ଓଡିଶା

odisha

ETV Bharat / sports

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି - Sourav Ganguly

ବେଙ୍ଗଲ ଟାଇଗର, ପ୍ରିନ୍ସ ଅଫ କୋଲକତା ଓ ଦାଦା ନାମରେ ପରିତିତ ଏହି ମହାନ କ୍ରିକେଟର 1996 ମସିହାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ମ୍ୟାଚରେ ଡେବ୍ୟୁ କରିଥିଲେ । ତେବେ 2ୟ ମ୍ୟାଚରେ ହିଁ ସେ ଟେଷ୍ଟ ଶତକ ଯୋଡିଥିଲେ । ଆଉ ଏମିତି କରି ସେ ବିଶ୍ବର 3ୟ ଖେଳାଳି ବନିଥିଲେ । ତେବେ ଯୁବାବସ୍ଥାରେ ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡରେ ଲର୍ଡ୍ସରେ ଶକତ ଯୋଡିଥିବାରୁ ତାଙ୍କୁ ପ୍ରିନ୍ସ ଅଫ କୋଲକତା ନାମରେ ପ୍ରଶଂସକ ଡାକିବାକୁ ଲାଗିଲେ ।

happy-birthday-dada-how-sourav-ganguly-took-indian-cricket-to-new-heights
ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

By

Published : Jul 8, 2020, 7:24 PM IST

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ ଇଣ୍ଡିଆ (ବିସିସିଆଇ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି 48 ତମ ଜନ୍ମଦିନ । ଜୁଲାଇ 8, 1972 ରେ ଜନ୍ମ ଗ୍ରହଣ କରିଥିବା ଗାଙ୍ଗୁଲି ଦୁନିଆର ସବୁଠୁ ବଡ କ୍ରିକେଟ୍ ଆଇକନ୍ ମଧ୍ୟରୁ ଜଣେ । ସେହିପରି 'ଗଡ୍ ଅଫ୍ ଅଫ୍ ସାଇଡ୍' ବୋଲି ତାଙ୍କୁ ଆଖ୍ୟା ଦେଇଥିଲେ ପୂର୍ବତନ କ୍ରିକେଟର ରାହୁଲ ଦ୍ରାଭିଡ୍‌ । ତେବେ 2000 ମସିହାରେ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବନିବା ପରେ ଏକ ନୂତନ ରୂପରେ ଭାରତୀୟ ଦଳକୁ ଦେଖିବାକୁ ମିଳିଥିଲା ।

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

ତେବେ ଏକ ଦଶନ୍ଧି ଧରି ଗାଙ୍ଗୁଲିଙ୍କ ଚମତ୍କାର ବ୍ୟାଟିଂ ଦେଶ ତଥା ବିଶ୍ବ ପ୍ରଶଂସକଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥିଲା । ଦଳରେ ତାଙ୍କର ଚମତ୍କାର ରଣ କୌଶଳ ବିରୋଧୀଙ୍କ ମୁଣ୍ଡବ୍ୟଥାର ଅନ୍ୟ କାରଣ ହେଉଥିଲା । ବେଙ୍ଗଲ ଟାଇଗର, ପ୍ରିନ୍ସ ଅଫ କୋଲକତା ଓ ଦାଦା ନାମରେ ପରିତିତ ଏହି ମହାନ କ୍ରିକେଟର 1996 ମସିହାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ମ୍ୟାଚରେ ଡେବ୍ୟୁ କରିଥିଲେ । ତେବେ 2ୟ ମ୍ୟାଚରେ ହିଁ ସେ ଟେଷ୍ଟ ଶତକ ଯୋଡିଥିଲେ । ଆଉ ଏମିତି କରି ସେ ବିଶ୍ବର 3ୟ ଖେଳାଳି ବନିଥିଲେ । ତେବେ ଯୁବାବସ୍ଥାରେ ତଥା ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡରେ ଲର୍ଡ୍ସରେ ଶତକ ଯୋଡିଥିବାରୁ ତାଙ୍କୁ ପ୍ରିନ୍ସ ଅଫ କୋଲକତା ନାମରେ ପ୍ରଶଂସକ ଡାକିବାକୁ ଲାଗିଲେ ।

