ଓଡିଶା

odisha

ETV Bharat / sports

ଧୋନିଙ୍କ ଶ୍ରେଷ୍ଠ ଫିନିସର ହେବା ପଛରେ କାହାର ହାତ !

କିପରି ଧୋନିଙ୍କୁ ଶ୍ରେଷ୍ଠ ଫିନିସର ହେବାରେ ସହାୟକ ହୋଇଥିଲେ ସେନେଇ ନିଜେ ଖୁଲାସା କଲେ ପୂର୍ବତନ କୋଚ ଗ୍ରେଗ ଚାପେଲ । ଅଧିକ ପଢ଼ନ୍ତୁ...

Former coach Greg Chappell, MS Dhoni's Finishing Skills, best fibisher, MS Dhoni, ଶ୍ରେଷ୍ଠ ଫିନସର, ମହେନ୍ଦ୍ର ସିଂ ଧୋନି, ଗ୍ରେଗ ଚାପେଲ
ଧୋନିଙ୍କ ଶ୍ରେଷ୍ଠ ଫିନସର ହେବା ପଛରେ କାହାର ହାତ !

By

Published : May 13, 2020, 6:01 PM IST

ନୂଆଦିଲ୍ଲୀ: ଆଧୁନିକ କ୍ରିକେଟର ଶ୍ରେଷ୍ଠ ଫିନିସର୍ କିଏ ? ଏହି ପ୍ରଶ୍ନ ପଚାରିଲେ, ବର୍ତ୍ତମାନର ତଥା ପୂର୍ବତନ କ୍ରିକେଟର, କୋଚ୍ ଏବଂ ଅନ୍ୟାନ୍ୟ କ୍ରିକେଟରେ ଜ୍ଞାନ ରଖୁଥିବା ବ୍ୟକ୍ତି ମାନେ ଗୋଟିଏ ହିଁ ଉତ୍ତର ଦିଅନ୍ତି - ମହେନ୍ଦ୍ର ସିଂ ଧୋନି । ନିଜ କ୍ୟାରିଅରରେ ଭାରତକୁ ଅନେକ ଗୁଡିଏ ହାରିଯାଇଥିବା ମ୍ୟାଚରେ ବିଜୟର ଦେବାର ଦାୟିତ୍ବ ସେ ନେଇଥିଲେ, ଆଉ ପୂର୍ବତନ ଅଧିନାୟକ ଏହାକୁ ସଫଳତାର ସହ ନିଭାଇଥିଲେ ମଧ୍ୟ।

ସାଧାରଣତଃ ନଂ 6ରେ ବ୍ୟାଟିଂ କରିବାକୁ ଆସୁଥିବା ଧୋନି କ୍ରିଜକୁ ଆସିବା ପରେ ପ୍ରଥମେ ନିଜକୁ ପଡିଆରେ ଜମାଇ ଦିଅନ୍ତି ଓ ତାପରେ କିଛି ବଡ ସଟ ଖଳି ନିଜକୁ ବିଜୟୀ କରାନ୍ତି । କେବଳ ଭାରତ ପାଇଁ ନୁହେଁ - ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମଧ୍ୟ ବ୍ୟାଟ୍ ସହିତ ସମାନ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେ । ଧୋନିଙ୍କୁ କ୍ରିକେଟ ର “ଶ୍ରେଷ୍ଠ ଫିନିସର୍” ଭାବରେ ବର୍ଣ୍ଣନା କରି ଭାରତର ପୂର୍ବତନ କୋଚ ଗ୍ରେଗ ଚାପେଲ ଧୋନିଙ୍କୁ ବ୍ୟାଟିଂ କରୁଥିବା ଦେଖି ଦେଇଥିବା ପରାମର୍ଶ ବିଷୟରେ କହିଥିଲେ ।

