ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ବ ପ୍ରଭାବିତ । ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବାତିଲ କିମ୍ବା ସ୍ଥଗିତ କରାଯାଇଛି । ହାଇପ୍ରୋଫାଇଲ ଅଲମ୍ପିକ୍ସ ଗେମକୁ ମଧ୍ୟ ବାତିଲ କରିଦିଆଯାଇଛି ।
ତେବେ ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । କୋରୋନା ଭାଇରସର ସଂକ୍ରମଣ ଭୟ ଯୋଗୁଁ ଏସିଆନ କ୍ରିକେଟ କାଉନସିଲ(ACC) ବୈଠକ ସ୍ଥଗିତ ରଖିଛି । ଫଳରେ ଆୟୋଜନ ସ୍ଥାନକୁ ନେଇ ଏଯାବତ ଚୁଡାନ୍ତ ନିଷ୍ପତି ହୋଇପାରିନାହିଁ ।
ଚଳିତ ଥର ପାକିସ୍ତାନ ଏହାର ଆୟୋଜକ ରହିଛି । ମାତ୍ର ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଗଲେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ତେବେ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବା ନେଇ କୌଣସି ଆନୁଷ୍ଠାନିକ ନିଷ୍ପତି ହୋଇପାରିନାହିଁ ।
ଏସିଆ କପର ଗତ ସଂସ୍କରଣ 2018ରେ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା । ଏଥିରେ ଭାରତ ଚମ୍ପିଆନ ହୋଇଥିଲା । ଟିମ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 7ଥର(6ଥର ଦିନିକିଆ-ଗୋଟିଏ ଥର ଟି-20) ଚମ୍ପିଆନ ଆଖ୍ୟା ଅର୍ଜନ କରିସାରିଛି ।