ଓଡିଶା

odisha

ETV Bharat / sports

CPL 2020: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପ୍ରବୀଣ ତାମ୍ବେଙ୍କ ସାନଦାର କ୍ୟାଚ - indian player pravin tambe

କାରବିୟନ ପ୍ରିମିୟର ଲିଗରେ ପାଟ୍ରିଓଟସ ବିପକ୍ଷରେ ତାମ୍ବେ ଏକ ସାନଦାର କ୍ୟାଚ ନେଇଥିଲେ । ଯାହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି ଓ ସେହି ଭିଡିଓକୁ ସିପିଏଲ ଟ୍ବିଟ ମଧ୍ୟ କରିଛି ।

CPL 2020: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପ୍ରବୀଣ ତାମ୍ବେଙ୍କ ସାନଦାର କ୍ୟାଚ
CPL 2020: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପ୍ରବୀଣ ତାମ୍ବେଙ୍କ ସାନଦାର କ୍ୟାଚ

By

Published : Sep 8, 2020, 12:24 PM IST

ହାଇଦ୍ରାବାଦ: 48ବର୍ଷୀୟ ପ୍ରବୀଣ ତାମ୍ବେ ସିପିଏଲ ଖେଳୁଥିବା ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରି ସାରିଛନ୍ତି । ଇତି ମଧ୍ୟରେ ପ୍ରବୀଣଙ୍କ ବୟସ ଆଗରେ ହାର ମାନିଛି ତାଙ୍କର ଫିଟନେସ । ଯାହା ଲାଗି ସିପିଏଲରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଏହି ଭାରତୀୟ ଖେଳାଳି ।

କାରବିୟନ ପ୍ରିମିୟର ଲିଗରେ ତ୍ରିନବାଗୋ ନାଇଟ ରାଇଡର୍ସ ଦଳ ପାଇଁ ଖେଳୁଥିବା ପ୍ରବୀଣ ତାମ୍ବେ ସାନଦାର ପ୍ରଦର୍ଶନ ଜାରି ରଖିଛନ୍ତି । ବ୍ରାୟନ ଲାରା ଷ୍ଟାଡିୟମରେ ତ୍ରିନବାଗୋ ନାଇଟ ରାଇଡର୍ସ - ସେଣ୍ଟ୍ କିଟିସ ଓ ନେଭିସ ପାଟ୍ରିଓଟସ ମଧ୍ୟରେ ଚାଲିଥିବା ମୁକାବିଲାରେ ନାଇଟ ରାଇଡର୍ସ 9 ଓ୍ବିକେଟରେ ବିଜୟ ହାସଲ କରିଛି । ତେବେ ପାଟ୍ରିଓଟସ ବିପକ୍ଷରେ ତାମ୍ବେ ଏକ ସାନଦାର କ୍ୟାଚ ନେଇଥିଲେ । ଯାହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି ଓ ସେହି ଭିଡିଓକୁ ସିପିଏଲ ଟ୍ବିଟ ମଧ୍ୟ କରିଛି ।

ସେହି ମ୍ୟାଚରେ ଚମତ୍କାର ଫିଲ୍ଡିଙ୍ଗ ସହ ବୋଲିଂରେ ମଧ୍ୟ କରିସ୍ମା ଦେଖାଇଛନ୍ତି । କ୍ୟାଚ ଧରିବାର ପରବର୍ତ୍ତୀ ଓଭରରେ ଜୋସୁଆ ଦି ସିଲଭାଙ୍କୁ ଏଲବିଡବ୍ଲୁ ଆଉଟ କରିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଖେଳାଳି ତ୍ରିନବାଗୋ ନାଇଟ ରାଇଡର୍ସ ପକ୍ଷରୁ 3ଟି ମ୍ୟାଚ ଖେଳି 3ଟି ଓ୍ବିକେଟ ହାସଲ କରିଛନ୍ତି ।

ତେବେ ତାଙ୍କର କ୍ୟାଚ ଦେଖି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଓ କମେଣ୍ଟର ଡାନି ମୋରିସନ ପ୍ରବୀଣଙ୍କ ପ୍ରଶଂସାରେ କହିଛନ୍ତି, ବୟସ କେବଳ ଏକ ସଂଖ୍ୟା #welldonePravin ଆଗାମୀ ମାସରେ 49ବର୍ଷ ହେବ#proudlymadeinIndia ।

ସୂଚନାଥାଉକି, ତାମ୍ବେ 2013ରେ 41ବର୍ଷରେ ଆଇପିଏଲରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । 4ଟି ସିଜନରେ ମୋଟ 33ଟି ମ୍ୟାଚ ଖେଳି 28ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ABOUT THE AUTHOR

...view details