ଜୟପୁର: ନୂଆ ଅଧିନାୟକଙ୍କ ନୂଆ ରଣନୀତି । ଶ୍ରେୟସ ଗୋପାଲଙ୍କ 2ୱିକେଟ ଅକ୍ତିଆର ସହ 161ରନରେ ମୁମ୍ବାଇକୁ ରୋକିଛି ଘରୋଇ ରାଜସ୍ଥାନ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୧ ରନ୍ କରିଛି। ଏହି ପାଳିରେ ସାମିଲ ଅଛି କ୍ବାଣ୍ଟନ୍ ଡିକକ୍ଙ୍କ ୬୫ ରନ୍ ଓ ପାଣ୍ଡ୍ୟାଙ୍କ ବିସ୍ଫୋରକ ୨୩ ରନ । ତେବେ ମ୍ୟାଚକୁ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ୧୬୨ ରନ୍ର ଟାର୍ଗେଟ ମିଳିଛି।
ଆଇପିଏଲ: ଡି କକ୍ଙ୍କ 9ମ ଅର୍ଦ୍ଧଶତକ, ରାଜସ୍ଥାନ ଆଗରେ 162ରନ - MI
ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୧ ରନ୍ କରିଛି। ଏହି ପାଳିରେ ସାମିଲ ଅଛି କ୍ବାଣ୍ଟନ୍ ଡିକକ୍ଙ୍କ ୬୫ ରନ୍ ଓ ପାଣ୍ଡ୍ୟାଙ୍କ ବିସ୍ଫୋରକ ୨୩ ରନ ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଏହି ମ୍ୟାଚ୍ରେ ରାଜସ୍ଥାନ ଦଳରେ 3ଟି ପରିବର୍ତ୍ତନ ହୋଇଥିଲା । ନିୟମିତ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ବଦଳରେ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାପ୍ଟେନ୍ କରାଯାଇଛି । ସ୍ମିଥ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ 34ରନ କିରଣ ପୋଲାଡ 10ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଜି ଫେଲ ମାରିଥିଲେ । ସେ 5ରନ କରି ଆଉଟ ହୋଇଛନ୍ତି ।
ରାଜସ୍ଥାନ ପକ୍ଷରୁ ଗୋପାଲ ଦୁଇଟି ୱିକେଟ୍ ନେଇଥିବାବେଳେ ଉନାଦକତ୍, ବିନ୍ନି ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।