ମୁମ୍ବାଇ: 38 ବର୍ଷରେ କ୍ୟାପଟେନ୍ କୁଲ୍ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ହେଉଛି 38ତମ ଜନ୍ମବାର୍ଷୀକି । ଆଜିର ଏହି ଦିନରେ ଆସନ୍ତୁ ଜାଣିବା ଧୋନିଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ।
ବିଶ୍ବର ଜଣେ ସଫଳତମ କ୍ୟାପଟେନ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ ଟିମ୍କୁ ସେ ଦେଇଛନ୍ତି ଅନେକ ସ୍ମରଣୀୟ ବିଜୟ । ସେ ବିଶ୍ବର ଏକମାତ୍ର ଏମିତି କ୍ୟାପଟେନ୍ ଯିଏ ୱାନ ଡେ ମ୍ୟାଚରେ ପାକିସ୍ତାନ ବିପକ୍ଷରେ(ଡିସେମ୍ବର 2012) ସପ୍ତମ ନମ୍ବରରେ ବ୍ୟାଟିଙ୍ଗ୍ କରି ହାସଲ କରିଥିଲେ ଶତକ ।
ଧୋନୀ 2011 ୱାର୍ଲ୍ଡକପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଯେଉଁ ବ୍ୟାଟରେ ବିଜୟ ହାସଲ କରିଥିଲେ ସେହି ବ୍ୟାଟକୁ 72 ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।
ବିହାରଠାରୁ ଅଲଗା ହୋଇ ନୂଆ ରାଜ୍ୟ ଭାବରେ ଭାରତୀୟ ନକ୍ସାରେ ଝାରଖଣ୍ଡରୁ ଆସିଥିବା ପ୍ରଥମ କ୍ରିକେଟର ଭାବେ ଧୋନୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା ।
ଧୋନୀ ପାକିସ୍ତାନ ବିପକ୍ଷରେ ୱାନଡେ ଏବଂ ଟେଷ୍ଟ କ୍ୟାରିୟରରେ ନିଜର ପ୍ରଥମ ଶତକ କରିଥିଲେ । 2005-06ରେ ଧୋନୀ 148-148 ରନ୍ କରିଥିଲେ ।