ଏକ ଫେସବୁକ ଲାଇଭରେ କଥାବାର୍ତ୍ତା କରିବା ସମୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର କହିଛନ୍ତି: “ମୋର ମନେ ଅଛି ଯେ ମୁଁ ପ୍ରଥମ ଥର ଯେତେବେଳେ ଧୋନିଙ୍କୁ ବ୍ୟାଟିଂ କରୁଥିବା ଦେଖିଲି ମୋତେ ଖୁବ ଆଶ୍ଚର୍ଯ୍ୟ ଲାଗିଲା । ସେ ନିଶ୍ଚିତ ଭାବରେ ସେହି ସମୟରେ ଭାରତର ସବୁଠାରୁ ରୋମାଞ୍ଚକର କ୍ରିକେଟର ଥିଲେ । ସେ ଅତିସୟ ଅସାଧାରଣ ସ୍ଥାନରୁ ବଲକୁ ହିଟ କରୁଥିଲେ । ମୁଁ ଦେଖିଥିବା ସବୁଠାରୁ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ହେଉଛନ୍ତି ଧୋନି ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋର ମନେ ଅଛି ଶ୍ରୀଲଙ୍କା ବିପକ୍ଷରେ 183ର ବିଚକ୍ଷଣ ଇନିଂସ ଖେଳି ସେ କିପରି ଶ୍ରୀଲଙ୍କା ଦଳକୁ ଧ୍ବସ୍ଥ ବିଧ୍ବସ୍ଥ କରି ଦେଇଥିଲେ। ଶକ୍ତିଶାଳୀ ପ୍ରହାର ଏହାର ଶେଷ ଚରଣରେ ଥିଲା । ପରବର୍ତ୍ତୀ ମ୍ୟାଚ ପୁଣେରେ ହୋଇଥିଲା । ମୁଁ ଏମଏସକୁ ପଚାରିଲି, ‘ତୁମେ ପ୍ରତ୍ୟେକ ବଲକୁ ସୀମାରେଖା ବାହାରେ ମାରିବାକୁ ଚେଷ୍ଟା କରିବା ପରିବର୍ତ୍ତେ କାହିଁକି ଗ୍ରାଉଣ୍ଡରେ ଖେଳୁନାହଁ’? ସେହି ମ୍ୟାଚରେ ଆମେ 260 ରନର ଲକ୍ଷ୍ୟ ପିଛା କରୁଥିଲୁ ଏବଂ ଭଲ ସ୍ଥିତିରେ ଥିଲୁ । ଆଉ ଧୋନି ଏଥର କିଛି ଦିନ ପୂର୍ବରୁ ଖେଳିଥିବା ଇନିଂସର ବିପରୀତ ଖେଳୁଥିଲେ ।

ଜିତିବା ପାଇଁ ଆମକୁ 20 ରନ ଆବଶ୍ୟକ ଥିଲା ଏବଂ ଧୋନି ମତେ ଦ୍ବାଦଶ ଖେଳାଳି ଆରପି ସିଂଙ୍କ ମାଧ୍ୟମରେ ସେ ଛକା ମାରି ପାରିବେ କି ବୋଲି ପଚାରିଥିଲେ ? ଟାର୍ଗେଟ ଏକକ ଅଙ୍କରେ ନହେବା ପର୍ଯ୍ୟନ୍ତ ନୁହେଁ ବୋଲି ମୁଁ ତାଙ୍କୁ କହିଲି । ଜିତିବା ପାଇଁ ଯେତେବେଳେ ଆମକୁ 6 ରନ ଆବଶ୍ୟକ ଥିଲା, ସେ ଛକା ମାରି ମ୍ୟାଚ ଶେଷ କରିଥିଲେ,’’ ବୋଲି ଚାପେଲ କହିଛନ୍ତି । ସେ ଆଗକୁ କହିଥିଲେ ଯେ, ‘‘ମୁଁ ସବୁବେଳେ ତାଙ୍କୁ ଚ୍ୟାଲେଞ୍ଜ କରୁଥିଲେ ସେ ମ୍ୟାଚ ଫିନିସ କରି ପାରିବେ ନା ନାହିଁ । ଯେତେବେଳେ ବି ସେ ୱିନିଙ୍ଗ ରନ ସ୍କୋର କରନ୍ତି ତାଙ୍କ ମୁହଁରେ ଏକ ହସ ଫୁଟିଯାଉଥିଲା । କ୍ରିକେଟ ଏଯାବତ ଦେଖିଥିବା ଶ୍ରେଷ୍ଠ ଫିନିସର ହେଉଛନ୍ତି ଧୋନି ।’’

ABOUT THE AUTHOR

...view details