ଓଡିଶା

odisha

By

Published : Apr 15, 2020, 3:55 PM IST

ETV Bharat / sports

ଲକଡାଉନ ବ୍ରେକ କ୍ରିକେଟର ମହତ୍ବ ବୁଝାଉଛି: ବଟଲର

‘‘ଲକଡାଉନ ସମୟରେ ଅନୁଭବ କରୁଛୁ ଯେ, କ୍ରିକେଟ ଖେଳୁଥିବାରୁ ଆମେ କେତେ ଭାଗ୍ୟବାନ’’ ବୋଲି ବଟଲର କହିଛନ୍ତି ।

county-cricketers-left-frustrated-due-to-covid-19-says-buttler
ଲକଡାଉନ ବ୍ରେକ କ୍ରିକେଟର ମହତ୍ବ ବୁଝାଉଛି: ବଟଲର

ଲଣ୍ଡନ: କୋରୋନା ମହାମାରୀର ମୁକାବିଲା ପାଇଁ ଭାରତ ସମେତ ଅନେକ ଦେଶ ମଧ୍ୟ ଏବେ ଲକଡାଉନ । ଲକଡାଉନ ସମୟରେ କ୍ରିକେଟରମାନେ ନିଜ ଘରେ ରହି ସମୟ ଅତିବାହିତ କରୁଥିବାର ନଜର ଆସୁଛନ୍ତି । ତେବେ ଏହି ଲକଡାଉନ ସମୟକୁ ଏମିତି କିଛି ବାଖ୍ୟା କରିଛନ୍ତି ଇଂଲଣ୍ଡ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜସ୍ ବଟଲର । ‘‘ଲକଡାଉନ ସମୟରେ ଅନୁଭବ କରୁଛୁ ଯେ, କ୍ରିକେଟ ଖେଳୁଥିବାରୁ ଆମେ କେତେ ଭାଗ୍ୟବାନ’’ବୋଲି ବଟଲର କହିଛନ୍ତି ।

ବିଶ୍ବର ପ୍ରାୟ ସମସ୍ତ ପ୍ରମୁଖ ଖେଳ ପରି କ୍ରିକେଟ୍, କୋରୋନା ଭାଇରସ୍ ମହାମାରୀ ହେତୁ ପ୍ରାୟ ବନ୍ଦ ପଡି ରହିଛି । 2020 ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏବଂ 2020 ଟି -20 ବିଶ୍ବକପ୍ ସମେତ ସମସ୍ତ ଆଗାମୀ ଟୁର୍ଣ୍ଣାମେଣ୍ଟ ଉପରେ ଏବ କଳା ବାଦଲ ଢାଙ୍କି ହୋଇଯାଇଛି ।

ତେବେ ବୁଧବାର ରାଜସ୍ଥାନ ରୟାଲ୍ସର ଫେସବୁକ ପେଜରେ ଦଳର ସାଥୀ ଖେଳାଳି ଇଶ୍ ସୋଡିଙ୍କ ସହ ଲାଇଭ ଚାଟିଂ କରିବା ବେଳେ ବଟଲର ଏପରି କହିଛନ୍ତି । ସେ କହିଛନ୍ତି, "ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ହେତୁ ଅନେକ ଥର ତୁମେ ପରବର୍ତ୍ତୀ ବିରତି କେବେ ହେବ ଏହି କଥା ଚିନ୍ତା କରିଥାଅ । ମାତ୍ର ବର୍ତ୍ତମାନ ଆମର ଏହି ବ୍ରେକ ବାଧ୍ୟତାମୂଳକ । ଏବେ ଆମେ ସମସ୍ତେ ଅନୁଭବ କରୁଛୁ ଯେ ଆମେ ଦଳ ପାଇଁ ଖେଳୁଥିବାରୁ ଆମେ କେତେ ଭାଗ୍ୟବାନ ।”

ଫେବୃଆରୀରେ ବଟଲର ଇଂଲଣ୍ଡ ଦକ୍ଷିଣ ଆଫ୍ରିକାରେ ଶେଷ ଟି -20 ଖେଳିଥିଲେ । ଏହା ପରେ ସେ ମାର୍ଚ୍ଚ 12ରେ ଶ୍ରୀଲଙ୍କାରେ ଏକ ଟୁର୍ ମ୍ୟାଚ୍ ଖେଳିଥିଲେ ଯାହା ପରେ ମହାମାରୀ ହେତୁ ଇଂଲଣ୍ଡ ଗସ୍ତ ବନ୍ଦ ହୋଇଯାଇଥିଲା । ଏହା ପରେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ ଖେଳିବାର ଥିଲା । ମାତ୍ର ଭାରତରେ ଲକଡାଉନ ଅବଧି ବଢିବା ସହିତ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

ABOUT THE AUTHOR

...view details