ଓଡିଶା

odisha

ETV Bharat / sports

କ୍ରିକେଟରରୁ ରାଜନେତା.. ବିଶ୍ବକପ ବିଜେତାଙ୍କ ଦୁଇଟି ବିଜୟୀ ପାଳି - Gautam Gambhir birthday

39 ବର୍ଷରେ ପାଦ ଦେଇଛନ୍ତି କ୍ରିକେଟରରୁ ରାଜନେତା ବନିଥିବା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର । ଇଟିଭି ଭାରତ ପରିବାର ତରଫରୁ ଗମ୍ଭୀରଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ।

ଗୌତମ ଗମ୍ଭୀର
ଗୌତମ ଗମ୍ଭୀର

By

Published : Oct 14, 2020, 12:09 PM IST

ହାଇଦ୍ରାବାଦ: ଆଜି ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀରଙ୍କ 39 ତମ ଜନ୍ମଦିନ । ସେ 14 ଅକ୍ଟୋବର 1981 ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀପକ ଗମ୍ଭୀର ଏବଂ ମାତାଙ୍କ ନାମ ସେମ । ତାଙ୍କ ପତ୍ନୀଙ୍କ ନାମ ନତାଶା ଜୈନ। ।

ଗୌତମ ଗମ୍ଭୀର 10 ବର୍ଷ ବୟସରୁ କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ । ତେବେ ଏହି ପୂର୍ବତନ କ୍ରିକେଟର ଭାରତର ଦୁଇ ବିଜୟୀ ବିଶ୍ବକପ ଫାଇନାଲରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । 2011 ବିଶ୍ବକପ ଓ 2007 ଟି-20 ବିଶ୍ବକପରେ ଗମ୍ଭୀରଙ୍କ ଅର୍ଦ୍ଧଶତକୀୟ ପାଳି ଭାରତକୁ ବିଜୟ କରାଇଥିଲା ।

ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର- 58 ଟି ଟେଷ୍ଟ, 147 ଟି ଦିନିକିଆ ଏବଂ 37 ଟି-20 । ଯେଉଁଥିରେ ସେ ଯଥାକ୍ରମେ 4,154, 5,238 ଏବଂ 932 ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲରେ ସେ ଦିଲ୍ଲୀ ଓ କୋଲକତା ଫ୍ରାଞ୍ଚାଇଜ୍‌ ପାଇଁ ଖେଳିଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ମନେପକାଇବା ତାଙ୍କର ଦୁଇ ବିଶ୍ବବିଜୟା ପାଳି ।

  • 2007 ବିଶ୍ବକପ ଟି -20 ଫାଇନାଲ

ଜୋହାନ୍ସବର୍ଗରେ ପ୍ରଥମେ ବ୍ୟାଟିଂ କରି ଗମ୍ଭୀର ଭାରତ ପାଇଁ ନେତୃତ୍ୱ ନେଇଥିଲେ । ୱିକେଟ୍ ନିୟମିତ ବ୍ୟବଧାନରେ ପଡି ଚାଲିଥିବା ବେଳେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ରହିଥିଲେ । ତାଙ୍କର 54-ବଲ୍ 75 ଭାରତକୁ 157/5 ରେ ପହଞ୍ଚାଇଥିଲା । ଏହାର ଉତ୍ତରରେ, 2007 ରେ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଭାରତକୁ ପ୍ରଥମ ବିଶ୍ୱ ଟି -20 ଟାଇଟଲ ଦେବା ପାଇଁ ସକ୍ଷମ ହୋଇଥିଲା ।

  • 2011 ଦିନିକିଆ ବିଶ୍ବକପ୍ ଫାଇନାଲ

ନିଃସନ୍ଦେହ ଯେ, ୱାଙ୍ଖେଡ ମୈଦାନରେ ଏହାଥିଲା ଗମ୍ଭୀରଙ୍କ ସର୍ବୋତ୍ତମ କ୍ରିକେଟିଂ ଇନିଂସ । ଧୋନିଙ୍କ ନେତୃତ୍ୱାଧୀନ ଦଳ 2011 ବିଶ୍ବକପ ଫାଇନାଲରେ 275 ରନର ପିଛା କରୁଥିବା ବେଳେ ଦଳୀୟ ସ୍କୋର 31/2ରେ ଦଳର ଦମ୍ଭ ଭାଙ୍ଗି ପଡିଥିଲା । ମାତ୍ର ଏହା ପରେ ଆରମ୍ଭ ହେଲା କୋହଲି- ଗମ୍ଭୀରଙ୍କ ବିଶ୍ବବିଜୟୀ ଭାଗିଦାରୀ ।

ପରେ କୋହଲି 35 ରନ୍‌ରେ ଆଉଟ ହେବା ପରେ ଦଳର ବ୍ୟାଟିଂ ଟଳମଳ ନଜର ଆସିଥିଲା । ପରେ ଅଧିନାୟକ ଧୋନିଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ 109ରନର ଶକତୀୟ ଭାଗିଦାରି ଖେଳିଥିଲେ ଗମ୍ଭୀର । ତେବେ ଶତକୀୟ ପାଳି ଖେଳିବାରୁ ବଞ୍ଚିତ ହୋଇଥିବା ଗମ୍ଭୀର 97ରନ କରି ପାଭିଲିଅନ ଫେରିଥିଲେ । ମାତ୍ର ଆଉ ହେବା ପୂର୍ବରୁ ଦଳ ପାଇଁ ବିଜୟ ରାସ୍ତକୁ ସଫା କରି ଦେଇ ଯାଇଥିଲେ । ପରେ ଯୁବରାଜ ସିଂଙ୍କ ସହ ମିଶି ଦଳକୁ 2ୟ ବିଶ୍ବକପ ବିଜୟ କରିବରେ ସକ୍ଷମ ହୋଇଥିଲେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details