ଓଡିଶା

odisha

By

Published : Mar 30, 2020, 8:46 PM IST

ETV Bharat / sports

କୋରୋନା ଭାଇରସ: ଆଶଙ୍କାରେ ଭାରତର ଅଷ୍ଟ୍ରେଲିଆ ଗସ୍ତ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଅଷ୍ଟ୍ରେଲିଆ ସରକାର ଆଗମୀ 6 ମାସ ପାଇଁ ଦେଶର ସୀମା ସିଲ କରିଛନ୍ତି । ଫଳରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଆଶଙ୍କା ଦେଖାଦେଇଛି ।

Coronavirus
କୋରୋନା ଭାଇରସ: ଆଶଙ୍କାରେ ଭାରତର ଅଷ୍ଟ୍ରେଲିଆ ଗସ୍ତ

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ରହିଥିଲା । ମାତ୍ର ଏହି ଗସ୍ତକୁ ନେଇ ଏବେ ଆଶଙ୍କା ଦେଖାଦେଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଅଷ୍ଟ୍ରେଲିଆ ସରକାର ଆମାଗୀ 6 ମାସ ପାଇଁ ଦେଶର ସୀମା ସିଲ କରିଛନ୍ତି । ଏଥିସହିତ ବିମାନ ଚଳାଚଳ ମଧ୍ୟ ସ୍ଥଗିତ ରହିଛି । ଏପରି ସ୍ଥିତିରେ ଏହି ଗସ୍ତର ସମ୍ଭାବନା କମ ବୋଲି ଚର୍ଚ୍ଚା ହେଉଛି ।

ଅକ୍ଟୋବରରେ ଏକ ତ୍ରୀରାଷ୍ଟ୍ରିୟ ଟି-20 ସିରିଜ ଖେଳାଯିବା ନେଇ ସୂଚୀ ରହିଥିଲା । ପରେ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ମଧ୍ୟ ରହିଛି । ଅକ୍ଟୋବର 18ରୁ ହାଇପ୍ରୋଫାଇଲ ଆଇସିସି ଟି-20 ବିଶ୍ବକପ ମଧ୍ୟ ରହିଛି ।

ତେବେ କୋରୋନା ଭାଇରସ ଯୋଗୁଁ ଅଷ୍ଟ୍ରେଲିଆ 6 ମାସ ପର୍ଯ୍ୟନ୍ତ ଯାତାୟତ କଟକଣା ଲାଗି ରୁହେ, ତେବେ ଆଉ ଏକ ମେଗା ଇଭେଣ୍ଟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ABOUT THE AUTHOR

...view details