ନୂଆଦିଲ୍ଲୀ: କୋରୋନା ମହାମାରୀ ଭିତରେ ଆଇପିଏଲର 13ତମ ସଂସ୍କରଣ ଆଗାମୀ ମାସରେ ୟୁଏଇରେ ଖେଳାଯିବ । ଏପଟେ ତାଜା ରିପୋର୍ଟ ଅନୁସାରେ କୋରୋନା ସଂକ୍ରମଣ ସଂଖ୍ୟା ୟୁଏଇରେ ବଢିବାରେ ଲାଗିଛି । ଯାହାଫଳରେ ଖେଳାଳିଙ୍କୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ ।
ଆଇପିଏଲ ଖେଳାଳୀଙ୍କୁ ବିସିଆଇର ଚେତାବନୀ, କେହିବି କୋଭିଡ ନିୟମ ଉଲ୍ଲଘଂନ କରିବେନି
ଆଇପିଏଲର 13ତମ ସଂସ୍କରଣ ଆଗାମୀ ମାସରେ ୟୁଏଇରେ ଖେଳାଯିବ । ଏପଟେ ତାଜା ରିପୋର୍ଟ ଅନୁସାରେ କୋରୋନା ସଂକ୍ରମଣ ସଂଖ୍ୟା ୟୁଏଇରେ ବଢିବାରେ ଲାଗିଛି । ଯାହାଫଳରେ ଖେଳାଳିଙ୍କୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ ।
ipl
ଆଜି ରାଜସ୍ଥାନ ଓ ପଞ୍ଜାବ ଦଳ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । 23 ଅଗଷ୍ଟ ମଧ୍ୟରେ ବାକି ଦଳ ମଧ୍ୟ ୟୁଏଇ ପହଞ୍ଚି ଯିବ ।
ତେବେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତ ଖେଳାଳି, କୋଚ ଓ ଟିମର ମାଲିକଙ୍କ ସମେତ ଅନ୍ୟ ମେମ୍ବରଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏପରି କିଛି ଭୁଲ କରିବ ନାହିଁ, ଯେପରି ଅନ୍ୟମାନେ ସଂକ୍ରମିତ ହେବେ ।