ଓଡିଶା

odisha

ETV Bharat / sports

‘ପାକିସ୍ତାନରେ ଜୀବନ ପ୍ରତି ବିପଦ ଥିଲା’

ପାକିସ୍ତାନରେ ସ୍ବାଧୀନ ଭାବେ ବଞ୍ଚିବା ମୁସ୍କିଲ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଳାୱାର ।

By

Published : Aug 16, 2019, 9:17 PM IST

ପେଟା ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଏକ ନୂଆ ଖୁଲାସା କରିଛନ୍ତି । ପାକିସ୍ତାନରେ ସ୍ବାଧୀନ ଭାବେ ବଞ୍ଚିବା ମୁସ୍କିଲ । ସୁରକ୍ଷା ଦୃଷ୍ଟିରୁ ଜୀବନ ପ୍ରତି ଚିନ୍ତା ରହିଥାଏ । ଡରି ଡରି ବଞ୍ଚିବାକୁ ପଡେ । ଏମିତି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଜିମ୍ବାୱେର ଏହି କିମ୍ବଦନ୍ତୀ କ୍ରିକେଟର ।

ଫ୍ଳାୱାର କହିଛନ୍ତି ପାକିସ୍ତାନର କେତେକ ପୂର୍ବତନ ଖେଳାଳି ଅରୁଚିକର ମନ୍ତବ୍ୟ ଦିଅନ୍ତି । ଖେଳରେ ରାଜନୀତିକୁ ପ୍ରସୟ ଦିଅନ୍ତି । ଟିଭି ଚ୍ୟାନେଲରେ କେତେକ ସାମ୍ବାଦିକ ଓ ବୋର୍ଡର ସଦସ୍ୟ ରାଜନୀତି କରିବାରେ ବ୍ୟସ୍ତ । ବେଳେବେଳେ ବ୍ୟକ୍ତିଗତ ସ୍ତରକୁ ଯାଇ ଗ୍ରହଣୀୟ ନହେଲା ପରି କଡା ଟିପ୍ପଣୀ ମଧ୍ୟ କରିଥାନ୍ତି ।

ଗ୍ରାଣ୍ଟ ଫ୍ଳାୱାର 2014ରେ ପାକିସ୍ତାନର ବ୍ୟାଟିଂ କୋଚ ନିଯୁକ୍ତ ହୋଇଥିଲେ । ବିଶ୍ବକପରେ ଖରାପ ପ୍ରଦର୍ଶନ ପରେ ଫ୍ଳାୱାରଙ୍କ କାର୍ଯ୍ୟରେ ଖୁସି ନଥିଲା ବୋର୍ଡ । ପାକିସ୍ତାନ କ୍ରିକେଟ ବୋର୍ଡ ନୂଆ ବ୍ୟାଟିଂ କୋଚ ନିଯୁକ୍ତ କରିବାକୁ ସ୍ପଷ୍ଟ କରିଛି । ସେଥିପାଇଁ ଗ୍ରାଣ୍ଟ ଫ୍ଳାୱାରଙ୍କ ସହ ଚୁକ୍ତି ସମାପ୍ତ କରିଛି ।

2017 ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଦମଦାର ବ୍ୟାଟିଂ କରିଥିଲେ । ଭାରତକୁ ପରାଜିତ କରିପାରିଥିବାରୁ ଏହି ମ୍ୟାଚ ଜଣେ ବ୍ୟାଟିଂ କୋଚ ଭାବେ ବ୍ୟକ୍ତିଗତ ବଡ ଆତ୍ମସନ୍ତୋଷ ଦେଇଥିଲା କହିଛନ୍ତି ଗ୍ରାଣ୍ଟ ଫ୍ଳାୱାର । ବାବର ଆଜାମ ଜଣେ ଭଲ ବ୍ୟାଟ୍ସମ୍ୟାନ ଓ ତାଙ୍କୁ ବ୍ୟାଟିଂ ପରାମର୍ଶ ଦେଇଥିବାରୁ ଏହାକୁ ସେ ସଫଳତା ମାନନ୍ତି ବୋଲି କହିଛନ୍ତି ।

ABOUT THE AUTHOR

...view details