ଓଡିଶା

odisha

ETV Bharat / sports

ସିପିଏଲ 2020: ସମସ୍ତ ଖେଳାଳିଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ

କାରବିୟନ ପ୍ରିମିୟର ଲିଗର ବଡ ଘୋଷଣା । ସିପିଏଲ ପାଇଁ ତ୍ରିନିଦାଦ ଗସ୍ତ କରିଥିବା ସମସ୍ତ ଖେଳାଳି, ଅଧିକାରୀ ଓ ପ୍ରଶାସକଙ୍କ ସହ ମୋଟ 162 ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

By

Published : Aug 7, 2020, 5:33 PM IST

CPL 2020: All players test negative for COVID-19
ସିପିଏଲ 2020: ସମସ୍ତ ଖେଳାଳିଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ

ପୋର୍ଟ ଅଫ୍ ସ୍ପେନ୍ (ତ୍ରିନିଦାଦ-ତବାଗୋ): କାରବିୟନ ପ୍ରିମିୟର ଲିଗର ବଡ ଘୋଷଣା । ସିପିଏଲ ପାଇଁ ତ୍ରିନିଦାଦ ଗସ୍ତ କରିଥିବା ସମସ୍ତ ଖେଳାଳି, ଅଧିକାରୀ ଓ ପ୍ରଶାସକଙ୍କ ସହ ମୋଟ 162 ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

ସମସ୍ତଙ୍କୁ ଅଫିସିଆଲ ହୋଟେଲରେ 14 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ । ଏହି ସମୟ ମଧ୍ୟରେ ନିରନ୍ତର ଟେଷ୍ଟ ଜାରି ରହିବ । କୌଣସି ଖେଳାଳି କିମ୍ବା ସଦସ୍ୟ ପଜିଟିଭ ଚିହ୍ନଟ ହେବାପରେ, ହୋଟେଲରେ ରହିବାକୁ ଅନୁମତି ମିଳିବ ନାହିଁ । ଅନ୍ୟ ସ୍ଥାନରେ ତ୍ରିନିଦାଦ ଓ ତବାଗୋରେ ଲାଗୁ ଥିବା ନିୟମ ଅନୁଯାୟୀ, ଆଇସୋଲେସନରେ ରହିବାକୁ ହେବ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଖେଳାଳି ଓ ସଦସ୍ୟ କୋଭିଡ-19 ମୁକ୍ତ ରହିଥିବା ସିପିଏଲ ପକ୍ଷରୁ ଏହ ଘୋଷଣାନାମାରେ କୁହାଯାଇଛି ।

ସିପିଏଲ ଅଗଷ୍ଟ 18ରୁ ଆରମ୍ଭ ହୋଇ ସେପ୍ଟେମ୍ବର 10ରେ ଫାଇନାଲ ଖେଳାଯିବା ନେଇ ସୂଚୀ ରହିଛି । ଫଳରେ କୋରୋନା ଭାଇରସ ସଂକ୍ରମଣ ସ୍ଥିତିରେ ସିପିଏଲ ପ୍ରଥମକରି ପ୍ରମୁଖ ଟି-20 ଭାବେ ଖେଳାଯିବ । ତେବେ ତ୍ରିନିଦାଦ ଓ ତବାଗୋରେ ଥିବା ଦୁଇଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ ସହ, ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ପ୍ରଥମ ମ୍ୟାଚ ଗୁୟାନା ଆମାଜନ ୱାରିୟର୍ସ ସହ ତ୍ରିନିଦାଦ ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ ।

ABOUT THE AUTHOR

...view details