ଓଡିଶା

odisha

ETV Bharat / sports

ୱାସିମ ଜାଫରଙ୍କ ମହାନ ମୁମ୍ବାଇ ଏକାଦଶରେ ଗାଭାସ୍କର କ୍ୟାପଟେନ

ଭେଟେରାନ ୱାସିମ ଜାଫରଙ୍କ ମହାନ ମୁମ୍ବାଇ ଏକାଦଶରେ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର କ୍ୟାପଟେନ ଭାବେ ସ୍ଥାନ ପାଇଛନ୍ତି । ବର୍ଷ 1970 ପରେ ମୁମ୍ଭାଇ ପକ୍ଷରୁ ଖେଳିଥିବା ମହାନ କ୍ରିକେଟରଙ୍କୁ ନେଇ ଏକ ଟିମ ଘୋଷଣା କରିଛନ୍ତି ୱାସିମ ଜାଫର ।

By

Published : Apr 12, 2020, 11:03 AM IST

Gavaskar to skipper wasim jaffer's greatest Mumbai XI
ୱାସିମ ଜାଫରଙ୍କ ମହାନ ମୁମ୍ବାଇ ଏକାଦଶରେ ଗାଭାସ୍କର କ୍ୟାପଟେନ

ହାଇଦ୍ରାବାଦ: ଭେଟେରାନ ୱାସିମ ଜାଫରଙ୍କ ମହାନ ମୁମ୍ବାଇ ଏକାଦଶରେ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର କ୍ୟାପଟେନ ଭାବେ ସ୍ଥାନ ପାଇଛନ୍ତି । ବର୍ଷ 1970 ପରେ ମୁମ୍ଭାଇ ପକ୍ଷରୁ ଖେଳିଥିବା ମହାନ କ୍ରିକେଟରଙ୍କୁ ନେଇ ଏକ ଟିମ ଘୋଷଣା କରିଛନ୍ତି ୱାସିମ ଜାଫର । ନିକଟରେ କ୍ରିକେଟରୁ ଅବସର ଗ୍ରହଣ ନେଇଛନ୍ତି ମୁମ୍ବାଇ ଭେଟେରାନ ୱାସିମ ଜାଫର ଏହି ଟିମରେ ସର୍ବାକାଳୀନ ଶ୍ରେଷ୍ଠ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ ପିଲାଦିନର ସାଥି କ୍ରିକେଟର ବିନୋଦ କାମ୍ବଲି ସ୍ଥାନ ପାଇଛନ୍ତି । ଗାଭାସ୍କର ନିଜ ଟ୍ବିଟର ଆକାଉଣ୍ଟରେ ଏହି ଟିମ ଘୋଷଣା କରିଛନ୍ତି ।

ନଜର ପକାନ୍ତୁ ଜାଫରଙ୍କ ମହାନ ମୁମ୍ବାଇ ଏକାଦଶ ଉପରେ...

1. ସୁନିଲ ଗାଭାସ୍କର (କ୍ୟାପଟେନ)

2. ରୋହିତ ଶର୍ମା

3. ଭେଙ୍ଗସରକର

4.ସଚିନ ତେନ୍ଦୁଲକର

5. ବିନୋଦ କାମ୍ବଲି

6. ସି. ପଣ୍ଡିତ(ୱିକେଟ କିପର)

7. ବହୁତୁଲେ/ ରମେଶ ପାୱାର

8. ଅଜିତ ଅଗରକର/ ଅବଜୁଲ ଇସମାଲ

9. ଜାହିର ଖାନ

10. ଏ କୁଲୁଭିଲ୍ଲା

11. ପି ଶିବଲକର

12. ଜି. ପାରକର

ଭେଟେରାାନ ୱାସିମ ଜାଫର 260 ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଛନ୍ତି । ଏଥିସହିତ 31ଟି ଟେଷ୍ଟ, 2ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଟ ମଧ୍ୟ ଟିମ ଇଣ୍ଡିଆ ପକ୍ଷରୁ ଖେଳିଛନ୍ତି । ମୁମ୍ବାଇ ଓପନର ଭାବେ କ୍ୟାରିୟର ଆରମ୍ଭ କରିଥିବା ଜାଫର 2015-16 ସିଜିନ ପୂର୍ବରୁ ବିଦର୍ଭ ଟିମର ସଦସ୍ୟ ପାଲଟିଥିଲେ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details