ଓଡିଶା

odisha

ETV Bharat / sports

ବ୍ରିସବେନ ଟେଷ୍ଟ: ଧୋନିଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ - ପନ୍ତଙ୍କ କମାଲ

ଗାବା ଗ୍ରାଉଣ୍ଡରେ 5ମ ଦିନରେ 2ରନ୍‌ ସଂଗ୍ରହ କରି ନିଜ ଟେଷ୍ଟ କ୍ୟାରିୟରର 1000 ରନ୍‌ ପୁରା କରିଛନ୍ତି 23ବର୍ଷୀୟ ଋଷଭ ପନ୍ତ । 1000କ୍ଲବ୍‌ରେ ସାମିଲ ହେବା କ୍ଷଣି ସେ ପୂର୍ବତନ ଓ୍ବିକେଟକିପର ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ:  ଧୋନିଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ
ବ୍ରିସବେନ ଟେଷ୍ଟ: ଧୋନିଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ

By

Published : Jan 19, 2021, 12:05 PM IST

ବ୍ରିସବେନ: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଆଜି ହେଉଛି ଅନ୍ତିମ ଦିବସ । ଏହି ମ୍ୟାଚରେ ନିଜ ନାଁରେ ଏକ ରେକର୍ଡ ଯୋଡିଛନ୍ତି ଋଷଭ ପନ୍ତ । ଗାବା ଗ୍ରାଉଣ୍ଡରେ 5ମ ଦିନରେ 2ରନ୍‌ ସଂଗ୍ରହ କରି ନିଜ ଟେଷ୍ଟ କ୍ୟାରିୟରର 1000 ରନ୍‌ ପୁରା କରିଛନ୍ତି ପନ୍ତ ।

ଏଥିସହ ଋଷଭ ପନ୍ତ ଭାରତ ପକ୍ଷରୁ ଦ୍ରୁତ 1000 ରନ୍‌ କରିଥିବା ଓ୍ବିକେଟକିପର ହୋଇଯାଇଛନ୍ତି । ପନ୍ତ 27ଟି ପାଳିରେ 1000 ରନ୍‌ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ଜଣେ ଓ୍ବିକେଟକିପର ଭାବେ ଦ୍ରୁତ 1000 ରନ୍‌ କରିବା ରେକର୍ଡ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ନାଁରେ ରହିଥିଲା । ମାହି 32ଟି ଇଂନିସରେ ହଜାର ରନ୍‌ ପୂରଣ କରିଥିଲେ । 3ୟ ସ୍ଥାନରେ ରହିଛନ୍ତି ଫାରୁଖ (63 ଟି ଇଂନିସ) ଓ ରିଦ୍ଧିମାନ ସାହା(37ଟି ଇଂନିସ) 4ର୍ଥ ସ୍ଥାନରେ ରହିଛନ୍ତି ।

ସୂଚନାଥାଉକି, 23ବର୍ଷୀୟ ପନ୍ତଙ୍କ ଅଷ୍ଟ୍ରେଲିଆ ଗସ୍ତ ବେଶ୍‌ ସାନଦାର ରହିଛି । ସିଡନୀ ଟେଷ୍ଟରେ ମ୍ୟାଚକୁ ଡ୍ର କରାଇବାରେ ଏକ ମୁଖ୍ୟ ଦାୟିତ୍ବ ତୁଲାଇଥିଲେ ଓ 97ରନ୍‌ ସଂଗ୍ରହ କରିଥିଲେ ।

ABOUT THE AUTHOR

...view details