ଆବୁଧାବି: କୋଲକତା ନାଇଟରାଇଡର୍ସ (କେକେଆର)ର ଅଧିନାୟକ ଦିନେଶ କାର୍ତ୍ତିକ ଚଳିତବର୍ଷର ଆଇପିଏଲକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଚଳିତବର୍ଷ କଡା ଅଭ୍ୟାସ ଏତେବି ହୋଇପାରିନାହିଁ । କିନ୍ତୁ 2ଥରର ଚମ୍ପିଆନ ଟିମ ନିଜର ପ୍ରଶଂସକଙ୍କୁ ଗୌରାବନ୍ବିତ କରିବା ପାଇଁ ସେପ୍ଟେମ୍ବର 19ରୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ।
କାର୍ତ୍ତିକ କେକେଆର ଓ୍ବେବସାଇଟରେ କହିଛନ୍ତି, ଏହି ଆଇପିଏଲ ଭିନ୍ନ ହେବ । ବିଶ୍ବରେ ଯାହା ହୋଇଛି ଆମେ ଦୁଃଖିତ ଅଛୁ । କ୍ରିକେଟ ଖେଳିବା ନିଶ୍ଚିତ ରୂପରେ ଚ୍ୟାଲେଞ୍ଜିଂ ହେବ । କିନ୍ତୁ ଆମେ ଜାଣିଛୁ ଆମେ ଯେତେବେଳେ ଖେଳିବୁ ଆମର ପ୍ରଶଂସକଙ୍କ ଚେହେରାରେ ଏକ ସ୍ମାଇଲ ଆସିବ ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମେ କିଛି ମାସ ହେବ କଡା ଆଭ୍ୟସ କରି ନାହୁଁ । ରାସ୍ତା ଜଟିଳ ଅଛି କିନ୍ତୁ ଆମେ ପ୍ରତିଜ୍ଞା କରୁଛୁ ଆମର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବୁ ।
ଇଡେନ ଗାର୍ଡନରେ ଦର୍ଶକଙ୍କ ସମର୍ଥନକୁ ଆମେ ଏଠାରେ ମିସ କରିବୁ । କିନ୍ତୁ ୟୁଏଇରେ ଖେଳିବା ସମୟରେ ନିଜ ସ୍ଥାନକୁ ହୃଦୟରେ ରଖି ଏଠାରେ ଖେଳିବୁ । କେକେଆରର ସ୍ପିନର କୁଲଦୀପ ଯାଦବ କହିଛନ୍ତି ଲକଡାଉନର କୁପ୍ରଭାବ ପଡିଛି । ସେ କହିଛନ୍ତି ଯେ, ଆରମ୍ଭରେ ଯେତେବେଳେ ଲକଡାଉନ ଲାଗୁ ହେଲା ଆମେ ଆଉଟଡୋର ଅଭ୍ୟାସ କରି ପାରୁ ନଥିଲୁ । ଏବେ କିନ୍ତୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ । ଏବେ 7ଦିନ ଭିତରେ ବି ମ୍ୟାଚ ଆରମ୍ଭ ହୋଇଗଲେ ବି ମତେ ବହୁତ ଖୁସି ମିଳିବ । ଖେଳିବା ପାଇଁ ବହୁତ ଉତ୍ସାହିତ ଅଛି ।