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

ସେହିପରି ଏହାର ପର ବର୍ଷ ଅର୍ଥାତ 1997 ମସିହାରେ ସେ କ୍ରମାଗତ 4ଟି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ସକ୍ଷମ ହୋଇଥିଲେ । ତେବେ 1999 କ୍ରିକେଟ୍ ବିଶ୍ୱକପରେ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ 183 ରନର ପାଳି ଖେଳିଥିଲେ । ରାହୁଲ ଦ୍ରାବିଡଙ୍କ ସହ ମିଶି 318 ରନ୍ ଭାଗିଦାରୀରେ ଯୋଡିଥିଲେ ।

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

ଆଉ ଏହା ପରେ ଆସିଲା ଦାଦଙ୍କ ଅସଲି ପରୀକ୍ଷାର ବେଳେ । 2000 ମସିହାରେ ମ୍ୟାଚ୍ ଫିକ୍ସିଂ ଦୁର୍ନୀତି ଭାରତୀୟ ଶିବିରକୁ କଳଙ୍କିତ କରିଥିଲା ବେଳେ ଦଳର ମଙ୍ଗ ଧରିଲେ ଦାଦା । ଏଭଳି ଏକ ଅଶାନ୍ତ ସମୟରେ ଦଳକୁ ପରିଚାଳନା କରିବା ଏକ ଆହ୍ବାନ ଭାରା କାର୍ଯ୍ୟଥିଲା । ସେ ସମୟରେ ଦଳରେ ଅଧିକାଂଶ ଯୁବ ଖେଳାଳିଥାନ୍ତି । ଆଉ ବିଶ୍ବକପ ତୟାରି ପାଇଁ ହାତରେ କମ ସମୟ ମଧ୍ୟ ଥାଏ । ତେବେ ଦାଦା ଅଧିନାୟକ ହେବା ମାତ୍ରେ ନୂତନ ପ୍ରତିଭାକୁ ସୁଯୋଗ ଦେବାରେ ଲାଗନ୍ତି । ଏହା ତାଙ୍କ ନେତୃତ୍ବର ଏକ ପ୍ରମାଣ ଯେ ଯୁବରାଜ ସିଂ, ହରଭଜନ ସିଂ, ମହମ୍ମଦ କୈଫ, ଏମଏସ ଧୋନି, ଆଶିଷ ନେହେରା ଏବଂ ଜାହିର ଖାନ ଭଳି ଭାରତୀୟ ଷ୍ଟାର କ୍ରିକେଟରଙ୍କୁ ଦାଦା ହିଁ ସାମ୍ନାକୁ ଆଣିଥିଲେ ।

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

ତେବେ ଗାଙ୍ଗୁଲି ପ୍ରଥମେ ଭାରତକୁ 2000 ଆଇସିସି ନକ୍ଆଉଟ୍ ଟ୍ରଫିର ଫାଇନାଲକୁ ନେଇଥିଲେ | 2001ରେ ଭାରତୀୟ କ୍ରିକେଟ୍ ପାଇଁ ଆଉ ଏକ ସଫଳତା ମୁହୂର୍ତ୍ତ ଆସିଥିଲା ଯେତେବେଳେ ଗାଙ୍ଗୁଲି ନେତୃତ୍ବାଧୀନ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ 2-1ରେ ପରାସ୍ତ କରିଥିଲା ​​| ଏହି ସିରିଜ୍ ସମୟରେ ଭାରତ ଇଡେନ୍ ଗାର୍ଡେନ୍ସରେ ସବୁଠାରୁ ପ୍ରସିଦ୍ଧ ଟେଷ୍ଟ ବିଜୟ ରେକର୍ଡ କରିଥିଲା ​​| ଷ୍ଟିଭ୍ ୱେଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଭାରତକୁ ଫଲୋ ଅନ ଦେଇଥିଲା । ମାତ୍ର ଭିଭିଏସ୍ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କ ଭାଗିଦାରୀ ଭାରତୀୟ ଦଳ ପାଇଁ ଏକ ବଡ଼ ପ୍ରତ୍ୟାବର୍ତ୍ତନ ଆଣିଥିଲା । ଶେଷରେ ମ୍ୟାଚ ଜିତିଥିଲା ଭାରତ ।

