ଦୁବାଇ: ବୁଧବାର ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମ୍ମାନଜନକ "ଆଇସିସି ଆୱାର୍ଡ" । ତେବେ ତାଲିକାରେ 3 ଭାରତୀୟ କ୍ରିକେଟରଙ୍କୁ ସ୍ଥାନ ମିଳିଛି । ଯୁବ ବୋଲର ଦୀପକ ଚହରଙ୍କୁ 2019 ଟି-20 କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଚୟନ କରାଯାଇଛି ।
ଆଇସିସି ଆୱାର୍ଡର ସମ୍ପୂର୍ଣ୍ଣ ତାଲିକା - Deepak Chahar
ଆଇସିସି ପକ୍ଷରୁ 2019 "ଆଇସିସି ଆୱାର୍ଡ" ପ୍ରଦାନ ହୋଇଛି । ଯୁବ ବୋଲର ଦୀପକ ଚହରଙ୍କୁ 2019 ଟି-20 କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଚୟନ କରାଯାଇଛି । ଅଧିକ ପଢନ୍ତୁ
ଆଇସିସି ଆୱାର୍ଡ
ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ "2019 ସ୍ପିରିଟ ଅଫ ଦ କ୍ରିକେଟ" ଓ ରୋହିତଙ୍କୁ 'ଓଡିଆଇ କ୍ରିକେଟର ଅଫ ଦ ଇୟର' ଆୱାର୍ଡ ଦେଇଛି ଆଇସିସି । ତେବେ 2019ରେ ବାଂଲାଦେଶ ବିପକ୍ଷ ଘରୋଇ ଟି-20 ସିରିଜରେ 7ରନ ବ୍ୟୟରେ 6 ୱିକେଟ ଅକ୍ତିଆର କରିଥିଲେ ଦୀପକ । ଯେଉଁଥିରେ ଗୋଟିଏ ହ୍ୟାଟ୍ରିକ୍ ମଧ୍ୟ ସାମଲ ଥିଲା । ତେବେ 2019ରେ ଟି-20 କ୍ରିକେଟରେ ଏହା ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବାରୁ ଦୀପକଙ୍କୁ ସମ୍ମାନିତ କରାଯାଇଛି ।
ଆଇସିସି ପୁରୁଷ କ୍ରିକେଟ୍ ପୁରସ୍କାର ତାଲିକା-
- ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି- (କ୍ରିକେଟର୍ ଅଫ୍ ଦି ଇୟର): ବେନ୍ ଷ୍ଟୋକ୍ସ (ଇଂଲଣ୍ଡ)
- ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର୍: ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ)
- ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍: ରୋହିତ୍ ଶର୍ମା (ଭାରତ)
- ଟି-୨୦ ପରଫରମାନ୍ସ ଅଫ୍ ଦି ଇୟର୍: ଦୀପକ ଚହର୍ (ଭାରତ ୬/୭ ବନାମ ବାଂଲାଦେଶ)
- ଏମର୍ଜିଂ କ୍ରିକେଟର୍ ଅଫ୍ ଦି ଇୟର୍: ମାର୍ନସ୍ ଲାବୁଶେନ୍ (ଅଷ୍ଟ୍ରେଲିଆ)
- ଆସୋସିଏସନ୍ କ୍ରିକେଟର୍ ଅଫ୍ ଦି ଇୟର୍: କାଇଲ୍ କୋଏଜର୍ (ସ୍କଟଲ୍ୟାଣ୍ଡ୍)
- ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର: ବିରାଟ୍ କୋହଲି
- ଡେଭିଡ୍ ଶେଫର୍ ଟ୍ରଫି- (ଅମ୍ପାୟାର୍ ଅଫ୍ ଦି ଇୟର୍): ରିଚାର୍ଡ ଇଲିଙ୍ଗୱର୍ଥ