ହାଇଦ୍ରାବାଦ: ପୁଣିଥରେ ପାକିସ୍ତାନର ପୂର୍ବତନ ସ୍ପିନର ଦାନିସ କାନେରିଆଙ୍କ ଟାର୍ଗେଟରେ ସାହିଦ ଆଫ୍ରିଦି । ଧର୍ମୀୟ ଭାବନା ରଖି ତାଙ୍କ ସହ ପାକିସ୍ତାନ ଟିମରେ ପକ୍ଷପାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି କାନିରିଆ ।
କାନେରିଆ ଦ୍ବିତୀୟ ହିନ୍ଦୁ ଭାବେ ପାକିସ୍ତାନ କ୍ରିକେଟ ଟିମରେ ଖେଳିଛନ୍ତି । କାନେରିଆଙ୍କ ପୂର୍ବରୁ ଅନିଲ ଦଲପତ ପ୍ରଥମ ହିନ୍ଦୁ ଭାବେ ପାକିସ୍ତାନ ପକ୍ଷରୁ ଖେଳିଛନ୍ତି । କାନେରିଆ 61 ଟି ଟେଷ୍ଟରୁ 34.79 ହାରରେ ମୋଟ 261 ୱିକେଟ ହାସଲ କରିଛନ୍ତି । ତେବେ ଦିନିକିଆ କ୍ରିକେଟରେ ବର୍ଷ 2000ରୁ 2010 ମଧ୍ୟରେ ମାତ୍ର 18ଟି ମ୍ୟାଚ ତାଙ୍କୁ ପାକିସ୍ତାନ ପକ୍ଷରୁ ଖେଳିବାର ସୁଯୋଗ ମିଳିଛି ।