ରକ୍ଷା କରେ ନାହିଁ । ଆପଣଙ୍କ ଆଗ ହାତ ଶୀଘ୍ର ଖସିଯାଏ, କିମ୍ବା ଆପଣ ବୋଲିଂ କରୁଥିବା ହାତ ବିଳମ୍ବରେ ଆସେ, ବେଳେବେଳେ ବଲ୍ ସ୍ପିନ ହୁଏ ନାହିଁ, ଏବଂ ଆପଣ ଯାହା ଚାହୁଁଛନ୍ତି ତାହା ହୁଏ ନାହିଁ,’’ ବୋଲି 39 ବର୍ଷିୟ ଭଜ୍ଜି କହିଛନ୍ତି ।

ABOUT THE AUTHOR

...view details