ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗ୍ସ ପରେ ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ପ୍ରଶିକ୍ଷଣ ଶିବିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାକି ମାର୍ଚ୍ଚ 21 ରୁ ଆରମ୍ଭ ହେବାକୁ ଯୋଜନା ରହିଥିଲା ।
କୋରୋନା ଭୟ: ଆରସିବି ଟ୍ରେନିଂ କ୍ୟାମ୍ପ ସ୍ଥଗିତ
ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ପ୍ରଶିକ୍ଷଣ ଶିବିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାକି ମାର୍ଚ୍ଚ 21 ରୁ ଆରମ୍ଭ ହେବାକୁ ଯୋଜନା ରହିଥିଲା ।
ତେବେ ଏନେଇ ଟ୍ବିଟରରେ ଆରିସିବି ପକ୍ଷରୁ ସୂଚନା ମିଳିଛି । ଆରସିବି ଲେଖିଛି, "ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଧ୍ୟାନରେ ରଖି ମାର୍ଚ୍ଚ 21 ତାରିଖରୁ ଆରମ୍ଭ ହେବାକୁ ଥିବା ଆରସିବି ତାଲିମ ଶିବିରକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ସମସ୍ତେ ନିରାପଦରେ ରୁହନ୍ତୁ । "
ଉଲ୍ଲେଖଥାଉ କି, ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) କରୋନା ଭାଇରସର ପାଇଁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିପରି ରବିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଭ୍ୟାସ ସେସନ ବନ୍ଦ ହେବା ପରେ ମଧ୍ୟ ଅଧିନାୟକ ଧୋନି ଘରକୁ ଫେରିଯାଇଛନ୍ତି ।