ଓଡିଶା

odisha

ETV Bharat / sports

ସିଏସ୍‌କେର ପରାଜୟ ପରେ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ ଧମକ

ଆଇପିଏଲରେ ଧୋନିଙ୍କ ଟିମର ଖରାପ ପ୍ରଦର୍ଶନ କାରଣରୁ ତାଙ୍କର ପାଞ୍ଚ ବର୍ଷୀୟ ଝିଅ ଜିଭାଙ୍କୁ ଅତ୍ୟନ୍ତ ଘୃଣ୍ୟ ଧମକ ମିଳିଛି । ସାକ୍ଷୀଙ୍କ ଇନଷ୍ଟାଗ୍ରାମରେ ଜିଭାଙ୍କୁ ଦୁଷ୍କର୍ମର ଧମକ ଦିଆଯାଇଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ସହ ଚିନ୍ତାଜନକ ବିଷୟ ।

ସିଏସ୍‌କେର ପରାଜୟ ପରେ ଧୋନିଙ୍କ 5ବର୍ଷୀୟ ଝିଅ ଜିଭାଙ୍କୁ ଦୁଷ୍କର୍ମ ଧମକ
ସିଏସ୍‌କେର ପରାଜୟ ପରେ ଧୋନିଙ୍କ 5ବର୍ଷୀୟ ଝିଅ ଜିଭାଙ୍କୁ ଦୁଷ୍କର୍ମ ଧମକ

By

Published : Oct 10, 2020, 10:36 AM IST

Updated : Oct 10, 2020, 10:47 AM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆର କମେଣ୍ଟକୁ ଦେଖିଲେ ଏବେ ଜଣା ପଡିଯାଉଛି ଆଜିର ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଚିନ୍ତାଧାରା ଅତ୍ୟନ୍ତ କୁତ୍ସିତ ଅସଭ୍ୟ । ଆଇପିଏଲରେ ଧୋନିଙ୍କ ଟିମର ଖରାପ ପ୍ରଦର୍ଶନ କାରଣରୁ ତାଙ୍କର ପାଞ୍ଚ ବର୍ଷୀୟ ଝିଅ ଜିଭାଙ୍କୁ ଅତ୍ୟନ୍ତ ଘୃଣ୍ୟ ଧମକ ମିଳିଛି । ସାକ୍ଷୀଙ୍କ ଇନଷ୍ଟାଗ୍ରାମରେ ଜିଭାଙ୍କୁ ଦୁଷ୍କର୍ମର ଧମକ ଦିଆଯାଇଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ସହ ଚିନ୍ତାଜନକ ବିଷୟ ।

ଝିଅ ଜିଭାଙ୍କ ସହ ମହେନ୍ଦ୍ର ସିଂ ଧୋନି

ଗତ ବୁଧବାର ଦିନ କେକେଆର ଠାରୁ ସିଏସକେ 10ରନ୍‌ରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଧମକ ଆସିଥିଲା । ଏହି ଘଟଣାକୁ ସାରା ଦେଶ କଡା ନିନ୍ଦା କରିଛି । ଖାସ୍‌ କରି ମହିଳାମାନେ ନିଜ ମତ ରଖିଛନ୍ତି ।

ଅଭିନେତ୍ରୀ ନଗମା ଟ୍ବିଟ କରି କହିଛନ୍ତି, ଧୋନିଙ୍କ 5ବର୍ଷ ଝିଅକୁ ଦୁଷ୍କର୍ମର ଧମକ ମିଳିଛି । ପ୍ରଧାମନ୍ତ୍ରୀ ଜୀ, ଆମ ଦେଶରେ କ'ଣ ହେଉଛି । କର୍ଣ୍ଣାଟକର ଜୟନଗର ବିଧାୟକ ସୌମ୍ୟା ରେଡ୍ଡୀ କହିଛନ୍ତି ଯେ, ଆମ ଦେଶରେ କ'ଣ ହେଉଛି । ଏହା ଅତ୍ୟନ୍ତ ଚିନ୍ତାଜନକ କଥା । ଆମେ କେଉଁ ଦିଗରେ ଗତି କରୁଛେ ?

ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ସୋସିଆଲ ମିଡିଆର କିପରି ଦୁରୁପଯୋଗ ବ୍ୟବହାର କରାଯାଉଛି ଏପରି ଧମକରୁ ଜଣାପଡୁଛି । ଏଥିସହ ପୂର୍ବତନ କ୍ରିକେଟର ଇରଫାନ ପଠାନ ବି ଟ୍ବିଟ କରି କହିଛନ୍ତି ଯେ, ଏପରି ଧମକ ଦେବାର କାହାକୁ ଅଧିକାର ମିଳିନି। #mentality #respect

Last Updated : Oct 10, 2020, 10:47 AM IST

ABOUT THE AUTHOR

...view details