ଓଡିଶା

odisha

ETV Bharat / sports

ଆଇପିଏଲ ବିନା 2020 ଶେଷ ନହେବାକୁ ଚାହୁଁଛନ୍ତି ଗାଙ୍ଗୁଲି - ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ଭାରତରେ ଆଇପିଏଲ ଆୟୋଜନ କରିବାକୁ ଚାହୁଁଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏହି ବର୍ଷ ଆଇପିଏଲ ବିନା ଶେଷ ହେଉ ବୋଲି ଚାହୁଁନଥିବା କହିଲେ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ...

Don't want 2020 to finish without an IPL, Saurav Ganguly, ଚାହୁଁ ନାହିଁ ଆଇପିଏଲ ବିନା ଶେଷ ହେଉ 2020, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି , ଇଣ୍ଡିଆନ ପ୍ରିମିୟର ଲିଗ
ଚାହୁଁ ନାହିଁ ଆଇପିଏଲ ବିନା ଶେଷ ହେଉ 2020: ଗାଙ୍ଗୁଲି

By

Published : Jul 8, 2020, 4:37 PM IST

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ସେମାନେ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ର 13 ତମ ସଂସ୍କରଣକୁ ସେମାନେ ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଦେଶ ମଧ୍ୟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ସେମାନଙ୍କର ପ୍ରଥମ ପ୍ରାଥମିକତା।

ନଗଦ ସମୃଦ୍ଧ ଲିଗ ପ୍ରଥମେ ମାର୍ଚ୍ଚ 29ରୁ ଖେଳାଯିବାକୁ ସ୍ଥିର ହୋଇଥିଲା କିନ୍ତୁ କୋରୋନାଭାଇରସ ମହାମାରୀ ହେତୁ ଟୁର୍ଣ୍ଣାମେଣ୍ଟକୁ ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲା ।

କୋଭିଡ଼-19 ସଙ୍କଟ ସମୟରେ ସ୍ବଳ୍ପ ସ୍ବାଭାବିକତା ଫେରାଇ ଆଣିବା ପାଇଁ ଚଳିତ ବର୍ଷ ଆଇପିଏଲ ଆୟୋଜନ କରିବାକୁ ବୋର୍ଡର ଇଚ୍ଛାକୁ ଦୋହରାଇଛନ୍ତି ଗାଙ୍ଗୁଲି ।

ଏକ ଟକ୍‌ ସୋରେ ଗାଙ୍ଗୁଲି କହିଛନ୍ତି ଯେ, ‘‘ଆମେ ଏହା କରିବାକୁ ଚାହୁଁଛୁ, ଆଉ ଯେପରି ମୁଁ କହିଥିଲି ଯେ କ୍ରିକେଟ ଫେରିବା ଆବଶ୍ୟକ।

‘‘ଆମ ପାଇଁ ଏହା ବର୍ତ୍ତମାନ ଅଫ ସିଜନ୍ ଯାହା ପ୍ରକୃତରେ ସାହାଯ୍ୟ କରିଛି। ମାର୍ଚ୍ଚରେ ଆମେ ଘରୋଇ ସିଜନ ଶେଷ କରିଥିଲୁ ଏବଂ ତା’ପରେ ଆମକୁ ଆଇପିଏଲ ବାତିଲ କରିବାକୁ ପଡିଲା, ଯାହା ଆମର ଘରୋଇ ସିଜନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆମେ ଚାହୁଁ ଆଇପିଏଲ ହେଉ କାରଣ ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରିବା ଆବଶ୍ୟକ ଏବଂ କ୍ରିକେଟ ସ୍ବାଭାବିକ ଅବସ୍ଥାକୁ ଫେରିବା ଆବଶ୍ୟକ କିନ୍ତୁ ଟି-20 ବିଶ୍ବକପ ସମ୍ପର୍କରେ ଆଇସିସି ପକ୍ଷରୁ କୌଣସି ନିଷ୍ପତ୍ତି ନାହିଁ।’’

ବର୍ତ୍ତମାନ ଦେଶରେ ଭାଇରସ ବିପଦକୁ ଦୃଷ୍ଟିରେ ରଖି ଆଇପିଏଲ ଭାରତରୁ ସ୍ଥାନାନ୍ତରିତ ହେବାର ଖବର ଆସିଛି। ତେବେ ଗାଙ୍ଗୁଲି କହିଛନ୍ତି ଯେ ବିଦେଶରେ ସ୍ଥାନ ଖୋଜିବା ପୂର୍ବରୁ ଭାରତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସେମାନଙ୍କର ପ୍ରଥମ ପ୍ରାଥମିକତା ହେବ।