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

ସେହିପରି 2002, ନାଟୱେଷ୍ଟ ଟ୍ରଫିର ଫାଇନାଲରେ ଯେତେବେଳେ ଭାରତ ପ୍ରସିଦ୍ଧ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡକୁ ପରାସ୍ତ କରିଥିଲା, ଦାଦା ନିଜ ଜର୍ସି ଓହ୍ଲାଇ ଚିୟର ଅଫ କରିବା ଦୃଶ୍ୟ ଆଜି ବି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଅଲିଭା । ଦୁଇ ଯୁବ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବଂ ମହମ୍ମଦ କୌଫଙ୍କ ଭାଗୀଦାର ଦ୍ବାରା ନଟୱେଷ୍ଟ ଟ୍ରଫିର ଫାଇନାଲରେ ବିଜୟୀ ହୋଇଥିଲା ଭାରତ ।

ଦାଦା@48: ଆଜିର ସଫଳତମ ଭାରତୀୟ ଦଳର ମୁଳଦୂଆ ପକାଇଥିଲେ ଗାଙ୍ଗୁଲି

ତେବେ 48 ବର୍ଷୀୟ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ଦଳ 2003 ବିଶ୍ବକପ ଫାଇନାଲରେ ରନର୍ସ ଅଫ ହୋଇଥିଲା । ସେହିପରି 2004 ମସିହାରେ ପାକିସ୍ତାନ ମାଟିରେ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ବିଜୟ ମଧ୍ୟ ଭାରତ ପାଇଁ ଐତିହାସିକ ବିଜୟ ହୋଇଥିଲା ।

ସେହିପରି 2005-06 ସିଜନରେ କିଛି ଅପ୍ରିତିକର ପରିସ୍ଥିତ ଦେଇ ମଧ୍ୟ ଗାଙ୍ଗୁଲିଙ୍କୁ ଗତି କରିବାକୁ ପଡିଥିଲା । କରାଣ ସେ ସମୟର ଭାରତୀୟ କୋଚ୍‌ ଗ୍ରେଗ ଚାପେଲଙ୍କ ଗାଙ୍ଗୁଲିଙ୍କ ମାମଲା ଆଗକୁ ବଢିଥିଲା । ଅସାଦଚରଣ ଅଭିଯୋଗରେ ଗାଙ୍ଗୁଲିଙ୍କୁ କିଛି ସିରିଜରୁ ବାଦ୍‌ ମଧ୍ୟ ଦିଆଯାଇଥିଲା । ମାତ୍ର ଜଣେ ଯୋଦ୍ଧା ପରି ଦାଦା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଜୋହାନ୍ସବର୍ଗରେ (50+) ସ୍କୋର ପୁଣି ଥରେ ସେ ନିଜକୁ ପ୍ରମାଣିତ କରିଥିଲେ ।

ତେବେ 2008 ରେ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିବା ପରେ କୋଲକାତାର ପ୍ରିନ୍ସ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରୁ ଅବସର ଘୋଷଣା କରିଥିଲେ । ମାତ୍ର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଜାରି ରଖିଥିଲେ । ପରେ 2012ରେ ଘରୋଇ କ୍ରିକେଟରୁ ମଧ୍ୟ ଅବସର ନେଇଥିଲେ ଗାଙ୍ଗୁଲି ।

ପୂର୍ବତନ ଅଧିନାୟକ ଭାରତ ପାଇଁ 113 ଟେଷ୍ଟ ଏବଂ 311 ଟି ଦିନିକିଆ ଖେଳିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ସମସ୍ତ ଫର୍ମାଟରେ 18,575 ରନ୍ ସ୍କୋର କରିଛନ୍ତି । ଗାଙ୍ଗୁଲି ସମସ୍ତ ଫର୍ମାଟରେ 195 ଟି ମ୍ୟାଚ୍ ରେ ଭାରତର ନେତୃତ୍ୱ ନେଇଛନ୍ତି । ସେଥି ମଧ୍ୟରୁ 97 ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି ।

ପରେ କୋଲକାତାର ରାଜକୁମାର କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳା (CAB) ର ସଭାପତି ଏବଂ ଗତ ବର୍ଷ ଅକ୍ଟୋବରରେ ବିସିସିଆଇର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତରେ ଦିବାରାତି ଟେଷ୍ଟର ସଫଳ ଆୟୋଜନ ପଛରେ ଗାଙ୍ଗୁଲି ଏକ ପ୍ରମୁଖ ଭୂମିକା ରହିଛି । 2019 ରେ ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଦିବାରାତ୍ରୀ ଟେଷ୍ଟ ମ୍ୟାଚ୍ ଖେଳିଥିଲା ଆଉ ଯେଉଁଥିରେ ବିଜୟ ହାସଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details