ହାଇଦ୍ରାବାଦ: ପାକିସ୍ତାନର କ୍ରୀଡା ଉପସ୍ଥାପିକା ଜୈନବ ଅବାସ ‘ଇଟିଭି ଭାରତ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି । ଇଟିଭି ଭାରତରେ ପାକିସ୍ତାନ କ୍ରୀଡା ଉପସ୍ଥାପିକା ଜୈନବ ଅବାସ । ଏହି ସ୍ବତନ୍ତ୍ର ସାକ୍ଷାତକାରରେ ଜୈନବ ଅବାସ ନିଜର କ୍ରିକେଟ ଯାତ୍ରା ଠାରୁ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ପାଇଁ ଲକ୍ଷ୍ୟ, ପର୍ଯ୍ୟନ୍ତ ଅନେକ କଥା ମନଖୋଲି କହିଛନ୍ତି । ଏଥିସହିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନା ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ଅଧିକ ପସନ୍ଦ, ସେ ନେଇ ମଧ୍ୟ ଖୁଲାସା କରିଛନ୍ତି ।
ଏସିଆର ଶ୍ରେଷ୍ଠ 100 ପ୍ରଭାବୀ ବ୍ୟକ୍ତିଙ୍କ ତାଲିକାରେ ଜୈନବଙ୍କ ନାମ ସାମିଲ ରହିଥିଲା । ତେବେ ଏହି ତାଲିକାରେ ତଙ୍କର ନାମ ଆସିବା ନେଇ ସେ ଆଶାବାଦୀ ନିଥିଲେ ବୋଲି କହିଛନ୍ତି । ଇଣ୍ଟରଭିୟୁ କରିବାପରେ, କାମ ପାଇଁ ଲୋକଙ୍କ ଭଲପାଇବା ଓ ସମ୍ମାନ ମିଳିଛି । ଏଥିରେ ଖୁସି ଅନୁଭବ ହେଉଛି ବୋଲି ଜୈନବ କହିଛନ୍ତି ।
ମେକଅପ୍ ଆଟିଷ୍ଟରୁ କ୍ରିକେଟ ଉପସ୍ଥାପକର ଯାତ୍ରା
32 ବର୍ଷୀୟା ଜୈନବ କହିଛନ୍ତି, "ମୁଁ ଏମଏନସି କରିଛି, ଇଂଲଣ୍ଡରେ କୈଟରପିଲର ନାମକ ଏକ ଇଞ୍ଜିନିୟରିଙ୍ଗ ଫାର୍ମ ସହ ଗୋଟିଏ ବର୍ଷ କାମ କରିଛି । ଏଚଆର କମେଣ୍ଟଟର ଥିଲି । ତେବେ କର୍ପୋରେଟ ଚାକିରୀ ଅଧିକ ଦିନ ନ କରିବାକୁ ମନସ୍ଥ କରିଥିଲି । ପରେ ବିୟୁଟି(ସୌନ୍ଦର୍ଯ୍ୟ) କ୍ଷେତ୍ରରେ କିଛି କରିବାର ଥିଲା, ସେଥିପାଇଁ କିଛି କୋର୍ସ ମଧ୍ୟ କରିଥିଲି ।"