ଓଡିଶା

odisha

ETV Bharat / sports

ପଞ୍ଜାବକୁ ପାଞ୍ଚ ୱିକେଟରେ ମାତ ଦେଲା ଦିଲ୍ଲୀ

ଧୱନଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅପରାଜିତ 58ରନ ବଳରେ ଅତିଥି ପଞ୍ଜାବକୁ 5ୱିକେଟରେ ମାତ ଦେଇଛି ଯୁବ ଦିଲ୍ଲୀ ଦଳ । ଚଳିତ ଆଇପିଏଲରେ ଷଷ୍ଠ ବିଜୟ ସହ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 21, 2019, 1:58 AM IST

Updated : Apr 21, 2019, 6:36 PM IST

ନୂଆଦିଲ୍ଲୀ: ଧୱନଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅପରାଜିତ 58ରନ ବଳରେ ଅତିଥି ପଞ୍ଜାବକୁ 5ୱିକେଟରେ ମାତ ଦେଇଛି ଯୁବ ଦିଲ୍ଲୀ ଦଳ । ଶେଷ ଓଭର ପର୍ଯ୍ୟନ୍ତ ଯାଇଥିବା ମ୍ୟାଚର ମୁଣ୍ଡି ମାରିଛନ୍ତି ଅଧିନାୟକ ଶ୍ରେୟାସ ଆୟର । ଚଳିତ ଆଇପିଏଲରେ ଷଷ୍ଠ ବିଜୟ ସହ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟର ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ପ୍ରଥମେ ବ୍ୟାଟିଂ କରି 164ରନର ବିଜୟ ଲକ୍ଷ୍ୟ ଦେଇଥିଲା ପଞ୍ଜାବ । ଜବାବରେ ଆଉ ଦୁଇଟି ବଲ ବାକି ଥାଇ 5ୱିକେଟ ବିନିମୟରେ 166ରନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଆହୁରି ପଢ଼ନ୍ତୁ- ଆଇପିଏଲ 2019: ଘରକୁ ଫେରିଲେ ବଟଲର

ତେବେ ୧୬୪ ରନ ଟାର୍ଗେଟର ପିଛା କରିଥିବା ଦିଲ୍ଲୀ ତରଫରୁ ଆୟର ୪୯ ବଲରୁ ୫ ଚୌକା ଓ ୧ ଛକା ସହ ୫୮ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଶିଖର ଧାଓ୍ବନ ୪୧ ବଲରୁ ୭ ଚୌକା ଓ ୧ ଛକା ସହ ୫୬, ପୃଥ୍ବୀ ଶ ୧୩, କଲିନ୍‌ ଇନ୍‌ଗ୍ରାମ ୧୯, ରିଷଭ ପନ୍ତ ୬, ଅକ୍ଷର ପଟେଲ ୧ ରନ କରି ଆଉଟ ହୋଇଥିବା ବେଳେ ଶେରଫାନ ରଦରଫୋର୍ଡ ୨ ରନ କରି ଅପରାଜିତ ରହିଥିଲେ । ବୋଲିଂରେ ପଞ୍ଜାବ ତରଫରୁ ହାର୍ଡୁସ ଭିଲଜୋଏନ ୨ ଓ ମହମ୍ମଦ ସାମି ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅନ୍ୟାପଟେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କ୍ରିସ୍ ଗେଲ୍ (୬୯)ଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା । ଏହା ପୂର୍ବରୁ ଓପନର ଲୋକେଶ ରାହୁଲ (୧୨) ମୟଙ୍କ ଅଗ୍ରୱାଲ୍ (୨) ଓ ଡେଭିଡ୍ ମିଲର୍ (୭) ଶସ୍ତାରେ ଆଉଟ୍ ହୋଇଥିଲେ । ଅନ୍ୟପଟେ ମଧ୍ୟକ୍ରମରେ ମନଦୀପ ସିଂହ (୩୦) ରନ କରିଥିଲେ । ସେହିପରି ସାମ କୁରାନ ବିନା ସ୍କୋରରେ ଆଉଟ ହୋଇଥିଲେ ।

ଆହୁରି ପଢ଼ନ୍ତୁ- କୋହଲିଙ୍କୁ ମଙ୍କଡିଂ ଡର

ଅନ୍ୟପଟେ ଦଳୀୟ ସ୍କୋରକୁ ଆଗକୁ ନେବାକୁ ଯାଇ ଅଧିନାୟକ ରବିଚନ୍ଦ୍ରନ ଅଶ୍ବୀନ ୧୬ ରନ କରି ଆଉଟ ହୋଇଥିଲେ । ହରପ୍ରୀତ ବ୍ରାର ୨୦ ଓ ହାର୍ଡୁସ ଭିଲଜୋଏନ ୨ ରନ କରି ଅପରାଜିତ ରହିଥିଲେ । ଦିଲ୍ଲୀ ପକ୍ଷରୁ ଲାମିଚେନ୍‌ ୩, ରାବାଡ଼ା ଓ ଅକ୍ଷର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Last Updated : Apr 21, 2019, 6:36 PM IST

For All Latest Updates

ABOUT THE AUTHOR

...view details