ଓଡିଶା

odisha

ETV Bharat / sports

ଗୋ ଗ୍ରୀନ୍‌ ବାର୍ତ୍ତା ନେଇ ଗ୍ରୀନ୍‌ ଜର୍ସିରେ ଆରସିବି - go green

ଦିଲ୍ଲୀ ବିପକ୍ଷରେ ରେଡ୍‌ ଜର୍ସି ବଦଳରେ ଗ୍ରୀନ୍‌ ଜର୍ସି ପିନ୍ଧି ଆରସିବି ପଡିଆକୁ ଓହ୍ଲାଇଛି । ଆରସିବି 2011ରୁ 'ଗୋ ଗ୍ରୀନ୍‌' ସଚେତନର ବାର୍ତ୍ତା ଦେବା ଲାଗି କିଛି ମ୍ୟାଚ୍‌ରେ ସବୁଜ ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଆସିଥାଏ ।

ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@ଟ୍ବିଟର

By

Published : Apr 7, 2019, 7:16 PM IST

Updated : Apr 7, 2019, 7:31 PM IST

ବେଙ୍ଗାଲୁରୁ: ଘରୋଇ ଗ୍ରାଉଣ୍ଡରେ ରବିବାର ଦିନ ଦିଲ୍ଲୀ ବିପକ୍ଷରେ ରେଡ୍‌ ଜର୍ସି ବଦଳରେ ଗ୍ରୀନ୍‌ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଛି ଆରସିବି । ପରିବେଶ ସଂରକ୍ଷଣର ବାର୍ତ୍ତା ଦେବା ଲାଗି ସବୁଜ ରଙ୍ଗର ଜର୍ସି ପିନ୍ଧିଛନ୍ତି ବିରାଟ ବାହିନୀ ।

ଟସ୍‌ ପଡିବା ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍‌ ଶ୍ରେୟସ ଅୟରଙ୍କୁ ଆରସିବି ଅଧିନାୟକ ବିରାଟ ଚାରାଗଛ ଭେଟି ଦେଉଥିବା ଦୃଶ୍ୟ ଚିନ୍ନାସ୍ବାମୀ ଷ୍ଟାଡିୟିମ୍‌ରେ ଦେଖିବାକୁ ମିଳିଥିଲା ।


ସୂଚନାଥାଉକି, ଆରସିବି 2011ରୁ 'ଗୋ ଗ୍ରୀନ୍‌' ସଚେତନର ବାର୍ତ୍ତା ଦେବା ଲାଗି କିଛି ମ୍ୟାଚ୍‌ରେ ସବୁଜ ଜର୍ସି ପିନ୍ଧିକି ଗ୍ରାଉଣ୍ଡକୁ ଆସିଥାଏ । ବିଶ୍ବକୁ ଗ୍ଲୋବଲ୍‌ ଓ୍ବାର୍ମିଙ୍ଗ୍‌ ବିଷୟରେ ସଚେତନ କରାଇବା ଆରସିବିର ଏହା ଏକ ପ୍ରଚେଷ୍ଟା । ଆରସିବି କ୍ରମାଗତ ଭାବେ ବୃକ୍ଷରୋପଣର ଅପିଲ୍‌ କରିଆସୁଛି । ଟିମ୍‌ର ସଦସ୍ୟମାନେ ବି ତାଙ୍କର ଫ୍ୟାନ୍ସ ମାନଙ୍କୁ ବସ୍‌ ଜରିଆରେ ମ୍ୟାଚ୍‌ ଦେଖି ଆସିବାକୁ କହିଛନ୍ତି । କାରଣ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର ଦ୍ବାରା ଇନ୍ଧନର ସଂରକ୍ଷଣ ହୋଇପାରିବ । ସେହିପରି ରବିବାର ଦିନ ଫ୍ୟାନ୍ସମାନେ ରେଡ୍‌ ଫ୍ଲାଗ୍‌ ବଦଳରେ ଗ୍ରୀନ୍‌ ଫ୍ଲାଗ୍‌ ଜରିଆରେ ଟିମ୍‌କୁ ସମର୍ଥନ କରିଛନ୍ତି ।


ରବିବାରର ଏହି 20ତମ ମୁକାବିଲା ଆରସିବି ଓ ଦିଲ୍ଲୀ କ୍ୟାପିଟେଲ୍ସ ମଧ୍ୟରେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଅୟର ଟସ୍ ଜିତିଥିଲେ ।

Last Updated : Apr 7, 2019, 7:31 PM IST

For All Latest Updates

ABOUT THE AUTHOR

...view details