ଓଡିଶା

odisha

ETV Bharat / sports

ଅଭଦ୍ରାମୀର ସୀମା ପାର କଲେ ପାକ୍‌ ଫାନ୍ସ

ଚଳିତ କ୍ରିକେଟ ମହାକୁମ୍ଭରେ ପାକିସ୍ତାନ ଟିମ୍‌ର ଏଯାଏଁ ଯାତ୍ରା ନିରାଶଜନକ ରହିଛି । କେବଳ ଇଂଲଣ୍ଡ ବିପକ୍ଷରେ ପାକ୍‌ ବିଜୟ ହାସଲ କରିଥିବାବେଳେ ବାକି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତ ଠାରୁ ହାରି ପାକିସ୍ତାନ ପଏଣ୍ଟ ଟେବୁଲର 9ମ ସ୍ଥାନରେ ରହିଛି ।

By

Published : Jun 22, 2019, 1:21 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଠାରୁ ପାକିସ୍ତାନ ହାରିବା ପରେ ପାକ୍‌ ଫାନ୍ସମାନଙ୍କ ରାଗ ସୋସିଆଲ ମିଡିଆରେ ବେଶ୍‌ ଦେଖିବାକୁ ମିଳୁଛି । ଖାସ କରି ପାକ୍‌ ଟିମର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ସମାଲୋଚନାର ଶୀକାର ହେବାକୁ ପଡୁଛି ।

ଫଟୋ ସୌଜନ୍ୟ: ସୋସିାଲମିଡିଆ@danawalafaizan

ସୂଚନାଥାଉକି, ଇଂଲଣ୍ଡର ଏକ ମଲ୍‌ରେ ପାକ୍‌ ଅଧିନାୟକ ସର୍ଫରାଜ ତାଙ୍କ ପରିବାର ସହ ବୁଲିଲା ବେଳେ ଜଣେ ଫାନ୍ସ ତାଙ୍କୁ ଅପମାନିତ କରିବାକୁ ପଛାଇନାହିଁ । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲାପରେ ଏହାକୁ ଅନେକ ନାପସନ୍ଦ କରିଛନ୍ତି ।

ତେବେ ସେହି ଭିଡିଓରେ ଫ୍ୟାନ୍ସ ଜଣକ ସର୍ଫରାଜଙ୍କୁ ଡାକି କହିଛନ୍ତି, ଭାଇ, ଭାଇ ଆପ ସୁଅରକି ତରହ ଇତନେ ମୋଟେ କିୟ୍ୟୁଁ ହେ ? ଆପ ସୁଅର ଯେସେ ମୋଟେ ହୋ, କମ୍‌ ଡାଇଟ କିୟା କରୋ । ଆପ ପାକିସ୍ତାନ କା ନାମ ଖୁବ୍‌ ରୋଶନ କିୟା ହେ ।

ତେବେ ଏପରି କଥା ଶୁଣିଲାପରେ ପାକ୍‌ ଅଧିନାୟକ ଅଣଦେଖା କରି ସେଠାରୁ ଚାଲି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details