ହାଇଦ୍ରାବାଦ: କ୍ରିକେଟର ହରଭଜନ ସିଂହ ଓ ପତ୍ନୀ ଗୀତା ବସରା ଦ୍ବିତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ଜୁଲାଇ 2021 ସୁଦ୍ଧା ଉଭୟ ପତିପତ୍ନୀ ନୂଆ ଅତିଥିଙ୍କୁ ଘରେ ସ୍ବାଗତ କରିବେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି ଅଭିନେତ୍ରୀ ଗୀତା ବସରା ।
ଏହାପରେ ପୂର୍ବତନ କ୍ରିକେଟର ହରଭଜନଙ୍କୁ ସାଥୀ କ୍ରିକେଟର ଓ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୁରେଶ ରାଇନା ଓ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଶୁଭେଚ୍ଛା ଜଣାଇଛନ୍ତି ।