ଓଡିଶା

odisha

ETV Bharat / sports

'CAA ଆଧାରରେ ଦାନିଶ ଭାରତ ଆସି ପାରିବେ'

ଉତ୍ତର ପ୍ରଦେଶର ମନ୍ତ୍ରୀ ମୋହସିନ ରାଜା କହିଛନ୍ତି ନାଗରିକ ସଂଶୋଧନ ଆଇନ ଆଧାରରେ ଦାନିଶ କାରେନିଆ ଭାରତ ଆସିପାରିବେ । ସେ ଭାରତ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ ।

danish-kaneria-can-come-to-india-under-caa-says-up-min-mohsin-raza
CAA ଆଧାରରେ ଦାନିଶ ଭାରତ ଆସି ପାରିବେ

By

Published : Dec 28, 2019, 5:55 PM IST

ଲକ୍ଷ୍ନୌ: ପାକିସ୍ତାନୀ ହିନ୍ଦୁ କ୍ରିକେଟର ଦାନିଶ କାରେନିଆଙ୍କୁ ମାନସିକ ନିର୍ଯାତନା ଘଟଣା ସୋଏବ ଅଖତର ବଖାଣିଲା ପରେ ଏହାକୁ ନେଇ ଏବେ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉତ୍ତର ପ୍ରଦେଶର ମନ୍ତ୍ରୀ ମୋହସିନ ରାଜା କହିଛନ୍ତି ନାଗରିକ ସଂଶୋଧନ ଆଇନ ଆଧାରରେ ଦାନିଶ କାରେନିଆ ଭାରତ ଆସିପାରିବେ । ସେ ଭାରତ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ ।

CAA ଆଧାରରେ ଦାନିଶ ଭାରତ ଆସି ପାରିବେ

ଉଲ୍ଲେଖଥାଉ କି, ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର ଦାନିଶ କାନେରିଆଙ୍କ ସହ ହେଉଥିବା ପାତର ଅନ୍ତର ନେଇ ମୁହଁ ଖୋଲିଛନ୍ତି । ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏମିତି କିଛି ପାକିସ୍ତାନୀ ଖେଳାଳି ଦାନିଶଙ୍କ ଧର୍ମ କାରଣରୁ ତାଙ୍କ ସହ ଖାଇବାକୁ ମାନ କରୁଥିଲେ ।

ତେବେ ଉତ୍ତର ପ୍ରଦେଶର ମନ୍ତ୍ରୀ ମୋହସିନ ରାଜା କହିଛନ୍ତି, ଦାନିଶ ହିନ୍ଦୁ ଧର୍ମର ହୋଇଥିବାରୁ ତାଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି । ସେହିପରି ଅନ୍ୟ ଜଣେ କ୍ରିକେଟର ମହମ୍ମଦ ୟୁସୁଫଙ୍କୁ ମଧ୍ୟ ସମାନ ଭାବରେ ବ୍ୟବହାର କରାଯାଇଥିଲା । କାରଣ ସେ ଖ୍ରୀଷ୍ଟିଆନ । ତେଣୁ ଆମେ ଏହି ଦୁଇ କ୍ରିକେଟରଙ୍କୁ ପରାମର୍ଶ ଦେଉଛୁ ଯେ, ସେମାନେ CAA ଆଧାରରେ ଭାରତ ଆସିପାରିବେ । ତାଙ୍କୁ ଭାରତରେ ସବୁ ପ୍ରକାର ସୁବିଧା ମିଳି ପାରିବ ।

ABOUT THE AUTHOR

...view details