ଓଡିଶା

odisha

ETV Bharat / sports

ଆଇପିଏଲ ଭାରତରେ ଆୟୋଜନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ

ଭାରତ ବଦଳରେ ୟୁଏଇରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 13 ତମ ସିଜନ୍ ଆୟୋଜନ କରିବାକୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜଣେ ଓକିଲ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

By

Published : Aug 17, 2020, 10:51 PM IST

ଆଇପିଏଲ ବିରୋଧରେ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ
ଆଇପିଏଲ ବିରୋଧରେ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ

ମୁମ୍ବାଇ: ଚଳିତ ବର୍ଷ ଭାରତ ବଦଳରେ ୟୁଏଇରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 13 ତମ ସିଜନ୍ ଆୟୋଜନ କରିବାକୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ)ର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜଣେ ଓକିଲ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଓକିଲ ଜଣଙ୍କ ହେଉଛନ୍ତି ପୁନେର ଅଭିଷେକ ଲାଗୋ । ଏହି ପିଟିସନରେ କୁହାଯାଇଛି ଯେ ଯଦି ଆଇପିଏଲ ଭାରତ ବାହାରେ ଅନୁଷ୍ଠିତ ହୁଏ ତେବେ ଏହା ଦେଶ ପାଇଁ ବିପୁଳ ଅର୍ଥନୈତିକ ଏବଂ ରାଜସ୍ୱ କ୍ଷତି ଘଟାଇବ ।

ଲାଗୋ ନିଜକୁ ଜଣେ କ୍ରିକେଟ୍ ପ୍ରଶଂସକ ବୋଲି ଦାବି କରି କହିଛନ୍ତି, ‘‘ ଆଇପିଏଲ୍ ହେଉଛି ସବୁଠାରୁ ଲୋକପ୍ରିୟ ଟି -20 କ୍ରିକେଟ୍ ଲିଗ୍ । 2019 ରେ ଏହାର ବ୍ରାଣ୍ଡ ମୂଲ୍ୟ 475 ବିଲିୟନ ଥିଲା ଏବଂ ଏହା ବିସିସିଆଇ ପାଇଁ ମୁଖ୍ୟ ଆୟକାରୀ ଅଟେ ।’’ ତେବେ ଅଗଷ୍ଟ 18ରେ ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ରେବତୀ ମୋହିତେ ଡେରେଙ୍କ ଦ୍ବାରା ଏକ ଡିଭିଜନ ଏହି ପିଟିସନ ଶୁଣାଣି କରିବେ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷର ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିଲା । କିନ୍ତୁ କୋଭିଡ୍ -19 ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ବିସିସିଆଇର ପରବର୍ତ୍ତି ନିଷ୍ପତ୍ତି ଅନୁଯାୟୀ ଆଇପିଏଲ ସେପ୍ଟେମ୍ବର 19 ରୁ ନଭେମ୍ବର 10 ମଧ୍ୟରେ ୟୁଏଇର ଦୁବାଇ, ଶାରଜା ଏବଂ ଆବୁଧାବି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ABOUT THE AUTHOR

...view details