ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣ ପାଇଁ ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ ନିଡର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ଏହି ତାଲିକା ବିସିସିଆଇକୁ ପ୍ରଦାନ କରାଯାଇଛି ।
8ଟି ଫ୍ରାଞ୍ଚାଇଜ ମୋଟ 139 ଖେଳାଳିଙ୍କୁ ରିଟେନ କରାଯାଇଥିବାବେଳେ, 57ଜଣଙ୍କୁ ମୁକ୍ତ କରାଯାଇଛି । ଏବେ ପାଖରେ 193.4018 କୋଟି ନେଇ ମିନି ନିଲାମରେ ଭାଗନେବେ ।
ଯେଉଁ ଖେଳାଳିଙ୍କୁ ରିଟେନ କରାଯାଇନାହିଁ, ସେମାନେ ଫେବୃଆରୀରେ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ମିଡିଆ ରିପୋର୍ଟ ଅନୁଯାୟୀ, 11 ଫେବୃଆରୀରେ ନିଲାମ ତାରିଖ ସ୍ଥିର ହୋଇଛି ।
ସନରାଇଜର୍ସ ହାଇଦ୍ରାବାଦ ସବୁଠୁ ଅଧିକ 21 ଜଣ ଖେଳାଳିଙ୍କୁ ରିଟେନ କରିଛି । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସବୁଠୁ କମ ଖେଳାଳିଙ୍କ ଉପରେ ଭରସା କରିଛି । କେବଳ 12 ଜଣଙ୍କୁ ହିଁ ପାଖରେ ରଖିଛି ଫ୍ରାଞ୍ଚାଇଜ ।
ଆଇପିଏଲର ନିୟମ ଅନୁଯାୟୀ, ସମସ୍ତ ଫ୍ରାଞ୍ଚାଇଜ ନିଜର ଟିମରେ ସର୍ବାଧିକ 25 ଓ ସର୍ବନିମ୍ନ 18 ଖେଳାଳିଙ୍କୁ ରଖିପାରିବେ । କୌଣସି ବି ଟିମରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା 8ରୁ ଅଧିକ ରହିପାରିବେ ନାହିଁ ।
ସମସ୍ତ ଟିମ ଦ୍ବାରା ରିଟେଲ ଓ ରିଲିଡ କରାଯାଇଥିବା ଖେଳାଳିଙ୍କ ନାମ:
ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
(ରିଟେନ)- ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜଭେନ୍ଦ୍ର ଚହଲ, ଦେବଦତ୍ତ ପାଡିକ୍କଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସାଇନି, ଆଡାମ ଜାମ୍ପା, ଶାହବାଜ ଅହମ୍ମଦ, ଜସ ଫିଲିପ, କେନ ରିଟାର୍ଡସନ, ପବନ ଦେଶପାଣ୍ଡେ ।
(ରିଲିଜ)- ଗୁରକୀରତ ସିଂ ମାନ, ମୋଇନ ଅଲୀ, ପାର୍ଥୀବ ପଟେଲ(କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି), ପବନ ନେଗୀ, ଶିବମ ଦୁବେ. ଉମେଶ ଯାଦବ, ଆଲୋନ ଫିଞ୍ଚ୍, କ୍ରିସ ମୋରିସ, ଡେଲ ଷ୍ଟେନ, ଇସୁରୁ ଉଦ୍ଦାନା ।
ବଳକା ରାଶି: 35.70 କୋଟି ଟଙ୍କା
ଚେନ୍ନାଇ ସୁପର କିଙ୍ଗ୍ସ:
(ରିଟେନ)- ଡ୍ବାଇନ ବ୍ରାଭୋ, ଫାପ ଡୁ ପ୍ଲେସିସ, ଏମଏସ ଧୋନି, କେଏମ ଆସିଫ, ଇମରାନ ତାହିର, କର୍ଣ୍ଣ ଶର୍ମା, ମିଚେଲ ସାଣ୍ଟନର, ଆର ସାଇ କିଶୋର, ଲୁଙ୍ଗି ନିଙ୍ଗିଡି, ରବିନ୍ଦ୍ର ଜାଡେଜା, ନାରାୟଣ ଜଗଦୀଶାନ, ଋତୁରାଜ ଗାଏକ୍ବାଡ, ଜସ ହେଜେଲଉଡ, ଅମ୍ବାତି ରାୟୁଡୁ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ସାମ କରନ ।
(ରିଲିଜ) - ସେନ ୱାଟସନ(ସନ୍ୟାସ ନେଇସାରିଛନ୍ତି), ମୂରଲି ବିଜୟ, କେଦାର ଯାଦବ, ହରଭଜନ ସିଂହ, ପିୟୁଷ ଚାୱଲା, ମୋନୁ ସିଂହ ।
ବଳକା ରାଶି: 22.90 କୋଟି ଟଙ୍କା
ରାଜସ୍ଥାନ ରୟାଲ୍ସ:
(ରିଟେନ)- ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜସ ଟବଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱାତିଆ, ମହିପାଳ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନତକତ, ମୟଙ୍କ ମାର୍କଣ୍ଡେ, ଜଶସ୍ବୀ ଜୟସ୍ବାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ ବୋହରା ଓ ରବିନ ଉଥପ୍ପା ।
(ରିଲିଜ) - ଷ୍ଟିଭ ସ୍ମିଥ, ଅଙ୍କିତ ରାଜପୁତ, ଓସାନେ ଥୋମାସ, ଆକାଶ ସିଂହ, ବରୁଣ ଆରୋନ, ଟମ କରନ, ଅନିରୁଦ୍ଧ ଜୋଶୀ, ଶଶାଙ୍କ ସିଂହ ।
ବଳକା ରାଶି: 34.85 କୋଟି ଟଙ୍କା
ଦିଲ୍ଲୀ କ୍ୟାପିଟାଲ୍ସ: