ଓଡିଶା

odisha

By

Published : Jul 25, 2020, 9:48 PM IST

ETV Bharat / sports

ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ କଠୋର କ୍ରିକେଟ ଦକ୍ଷିଣ ଆଫ୍ରିକା

ଭେଟେରାନ ମଖେୟା ଏଣ୍ଟିନିଙ୍କ ସହ 30ଜଣ ପୂର୍ବତନ କ୍ରିକେଟର, ନିଜ ସମୟରେ ସାମ୍ନା କରିଥିବା ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିବା ଘଟଣାକୁ ବୟାନ କରିବେ ।

Cricket South Africa initiates plans to address racism allegations
ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ କଠୋର କ୍ରିକେଟ ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଳଢେଇ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । 'ବ୍ଳାକ ଲାଇଭ୍ ମାଟର୍ସ'(BLM) ଆନ୍ଦୋଳନକୁ ବିଶ୍ବବ୍ୟାପୀ କରିବାକୁ ବିଚାର କରୁଛି କ୍ରିକେଟ ଦକ୍ଷିଣ ଆଫ୍ରିକା ।

ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ କଠୋର କ୍ରିକେଟ ଦକ୍ଷିଣ ଆଫ୍ରିକା

ପେସ ବୋଲର ଲୁଙ୍ଗି ଏଙ୍ଗିଡି ଏହି ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛନ୍ତି । ଭେଟେରାନ ମଖେୟା ଏଣ୍ଟିନିଙ୍କ ସହ 30ଜଣ ପୂର୍ବତନ କ୍ରିକେଟର, ନିଜ ସମୟରେ ସାମ୍ନା କରିଥିବା ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିବା ଘଟଣାକୁ ବୟାନ କରିବେ । ପୂର୍ବତନ ଦକ୍ଷିଣ ଆଫ୍ରିକା ଓପନର ହାସିମ ଅମଲା, ଲୁଙ୍ଗି ଏଙ୍ଗିଡିଙ୍କୁ ସମର୍ଥନ ଜଣାଇଛନ୍ତି ।

ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ କଠୋର କ୍ରିକେଟ ଦକ୍ଷିଣ ଆଫ୍ରିକା

'ରାଷ୍ଟ୍ର ଗଠନ ଓ ସାମାଜିକ ନ୍ୟାୟ ପାଇଁ କ୍ରିକେଟ' ନାମକ ଏକ କାର୍ଯ୍ୟକ୍ରମର ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA)

"କ୍ରିକେଟ ପରିବେଶରେ ବର୍ଣ୍ଣବୈଷମ୍ୟକ କୌଣସି ଘଟଣାକୁ ଗ୍ରହଣ କରାଯିବ ନାହିଁ । ବର୍ଣ୍ଣଗତ, ଜାତିଗତ କିମ୍ବା ଅନ୍ୟ କୌଣସି ପ୍ରକାର ଆକ୍ଷେପ ବିରୁଦ୍ଧରେ ଦୃକ୍ଷ ଭାବେ ବୋର୍ଡ ସ୍ବର ଉତ୍ତଳନ କରିବ ।" ଏହା କହିଛନ୍ତି, କ୍ରିକେଟ ଦକ୍ଷିଣ ଆଫ୍ରିକା ସିଇଓ ଡ. ଜାକସ ଫଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details