ଓଡିଶା

odisha

ETV Bharat / sports

ସିପିଏଲ 2020 ଟାଇଟେଲ ଜିତିଲା ପୋଲାର୍ଡଙ୍କ ତ୍ରିନବାଗୋ ନାଇଟ ରାଇଡର୍ସ

ଶେଷ ହୋଇଛି କାରବିୟନ ପ୍ରିମିୟର ଲିଗ ବା ସିପିଏଲ 2020 । କ୍ୟାପଟେନ କିରଣ ପୋଲାର୍ଡ ଅବିଶ୍ବନୀୟ ପ୍ରଦର୍ଶନ ବଳରେ ସେଣ୍ଟ୍ ଲୁସିଆ ଜୋଉକ୍ସକୁ 8 ୱିକେଟରେ ହରାଇ ତ୍ରିନବାଗୋ ନାଇଟ ରାଇଡର୍ସ ଚମ୍ପିଆନ ହୋଇଛି ।

By

Published : Sep 11, 2020, 8:59 PM IST

CPL 2020: Pollard, Simmons power TKR to title, beat St Lucia Zouks by 8 wickets in final
ସିପିଏଲ 2020 ଟାଇଟେଲ ଜିତିଲା ପୋଲାର୍ଡଙ୍କ ତ୍ରିନବାଗୋ ନାଇଟ ରାଇଡର୍ସ

ତରଉବା(ତ୍ରିନିଦାଦ ଓ ତବାଗୋ): ଶେଷ ହୋଇଛି କାରବିୟନ ପ୍ରିମିୟର ଲିଗ ବା ସିପିଏଲ 2020 । କ୍ୟାପଟେନ କିରଣ ପୋଲାର୍ଡ ଅବିଶ୍ବନୀୟ ପ୍ରଦର୍ଶନ ବଳରେ ତ୍ରିନବାଗୋ ନାଇଟ ରାଇଡର୍ସ ଚମ୍ପିଆନ ହୋଇଛି । ବ୍ରାଏନ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ସେଣ୍ଟ୍ ଲୁସିଆ ଜୋଉକ୍ସକୁ 8 ୱିକେଟରେ ହରାଇଛି ପୋଲାର୍ଡ ପାୱରହିଟର ।

ଫାଇନାଲ ମୁକାବିଲାରେ କ୍ୟାପଟେନ ପୋଲାର୍ଡଙ୍କ ଘାତକ ବୋଲିଂ ଓ ଲିଣ୍ଡଲ ସିମନ୍ସଙ୍କ ବିସ୍ପୋରକ ବ୍ୟାଟିଂ ତ୍ରିନବାଗୋ ନାଇଟ ରାଇଡର୍ସକୁ ବିଜୟୀ କରାଇଥିଲା । ଏଥିସହିତ ସିପିଏଲ ଇତିହାସରେ ପୋଲାର୍ଡଙ୍କ ଟିମ ଗ୍ରୁପ ଷ୍ଟେଜର ସମସ୍ତ ମ୍ୟାଚ ବିଜୟ ସହ ସେମିଫାଇନାଲ ଓ ଫାଇନାଲରେ ଅପରାଜେୟ ରହିଥିଲା ।

ସିପିଏଲ 2020 ଟାଇଟେଲ ଜିତିଲା ପୋଲାର୍ଡଙ୍କ ତ୍ରିନବାଗୋ ନାଇଟ ରାଇଡର୍ସ

ତ୍ରିନବାଗୋ ନାଇଟ ରାଇଡର୍ସର ସମାନ ମାଲିକ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ ରହିଥିବା ବେଳେ, ଜୋଉକ୍ସ ଟିମର ସମାନ ମାଲିକ କିଙ୍ଗ୍ସ ଇଲେଭେନ ପଞ୍ଜାବ ରହିଛି ।

ସିପିଏଲ 2020 ଟାଇଟେଲ ଜିତିଲା ପୋଲାର୍ଡଙ୍କ ତ୍ରିନବାଗୋ ନାଇଟ ରାଇଡର୍ସ

155 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ତ୍ରିନବାଗୋ ନାଇଟ ରାଇଡର୍ସର ଆରମ୍ଭ ଭଲ ହୋଇନଥିଲା । 19 ରନ ମଧ୍ୟରେ 2ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ପରେ ଲିଣ୍ଡଲ ସିମନ୍ସ ଓ ଡାରେନ ବ୍ରାଭୋ ନାଇଟ ରାଇଡର୍ସକୁ ବିଜୟ ଆଡକୁ ନେଇଯାଇଥିଲେ । ଉଭୟଙ୍କ ମଧ୍ୟରେ 138 ରନର ଅପରେଜେୟ ପାର୍ଟନରସିପ ଦଳକୁ 8 ୱିକେଟରେ ବିଜୟୀ କରାାଇଥିଲା । ସିମନ୍ସ ଓ ବ୍ରାଭୋ ଯଥାକ୍ରମେ 84 ଓ 58 ରନର ଅପରାଜେୟ ଇଂନିସ ଖେଳିଥିଲେ । ପୂର୍ବରୁ ପୋଲାର୍ଡ 4ଟି ୱିକେଟ ଅକ୍ତିଆର କରିବା ସହ 154 ରନରେ ସେଣ୍ଟ୍ ଲୁସିଆ ଜୋଉକ୍ସକୁ ଅଟକାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details