ଓଡିଶା

odisha

ETV Bharat / sports

ଅଶ୍ବିନଙ୍କୁ ବିଶ୍ବର ଶ୍ରେଷ୍ଠ ଅଫ୍‌ ସ୍ପିନର କହିଲେ ଭଜ୍ଜି - ହରଭଜନ ସିଂହ

ଅଶ୍ବିନଙ୍କୁ ନେଇ ମୋ ମନରେ କୌଣସି ଇର୍ଷା ନାହିଁ କହିଲେ ହରଭଜନ ସିଂହ । ସେ ବିଶ୍ବର ଶ୍ରେଷ୍ଠ ଅଫ ସ୍ପିନର କହିଲେ ଭଜ୍ଜି । ଅଧିକ ପଢ଼ନ୍ତୁ...

Harbhajan Singh,  Ashwin as best off-spinner in world, ଅଶ୍ବିନ ବିଶ୍ବର ଶ୍ରେଷ୍ଠ ଅଫ୍‌ ସ୍ପିନର, ହରଭଜନ ସିଂହ, ଆର ଅଶ୍ବିନ
ଅଶ୍ବିନଙ୍କୁ ବିଶ୍ବର ଶ୍ରେଷ୍ଠ ଅଫ୍‌ ସ୍ପିନର କହିଲେ ଭଜ୍ଜି

By

Published : May 6, 2020, 1:06 AM IST

ହାଇଦ୍ରାବାଦ: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ ସୋମବାର କହିଛନ୍ତି ଯେ ରବିଚନ୍ଦ୍ରନ ଅଶ୍ବିନ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ଅଫ୍‌ ସ୍ପିନର । କିଛି ବର୍ଷ ପୂର୍ବେ ଭାରତ ଦଳରେ ଏକାକୀ ସ୍ପିନର ସ୍ଥାନ ପାଇଁ ହରଭଜନ ଏବଂ ଅଶ୍ବିନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଥିଲା। କିନ୍ତୁ ତାଙ୍କ ଇନଷ୍ଟାଗ୍ରାମ ଲାଇଭ ଚାଟ୍ ସୋରେ ଅଶ୍ବିନଙ୍କ ସହ କଥାବାର୍ତ୍ତା କରି ହରଭଜନ କହିଛନ୍ତି ଯେ ତାମିଲନାଡୁର ଏହି କ୍ରିକେଟରଙ୍କ ପ୍ରତି ତାଙ୍କର କୌଣସି ନକାରାତ୍ମକ ଭାବନା ନାହିଁ ।

“ଅନେକ ଲୋକ କହିବେ ଯେ ଆମ ମଧ୍ୟରେ ବହୁତ ଇର୍ଷା ଅଛି । କିନ୍ତୁ ମୁଁ ସେମିତି ଲୋକଙ୍କୁ କହିବାକୁ ଚାହେଁ ଯେ ମୋ ମନରେ ସେମିତି କୌଣସି ଭାବନା ନାହିଁ,’’ ବୋଲି 39 ବର୍ଷିୟ ଭଜ୍ଜି କହିଛନ୍ତି ।

ଭଜ୍ଜି ଆହୁରି ମଧ୍ୟ ଅଶ୍ବିନଙ୍କୁ “ଲିଜେଣ୍ଡ ଇନ ମେକିଙ୍ଗ (legend in the making)” ବୋଲି କହିଛନ୍ତି । ଅଶ୍ବିନ ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ଅଫ ସ୍ପିନର । ନାଥନ ଲେୟନଙ୍କୁ ମଧ୍ୟ ମୁଁ ପରିଗଣିତ କରିବି ଶ୍ରେଷ୍ଠ ସ୍ପିନର ଭାବେ ।’’

“କାରଣ ସେ ଅଷ୍ଟ୍ରେଲିଆରୁ ଆସନ୍ତି ଯେଉଁଠାରେ ପିଚ୍ ସ୍ପିନରମାନଙ୍କୁ ସାହାଯ୍ୟ କରେ ନାହିଁ । ଏହା ସତ୍ତ୍ବେ ସେ ନିଜ ପାଇଁ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଅଶ୍ବିନ ହେଉଛନ୍ତି ଶ୍ରେଷ୍ଠ,’’ ବୋଲି ସେ କହିଛନ୍ତି ।

‘‘ମୁଁ କେବଳ ଚାହୁଁଛି ଯେ ସେ ଫିଟ୍ ରୁହନ୍ତୁ କାରଣ ସେ ବହୁତ ଅଧିକ ୱିକେଟ୍ ନେବାକୁ ସକ୍ଷମ ଅଟନ୍ତି ଏବଂ ଦୁନିଆର ସର୍ବୋଚ୍ଚ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶେଷ କରିପାରନ୍ତି ।

ଅଶ୍ବିନ ଭାରତ ପାଇଁ 71ଟି ଟେଷ୍ଟ ଖେଳିଛନ୍ତି ଯେଉଁଥିରେ ସେ 25.43 ଆଭରେଜରେ 365 ୱିକେଟ ନେଇଛନ୍ତି ଏବଂ ଚାରିଟି ଶତକ ମଧ୍ୟ କରିଛନ୍ତି । ଏହାସହ 111ଟି ଦିନିକିଆ ମଧ୍ୟ ଖେଳିଛନ୍ତି, ଯେଉଁଥିରେ ସେ 32.91 ଆଭରେଜରେ 150 ୱିକେଟ ନେଇଛନ୍ତି । 33 ବର୍ଷୀୟ ଅଶ୍ବିନ 22.94 ଆଭରେଜରେ 46ଟି ମ୍ୟାଚରେ 52 ଟି-20 ୱିକେଟ ନେଇଛନ୍ତି ।

ABOUT THE AUTHOR

...view details