ଓଡିଶା

odisha

ETV Bharat / sports

ମାମୁଁଙ୍କ ହତ୍ୟାକାରୀ ଗିରଫ ପରେ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ଧନ୍ୟବାଦ ଜଣାଇଲେ ରାଇନା

ରାଇନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ପୋଲିସ ଭଲ କାମ କରୁଛି । ଆମକୁ ସାହାଯ୍ୟ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। "

କ୍ରିକେଟର ମାମୁଁଙ୍କୁ ହତ୍ୟା ଘଟଣା: ହତ୍ୟାକାରି ଗିରଫ ପରେ ମାମୁଁ ଘରେ ପହିଁଚିଲେ ରାଇନା
କ୍ରିକେଟର ମାମୁଁଙ୍କୁ ହତ୍ୟା ଘଟଣା: ହତ୍ୟାକାରି ଗିରଫ ପରେ ମାମୁଁ ଘରେ ପହିଁଚିଲେ ରାଇନା

By

Published : Sep 16, 2020, 6:19 PM IST

ଚଣ୍ଡିଗଡ: କ୍ରିକେଟର ସୁରେଶ ରାଇନାଙ୍କ ମାମୁଁଙ୍କ ସହ ହୋଇଥିବା ଆକ୍ରମଣ ତଥା ହତ୍ୟା ମାମଲା ଡକାୟତି-ଅପରାଧୀଙ୍କ ଆନ୍ତଃରାଜ୍ୟ ଗ୍ୟାଙ୍ଗର 3 ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ସୂଚନା ଦେଇଛନ୍ତି । ତେବେ ଆଜି ଅପରାହ୍ନରେ ନିଜ ମାମୁଁଙ୍କ ଘରେ ପହଞ୍ଚିଛନ୍ତି ରାଇନା ।

ତେବେ ରାଇନା ସେଠାରେ ପହଞ୍ଚିଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ପୋଲିସ ଭଲ କାମ କରୁଛି । ଆମକୁ ସାହାଯ୍ୟ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। " ପଞ୍ଜାବର ଡିଜିପି ଡିଙ୍କାର ଗୁପ୍ତା କହିଛନ୍ତି ଯେ ଅଭିଯୁକ୍ତମାନେ ଡକାୟତି-ଅପରାଧୀଙ୍କ ଆନ୍ତଃରାଜ୍ୟ ଗ୍ୟାଙ୍ଗର ଅଂଶ ଅଟନ୍ତି । ସେହି ଗ୍ୟାଙ୍ଗର ଅନ୍ୟ 11 ଜଣ ସଦସ୍ୟ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି ବୋଲି ବରିଷ୍ଠ ଏସପି କହିଛନ୍ତି ।

କ୍ରିକେଟର ମାମୁଁଙ୍କୁ ହତ୍ୟା ଘଟଣା: ହତ୍ୟାକାରି ଗିରଫ ପରେ ମାମୁଁ ଘରେ ପହିଁଚିଲେ ରାଇନା

ତେବେ ଗତ 19 ଅଗଷ୍ଟ ରାତିରେ ଜିଲ୍ଲା ପଠାନକୋଟ୍ ପିଏସ୍ ଶାହପୁରକାଣ୍ଡି ଗ୍ରାମ ତରଲିଆରେ ଘଟିଥିଲା ଏହି ଘଟଣା । ରାଇନାଙ୍କ ମାମୁଁ ଅଶୋକ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁଅ କୌଶଲ କୁମାର ଏବଂ ପତ୍ନୀ ଆଶା ରାନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details