ଓଡିଶା

odisha

ETV Bharat / sports

ଟସ ହାରିଲେ, ଭଉଣୀ-ଭିଣୋଇ କଥା କହିଲେ ଡୁପ୍ଳେସିସ !

ମ୍ୟାଚରେ ଟସ ପରିଚାଳକ ଦଳରେ ଚୁଡାନ୍ତ ଏକାଦଶରେ କୌଣସି ଖେଳାଳି ପରିବର୍ତ୍ତନ ନେଇ ପ୍ରଶ୍ନ କରିଥିଲେ । ତେବେ ଉତ୍ତରରେ ଡୁପ୍ଳେସିସ ଯାହା କହିଲେ ସେଠାରେ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅଧିକ ପଢନ୍ତୁ...

By

Published : Dec 8, 2019, 9:19 PM IST

ଫାଫ ଡୁପ୍ଳେସିସ
ଫାଫ ଡୁପ୍ଳେସିସ

ହାଇଦ୍ରାବାଦ: ମଞ୍ଜାସି ସୁପର ଲିଗ 2019ରେ ପାର୍ଲ ରକ୍ସ ଟିମର କ୍ୟାପଟେନ ଅଛନ୍ତି ଫାଫ ଡୁପ୍ଲେସିସ । ନେଲସେନ ମାଣ୍ଡେଲା ବେ ଜିଆଣ୍ଟସ ଟିମ ବିପକ୍ଷରେ ପାର୍ଲ ରକସର ମ୍ୟାଚ ରହିଥିଲା । ଏହି ମ୍ୟାଚରେ ଟସ ହାରିଥିଲେ ପାର୍ଲ ରକ୍ସ କ୍ୟାପଟେନ ଡୁପ୍ଳେସିସ । ମ୍ୟାଚରେ ଟସ ପରିଚାଳକ ଦଳରେ ଚୁଡାନ୍ତ ଏକାଦଶରେ କୌଣସି ଖେଳାଳି ପରିବର୍ତ୍ତନ ନେଇ ପ୍ରଶ୍ନ କରିଥିଲେ । ତେବେ ଉତ୍ତରରେ ଡୁପ୍ଳେସିସ ଯାହା କହିଲେ ସେଠାରେ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏମିତିକି ପରିଚାଳକ ନିଜେ ଜୋରରେ ହସିଥିଲେ ।

ଡୁପ୍ଳେସିସଙ୍କ ଭାଇରାଲ ଭିଡିଓ

"ହଁ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଭିଲଜିୟନଙ୍କ ଆଜିର ମ୍ୟାଚରେ ଖେଳୁନାହାଁନ୍ତି । କାରଣ ସେ ବେଡରେ ପଡିଛନ୍ତି" ଉତ୍ତରରେ ଡୁପ୍ଲେସିସ କହିଥିଲେ । ତେବେ ଡୁପ୍ଳେସିସଙ୍କ ଏହି ବିନା ସଙ୍କୋଚପୂର୍ଣ୍ଣ ଉତ୍ତରକୁ ସମସ୍ତେ ପ୍ରଶଂସା କରିଥିଲେ । ଭିଲଜିୟନ ଡୁପ୍ଳେସିସଙ୍କ ଭଉଣୀ ରେହମି ରୈନରସଙ୍କ ମ୍ୟାଚ ପୂର୍ବଦିନ ବିବାହ କରିଛନ୍ତି । ସେଥିପାଇଁ ସେ ମ୍ୟାଚରେ ଅନୁପସ୍ଥିତ ରହିଥିଲେ ବୋଲି ଜଣାପଡିଥିଲା ।

ତେବେ ଏହି ମ୍ୟାଚରେ ପାର୍ଲ ରକ୍ସ ନେଲସେନ ମାଣ୍ଡେଲା ବେ ଜିଆଣ୍ଟସ ଟିମକୁ 12 ରନରେ ହରାଇଛି । ପାର୍ଲ ରକ୍ସ 169ରନର ବିଜୟ ଲକ୍ଷ୍ୟ ରଖିଥିବା ବେଳେ, ନେଲସେନ ମାଣ୍ଡେଲା ବେ ଜିଆଣ୍ଟସ 156 ରନ କରିବାକୁ ସମର୍ଥ ହୋଇଥିଲା ।

ABOUT THE AUTHOR

...view details