ଓଡିଶା

odisha

By

Published : Nov 3, 2020, 2:53 PM IST

ETV Bharat / sports

ଆଇପିଏଲ 2020: 11ବର୍ଷରେ ପ୍ରଥମ ଥର ପାଇଁ କୋହଲିଙ୍କ ଓ୍ବିକେଟ ନେଲେ ଅଶ୍ବିନ

11ବର୍ଷ ପରେ ଅଶ୍ବିନ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ଓ୍ବିକେଟ ନେଇଛନ୍ତି । ଏହି ରେକର୍ଡ ସେ ଚଳିତଲିଗର 55ତମ ମୁକାବିଲାରେ ହାସଲ କରିଛନ୍ତି ।

ଆଇପିଏଲ 2020: 11ବର୍ଷରେ ପ୍ରଥମ ଥର ପାଇଁ କୋହଲିଙ୍କ ଓ୍ବିକେଟ ନେଲେ ଅଶ୍ବିନ
ଆଇପିଏଲ 2020: 11ବର୍ଷରେ ପ୍ରଥମ ଥର ପାଇଁ କୋହଲିଙ୍କ ଓ୍ବିକେଟ ନେଲେ ଅଶ୍ବିନ

ହାଇଦ୍ରାବାଦ: ସୋମବାର 55ତମ ମୁକାବିଲାରେ ଆରସିବିକୁ ଦିଲ୍ଲୀ କ୍ୟାପିଟାଲ୍ସ 6ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ପରେ ଦିଲ୍ଲୀ 2ୟ, 3ୟରେ ଆରିସିବି ରହିଛି ।

ମ୍ୟାଚରେ ଆରସିବିର ଅଧିନାୟକ ବିରାଟ କୋହଲି 24ବଲ୍‌ରେ 29ରନ୍‌ କରି ଆଉଟ ହୋଇଛନ୍ତି । ତେବେ କୋହଲିଙ୍କୁ ଆଉଟ କରିଥିଲେ ଆର ଅଶ୍ବିନ । ଖାସ୍‌ କଥା ହେଉଛି ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଅଶ୍ବିନ ବିରାଟଙ୍କୁ ଆଉଟ କରିଛନ୍ତି ।

ତେବେ 11ବର୍ଷ ପରେ ଅଶ୍ବିନଙ୍କ ଅପେକ୍ଷା ପୂରଣ ହୋଇଛି । 34ବର୍ଷୀୟ ସ୍ପିନରଙ୍କ ବଲ୍‌ରେ କୋହଲି 159ରନ ସଂଗ୍ରହ କରିଛନ୍ତି ବିରାଟ କୋହଲି ।

ABOUT THE AUTHOR

...view details