IANS ପୂର୍ବରୁ ରିପୋର୍ଟ କରିଥିଲା ​​ଯେ କୋରୋନାଭାଇରସ ମହାମାରୀର ପରିସ୍ଥିତି ବୋର୍ଡକୁ ଶେଷରେ ୟୁଏଇ କିମ୍ବା ଶ୍ରୀଲଙ୍କାକୁ ଟୁର୍ନାମେଣ୍ଟ ନେବାକୁ ବାଧ୍ୟ କରିପାରେ।

ଗାଙ୍ଗୁଲି କହିଛନ୍ତି ଯେ, ‘‘ଆମେ ଗଣମାଧ୍ୟମରୁ ଭିନ୍ନ ଭିନ୍ନ କଥା ଏବେବି ଶୁଣିବାକୁ ପାଉଛୁ କିନ୍ତୁ ପ୍ରକୃତରେ ଏହାର ଆନୁଷ୍ଠାନିକ ଭାବରେ ବୋର୍ଡ ସଦସ୍ୟ ତଥା ଦେଶମାନଙ୍କୁ ଜଣାଯାଇ ନାହିଁ, ଆପଣ ଜାଣି ନାହାଁନ୍ତି କ’ଣ ହେଉଛି।’’

‘‘କିନ୍ତୁ ଆମେ ଏହାକୁ ଆୟୋଜନ କରିବାକୁ ଚାହୁଁଛୁ, ଆମର ପ୍ରଥମ ପ୍ରାଥମିକତା ହେଉଛି ଭାରତ। ଆମେ ଯେତିକି ବି ସମୟ ପାଇବ, 35-40 ଦିନ ପାଇଲେ ବି ଆମେ ଏହାକୁ ଆୟୋଜନ କରିବୁ।’’

‘‘ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ପରି ସ୍ଥାନ- ଆଇପିଏଲରେ ଏଗୁଡିକ ବଡ ଟିମ ଏବଂ ଏହି ପର୍ଯ୍ୟାୟରେ ମୁଁ ଭାବୁନାହିଁ ଯେ ଆପଣ ନିଜ ହୃଦୟରେ ହାତ ରଖି କହିପାରିବେ ଯେ ଏହି ସ୍ଥାନଗୁଡିକରେ କ୍ରିକେଟ ହେବ।’’

‘‘ଆମେ ନୂଆ ଷ୍ଟାଡିୟମ ଦେଖିବା ପାଇଁ ଅହମ୍ମଦାବାଦ ଯିବାକୁ ଆଗ୍ରହୀ ଥିଲୁ କିନ୍ତୁ ମୁଁ ଜାଣି ନାହିଁ ଯେ ଆମେ ସେଠାକୁ ଯାଇପାରିବୁ କି ନାହିଁ। ବର୍ତ୍ତମାନ ସମୟରେ ଏହା କହିବା ସହଜ ନୁହେଁ ଯେ ଆମେ ଏହାକୁ ଭାରତରେ ଆୟୋଜନ କରିବାକୁ ଯାଉଛୁ।’’ ବୋଲି ଭାରତର ପୂର୍ବତନ ଅଧିନାୟକ କହିଛନ୍ତି।

ବାହାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଗାଙ୍ଗୁଲି କହିଛନ୍ତି, ‘‘ଏହା ଭାରତରେ ହେବ କି ? ଯଦି ହେବ ନାହିଁ ତେବେ ଆମେ ବାହାରକୁ ଯିବା ନେଇ ଚିନ୍ତା କରୁଛୁ, କିନ୍ତୁ କେଉଁଠି? କାରଣ ମୁଦ୍ରା ରୂପାନ୍ତର ହାର ହେତୁ ବାହାରକୁ ଯିବା ବୋର୍ଡ ଓ ଫ୍ରାଞ୍ଚାଇଜ ଗୁଡ଼ିକ ପାଇଁ ଖୁବ ବ୍ୟୟ ସାପେକ୍ଷ ହେବ ।’’

‘‘ତେଣୁ ଆମେ ଏହା ଉପରେ ନଜର ରଖିଛୁ ଏବଂ ଏହାକୁ ଆୟୋଜନ କରିବାକୁ ଆମେ ବହୁତ ଆଗ୍ରହୀ ଅଟୁ। ଆମେ ଏବେ ବି ଆଶାବାଦୀ, ଆମେ ଚାହୁଁନାହୁଁ ଯେ 2020 ବର୍ଷ ଆଇପିଏଲ ବିନା ଶେଷ ହେଉ।’’

@IANS

ABOUT THE AUTHOR

...view details