ଓଡିଶା

odisha

ETV Bharat / sports

ଅର୍ଜୁନ ବିଜେତା ରବିନ୍ଦ୍ର ଜାଡେଜାଙ୍କ ସ୍ପେସିଆଲ ବାର୍ତ୍ତା - cricketer

ଗତକାଲି ପୁରସ୍କାର ମହୋତ୍ସବରେ ଉପସ୍ଥିତ ହୋଇପାରିନଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏକ ଭିଡିଓ ମାଧ୍ୟମରେ ଅର୍ଜୁନ ପୁରସ୍କାର ପାଇଁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଡିଜାଇନ ଫଟୋ

By

Published : Aug 30, 2019, 11:11 AM IST

ହାଇଦ୍ରାବାଦ: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚଳିତ ବର୍ଷ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଗତକାଲି ଜାତୀୟ ଖେଳ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖେଳାଳୀଙ୍କୁ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି । ତେବେ ଜାଡେଜା ଇଣ୍ଡିଜ ଗସ୍ତରେ ଥିବାରୁ ସ୍ବଦେଶ ଫେରିଲା ପରେ ରାଷ୍ଟପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ।

ତେବେ ଜାଡେଜା ଗତକାଲି ପୁରସ୍କାର ମହୋତ୍ସବରେ ଉପସ୍ଥିତ ନଥିଲେ । ତେବେ ଏକ ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁ ଭିଡିଓକୁ ବିସିସିଆଇ ନିଜର ଟ୍ବିଟର ଆକଉଣ୍ଟରେ ପୋଷ୍ଟ କରିଛି ।

ଭିଡିଓ ସୌଜନ୍ୟ: ଟ୍ୱିଟର@BCCI

ଭିଡିଓରେ ଜାଡେଜା ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ପ୍ରଥମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଚଳିତ କ୍ରୀଡା ପୁରସ୍କାରର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେବେ ବି ମୁଁ ଖେଳିବି ଭାରତୀୟ ଟିମ୍‌ ଓ ଦେଶକୁ ଗର୍ବିତ କରିବାକୁ ଚେଷ୍ଟା କରିବି ଓ ଟିମ୍‌କୁ ଜିତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବି।

ABOUT THE AUTHOR

...view details