ଚେନ୍ନାଇ: ପ୍ରଥମ କ୍ବାଲିଫାୟର ମ୍ୟାଚରେ ଟସ ଜିତି ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏକେ ଅଧିନାୟକ ଏମଏସ ଧୋନି । ଚେନ୍ନାଇର ହୋମ ଗ୍ରାଉଣ୍ଡ ଚେପକ୍ରେ ଖେଳାଯାଉଛି ଏହି ମ୍ୟାଚ ।
ପ୍ରଥମ କ୍ବାଲିଫାୟର: ଚେପକ୍ରେ ପ୍ରଥମ ବ୍ୟାଟିଂ କରିବ ଚେନ୍ନାଇ
ପ୍ରଥମ କ୍ବାଲିଫାୟର ମ୍ୟାଚରେ ଟସ ଜିତି ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏକେ ଅଧିନାୟକ ଏମଏସ ଧୋନି । ଚେନ୍ନାଇର ହୋମ ଗ୍ରାଉଣ୍ଡ ଚେପକ୍ରେ ଖେଳାଯାଉଛି ଏହି ମ୍ୟାଚ ।
ଫଟୋ ସୌଜନ୍ୟ- ଟ୍ବିଟର @IPL
ଟସ ଜିତିଲା ପରେ ଧୋନି କହିଛନ୍ତି, ହଁ ଆମେ ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛୁ । କାରଣ ଆମର ଅଭ୍ୟାସକୁ ଆଖିରେ ରଖି ଆମେ ଏପରି ନିଷ୍ପତ୍ତି ନେଇଛୁ । ଆମେ ବିପକ୍ଷ ଦଳ ବିଷୟରେ ଏତେ ଚିନ୍ତା କରୁ ନାହୁଁ । ଆମେ ଆମର ଗେମରେ ଫୋକସ କରୁଛୁ ।
ସୂଚନାଥାଉ କି, ଚେପକ୍ ଗ୍ରାଉଣ୍ଡରେ ଅତିଥି ମୁମ୍ବାଇ ଇଣ୍ଡିