ଓଡିଶା

odisha

ETV Bharat / sports

କ୍ରିକେଟ ଗ୍ରାଉଣ୍ଡରେ ଭାରତ-ପାକ ଝଗଡା

ଭାରତ ପାକିସ୍ତାନ ମ୍ୟାଚ ବେଳେ ଘଟିଛି ଏମିତି କିଛି ଘଟଣା ଯାହା ଆଜିବି ଖେଳାଳିଙ୍କ ସହ ଫ୍ୟାନ୍ସଙ୍କର ମଧ୍ୟ ମନେ ରହିଯାଇଛି । ଅନେକ ଥର ପଡିଆରେ ମୁହାଁମୁହିଁ ହୋଇଛନ୍ତି ଖେଳାଳି ।

By

Published : Jun 15, 2019, 10:50 PM IST

Updated : Jun 15, 2019, 11:14 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ରବିବାର ଇଂଲଣ୍ଡରେ ଭାରତ ଓ ଏହାର ଚିର ପ୍ରତିଦ୍ୱନ୍ଦ୍ବୀ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇ ଭୋଲ୍ଟେଜ ମ୍ୟାଚ । ତେବେ ଏହି ଦୁଇ ପ୍ରତିଦ୍ୱନ୍ଦ୍ବୀ ଯେବେ ପରସ୍ପର ସହ ମୁହାଁମୁହିଁ ହୁଅନ୍ତି ସେତେବେଳେ ଉଭୟ ଦେଶର ସମର୍ଥକ ମଧ୍ୟ ପରସ୍ପର ସହ ଲଢେଇ କରିଥିବାର ନଜିର ରହିଛି । ଆଉ ଏହି କଥାର ସାକ୍ଷୀ ରହିଛି ଇତିହାସ । ଯେତେବେଳେ ବି ଉଭୟ ଟିମ ସାମ୍ନାସାମ୍ନି ହୁଅନ୍ତି ଏହା ତାଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରେ । ଉଭୟ ଟିମ ସହ ସମର୍ଥକ ମଧ୍ୟ ହାର ସ୍ୱୀକାର କରିବାକୁ ନାରାଜ ହୋଇଯାଆନ୍ତି । ଖେଳାଳି ମଧ୍ୟ ଜିତ ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦିଅନ୍ତି । ଏହା ସହ ଭାରତ ପାକିସ୍ତାନର ଖେଳାଳି ଅନେକ ଥର ପଡିଆରେ ପରସ୍ପର ମୁହାଁମୁହିଁ ହେଉଥିବାର ଦେଖିବାକୁ ମିଳିଛି । ତବେ ଆସନ୍ତୁ ନଜର ପକାଇବା ଏପରି କିଛି ଘଟଣା ଉପରେ...

କିରଣ ମୋରେଙ୍କୁ ଚିଡାଇବା ପାଇଁ ବେଙ୍ଗ ବନିଥିଲେ ଜାଭେଦ ମିଆଁଦାଦ

4 ମାର୍ଚ୍ଚ 1992 ଭାରତ ପାକିସ୍ତାନ ବିଶ୍ବକପ ମ୍ୟାଚ ଚାଲିଥିବା ବେଳେ ମୋରେ-ମିଆଁଦାଦଙ୍କ ଝଗଡା ଆଜି ବି ଫ୍ୟାନ୍ସ ମନେ ରଖିଛନ୍ତି । ଏହି ମ୍ୟାଚରେ ମିଆଁଦାଦ ‘ବେଙ୍ଗ ଡିଆଁ’ ଦେଖାଇଥିଲେ । ମିଆଁଦାଦଙ୍କ ବିରୋଧରେ ବାରମ୍ବାର ଅପିଲ କରିଥିଲେ ମୋରେ । ଏତିକିରେ ରାଗିଯାଇଥିଲେ ମିଆଁଦାଦ । ସେହି ଓଭରରେ ସଚିନଙ୍କ ବଲରେ ମିଡଅଫରେ ସଟ ଲଗାଇଥିଲେ ଓ ରନ ପାଇଁ ଦୌଡିଥିଲେ କିନ୍ତୁ ରନ ଆଉଟ ହେବା ଆଶଙ୍କା କରି କ୍ରିଜକୁ ଫେରିଯାଇଥିଲେ । ଠିକ ଏତିକି ବେଳେ ମୋରେ ଥ୍ରୋ କରି ବେଲ୍ସ ଉଡାଇବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ମିଆଁଦାଦ । ୱିକେଟ ଆଗରେ ବେଙ୍ଗ ଭଳି ଡେଇଁବାକୁ ଲାଗିଥିଲେ । କିରନ ମୋରେଙ୍କ ଅପିଲର ନକଲ କରି ତାଙ୍କୁ ଚିଡାଇବାକୁ ଏପରି କରିଥିଲେ ସେ । ଏହି ମ୍ୟାଚ ଭାରତ 43 ରନରେ ଜିତିଥିଲା ।

ଫାଇଲ ଫଟୋ
ଆମୀର ସୋହେଲ ଓ ଭେଙ୍କଟେସ ପ୍ରସାଦ1996 ବିଶ୍ବକପରେ ଭେଙ୍କଟେସ ପ୍ରସାଦ ଓ ଆମୀର ସୋହେଲଙ୍କ ମଧ୍ୟ ହେଇଥିଲା ବଚସା । ବାଙ୍ଗୋଲୁରୁରେ ଚାଲିଥିବା ଏହି ମ୍ୟାଚରେ 287 ରନର ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିଲା ପାକିସ୍ତାନ ଟିମ । ଆମୀର ସୋହେଲ ବ୍ୟାଟିଙ୍ଗ କରୁଥିବା ବେଳେ ବୋଲିଂ କରୁଥିଲେ ଭେଙ୍କଟେସ ପ୍ରସାଦ । ଭେଙ୍କଟେସଙ୍କ ବଲରେ ଚଉକା ମାରି ନିଜ ବ୍ୟାଟରେ ତାଙ୍କୁ ସୀମାରେଖା ଆଡକୁ ଇସାରା କରିଥିଲା ସୋହେଲ । କିନ୍ତୁ ପରବର୍ତ୍ତୀ ବଲରେ ଭେଙ୍କଟେସ ସୋହେଲଙ୍କୁ ବୋଲ୍ଡ କରିଦେଇଥିଲେ ଓ ସୋହେଲଙ୍କ ଉପରେ ରାଗି ତାଙ୍କୁ କହିଥିଲେ ‘ଏବେ ଘରକୁ ଯାଅ’ । ଏହି ମ୍ୟାଚରେ ମଧ୍ୟ ଭାରତ 39 ରନରେ ଜିତି ଥିଲା ।
ଫାଇଲ ଫଟୋ

ଆଳୁ କହିବାରୁ ରାଗି ଗଲେ ଇଞ୍ଜାମାମ
1997 ଭାରତ ପାକିସ୍ତାନ ମ୍ୟାଚ ସମୟରେ ଘଟିଥିବା ଏକ ଘଟଣା ପରେ ଇଞ୍ଜାମାମଙ୍କ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା । କାନାଡା ଟରେଣ୍ଟୋରେ ଖେଳାଯାଉଥିବା ଏହି ମ୍ୟାଚରେ ଇଞ୍ଜାମାମ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ଏତିକି ବେଳେ ତାଙ୍କୁ ଜଣେ ଦର୍ଶକ ବାରମ୍ବାର ଆଳୁ ଆଳୁ କହି ଡାକୁଥିଲେ । ରାଗିଯାଇ ସେ ସେହି ବ୍ୟକ୍ତିଙ୍କୁ ମାଡ ମାରିଥିଲେ ।

ଫାଇଲ ଫଟୋ

ସୋଏବ ଅକ୍ତରଙ୍କୁ ବୀରୁଙ୍କ କଡା ଜବାବ
2003 ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚରେ ସେହୱାଗ ବ୍ୟାଟିଂ କଲାବେଳେ ସୋଏବ ଅକ୍ତର ବାଉନ୍ସର ମାରି ତାଙ୍କୁ ପୁଲ ସଟ ଖେଳିବା ପାଇଁ ଉସୁକାଇଥିଲେ । ସେହୱାଗଙ୍କୁ ଏହି ସଟ ଖେଳିବାରେ ମୁସ୍କିଲ ହେଉଥିଲା । ଅକ୍ତର ବୀରୁଙ୍କୁ ବାରମ୍ବାର କମେଣ୍ଟ କରୁଥିବାରୁ ବୀରୁ ବିରକ୍ତ ହୋଇ କହିଲେ ସଚିନଙ୍କୁ ଏପରି ବୋଲିଂ କରିବା ପାଇଁ । ପରବର୍ତ୍ତୀ ବଲରେ ସଚିନଅକ୍ତରଙ୍କ ଏହି ବଲରେ ଆରମରେ ଛକା ମାରିଥିଲେ । ଏହା ପରେ ଅକ୍ତରଙ୍କ ପାଖକୁ ଯାଇ ବୀରୁ କହିଥିଲେ ‘ବାପ ବାପ ହୋତା ହୈ ଔର ବେଟା ବେଟା ହୋତା ହୈ’ ।

ଫାଇଲ ଫଟୋ

ଗୌତମ ଗମ୍ଭୀର ବନାମ ଶାହିଦ ଆଫ୍ରିଦ
2007 ପାକସ୍ତାନ ଟିମ ଭାରତ ଗସ୍ତରେ ଆସିଥିଲା । 5 ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ କାନପୁର ଠାରେ ଖେଳାଯାଉଥିଲା । ଯେଉଁଥିରେ ଗୌତମ ଗମ୍ଭୀର ଓ ଆଫ୍ରିଦଙ୍କ ଭିତରେ ଗାଳି ଗୁଲଜ ହୋଇଥିଲା । ଶାହିଦଙ୍କ ବଲରେ ଗମ୍ଭୀର ରନ ନେବା ପାଇଁ ଦୌଡିବା ବେଳେ ସେ ଆଫ୍ରିଦଙ୍କ ସହ ଧକ୍କା ହୋଇଥିଲେ ଓ ଗମ୍ଭୀରଙ୍କୁ ଲାଗିଥିଲା ଯେ ଆଫ୍ରିଦ ଜାଣିଶୁଣି ଏପରି କରିଛନ୍ତି । ଏହାପରେ ଉଭୟଙ୍କ ମଧ୍ୟ ବଚସା ଆରମ୍ଭ ହୋଇଥିଲା ।

ଫାଇଲ ଫଟୋ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jun 15, 2019, 11:14 PM IST

ABOUT THE AUTHOR

...view details