ଓଡିଶା

odisha

କୋହଲିଙ୍କ ପ୍ରଦର୍ଶନକୁ ନେଇ ଗାଭାସ୍କରଙ୍କ ବିବାଦୀୟ ବୟାନ, ଅନୁଷ୍କା କହିଲେ 'ସ୍ବାଦହୀନ'

By

Published : Sep 25, 2020, 4:52 PM IST

ସୁନୀଲ ଗାଭାସ୍କରଙ୍କ ଉଦ୍ଦେଶ୍ୟରେ ଅନୁଷ୍କା ଶର୍ମା ଲେଖିଛନ୍ତି, "ମିଷ୍ଟର ଗାଭାସ୍କର, ତୁମର ଟିପ୍ପଣୀ ସ୍ବାଦହୀନ । ସ୍ବାମୀଙ୍କ ଖେଳ ପାଇଁ ପତ୍ନୀଙ୍କୁ ନେଇ ପ୍ରତିକ୍ରିୟା ରଖିବା କେତେଦୂର ଠିକ୍ ?

Gavaskar creates controversy after Kohli's off day, Anushka calls it 'distasteful'
କୋହଲିଙ୍କ ପ୍ରଦର୍ଶନକୁ ନେଇ ଗାଭାସ୍କରଙ୍କ ବିବାଦୀୟ ବୟାନ, ଅନୁଷ୍କା କହିଲେ 'ସ୍ବାଦହୀନ'

ଦୁବାଇ: ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନେଇ ବିବାଦୀୟ ମତ ରଖି ଚର୍ଚ୍ଚାରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ଗାଭାସ୍କରଙ୍କ ଟିପ୍ପଣୀ ପରେ ଅନୁଷ୍କା ଏହାକୁ ସ୍ବାଦହୀନ(ଡିସଟେଷ୍ଟଫୁଲ) କହିବା ସହ, ବିସ୍ତୃତ ଉତ୍ତର ରଖିଛନ୍ତି ।

ଚଳିତ ଆଇପିଏଲରେ କୋହଲିଙ୍କ ଟିମ ଆରସିବି, କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଥିଲା । ମ୍ୟାଚରେ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ନୈରାଶାଜନକ ରହିଥିଲା ।

ଗୁରୁବାର ଖେଳାଯାଇଥିବା ଲୋକେଶ ରାହୁଲଙ୍କ ପଞ୍ଜାବ ଟିମ ବିପକ୍ଷ ମ୍ୟାଚରେ କୋହଲି ଦୁଇଟି ଗୁରୁତ୍ବପୂର୍ଣ୍ଣ କ୍ୟାଚ ହାତଛଡା କରିଥିଲେ । ମ୍ୟାଚର 17 ତମ ଓଭରରେ ପଞ୍ଜାବ କ୍ୟାପଟେନ କେଏଲ ରାହୁଲ 83 ରନରେ ଥିବାବେଳେ ଗୋଟିଏ କ୍ୟାଚ ଓ ଅନ୍ୟଟି 18ତମ ଓଭରରେ 89 ରନରେ ବ୍ୟାଟିଂ କରୁଥିବାବେଳେ କୋହଲି ହାତଛଡା କରିଥିଲେ । ଏହାପରେ ରାହୁଲ 69 ବଲରୁ 132 ରନର ରେକର୍ଡ ଶତକୀୟ ଇଂନିସ ଖେଳିଥିଲେ । ଏହି ସ୍କୋର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ତେବେ ବିଜୟ ଲକ୍ଷ୍ୟକୁ ପିଛା କରୁଥିବାବେଳେ, ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି 5ଟି ବଲରୁ ମାତ୍ର 1 ରନ କରିବାକୁ ସମର୍ଥ ହୋଇଥିଲେ ।

ଏହି ସମୟରେ କମେଣ୍ଟ୍ରୀ ବକ୍ସରେ ଉପସ୍ଥିତ ଥିବା ଗାଭାସ୍କର, କୋହଲିଙ୍କ ସହ ଅଭିନେତ୍ରୀ ପତ୍ନୀ ଅନୁଷ୍କାଙ୍କୁ ନେଇ ଟିପ୍ପଣୀ କରିଥିଲେ । ଏହାପରେ ବିରାଟଙ୍କ ଫ୍ୟାନ୍ସ ଏହାକୁ ନେଇ କ୍ଷୁବ୍ଧ ହେବା ସହ କମେଣ୍ଟ୍ରୀ ପ୍ୟାନେଲରୁ ଗାଭାସ୍କରଙ୍କୁ ହଟାଇବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି ।

ଲକଡାଉନ ସମୟରେ କୋହଲିଙ୍କୁ ନିଜ ଆପାର୍ଟମେଣ୍ଟରେ ଅନୁଷ୍କାଙ୍କ ସହ କ୍ରିକେଟ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଗାଭାସ୍କର କହିଥିଲେ, "ଅଧିକ ଅଭ୍ୟାସ କଲେ ଅଧିକ ଦକ୍ଷ ହୋଇପାରିବେ, ତେବେ ଅନୁଷ୍କାଙ୍କୁ ବୋଲିଂର ଅଭ୍ୟାସ କରି କିଛି ଲାଭ ମିଳିପାରିନି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details