ଓଡିଶା

odisha

ETV Bharat / sports

ଦିଲ୍ଲୀ ପ୍ରଦୂଷଣ ପାଇଁ ମୁଁ ଜିଲାପି ଖାଇବା ଛାଡିଦେବି: ଗମ୍ଭୀର

ଗୌତମ ଗମ୍ଭୀର କହିଲେ "ଯଦି ମୋ ଜିଲାପି ଖାଇବା ପାଇଁ ଦିଲ୍ଲୀ ପ୍ରଦୂଷଣ ବଢୁଛି ତେବେ ମୁଁ ଜିଲାପି ଖାଇବା ଛାଡିଦେବି। "

ଗୌତମ ଗମ୍ଭୀର

By

Published : Nov 18, 2019, 3:13 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଆପକୁ ଗମ୍ଭୀରଙ୍କ ପାଲଟା ଆକ୍ରମଣ । ତାଙ୍କୁ ଟ୍ରୋଲ କରିବା ପାଇଁ ଲଗାଯାଇଥିବା ପୋଷ୍ଟର ଓ ତାଙ୍କ ଜିଲାପି ଖାଇବା ଘଟଣାର ଜବାବ ଦେଲେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । କହିଲେ "ଯଦି ମୋ ଜିଲାପି ଖାଇବା ପାଇଁ ଦିଲ୍ଲୀ ପ୍ରଦୂଷଣ ବଢୁଛି ତେବେ ମୁଁ ଜିଲାପି ଖାଇବା ଛାଡି ଦେବି ।"

ଗମ୍ଭୀର ପୁଣି କହିଛନ୍ତି, " ଦିଲ୍ଲୀ ପ୍ରଦୂଷଣ ପାଇଁ ଯେତେ କାମ ମୁଁ ଗତ 5 ମାସ ଭିତରେ କରିଛି । ତାହାର ଏକପ୍ରତିଶତ ମଧ୍ୟ ଦିଲ୍ଲୀ ସରକାର କରିନାହାଁନ୍ତି। ମୋତେ 10 ମିନିଟ ଭିତରେ ଟ୍ରୋଲ କରିବା ବଦଳରେ ଯଦି ଏତିକି ସମୟ ଦିଲ୍ଲୀ ପ୍ରଦୂଷଣ କଥା ଚିନ୍ତା କରିଥାନ୍ତେ, ତାହାଲେ ଆଜି ଦିଲ୍ଲୀର ଏପରି ଅବସ୍ଥା ହୋଇ ନଥାନ୍ତା । "

ମୁଁ ଜିଲାପି ଖାଇବା ଚାଡିଦେବି
ଏଠାରେ ଉଲ୍ଲେଖଥାଉ କି, ଗତ ନଭେମ୍ବର 15ରେ ଦିଲ୍ଲୀରେ ଆୟୋଜନ ହୋଇଥିବା ଷ୍ଟାଣ୍ଡିଂ କମିଟିର ପୌର ବିକାଶ ବୈଠକରେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଯୋଗ ଦେଇନଥିଲେ। ଏହି ଘଟଣାକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସେ ନିଖୋଜ ଥିବା ପୋଷ୍ଟର ଲଗାଯାଇଥିଲା । ଅନ୍ୟପଟେ ସଂଯୋଗ ବଶତଃ ଉକ୍ତ ଦିନ ଇନ୍ଦୋରରେ ଚାଲିଥିବା ଭାରତ- ବାଂଲାଦେଶ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ସହ ଭିଭିଏସ ଲକ୍ଷ୍ମଣ ଏକ ଫଟୋ ଉଠାଇ ଟ୍ବିଟ କରିଥିଲେ । ଯେଉଁଥିରେ ଗମ୍ଭୀର ଜିଲାପି ଓ ପୋହା ଖାଉଥିବା ନଜର ଆସିଥିଲେ। ଏହାକୁ ନେଇ ଆମ ଆଦମୀ ପାର୍ଟି ଏକ ଟ୍ବିଟ କରି ଗମ୍ଭୀରଙ୍କୁ କଡା ନିନ୍ଦା କରିଥିଲା ।
ଗୌତମ ଗମ୍ଭୀର

ABOUT THE AUTHOR

...view details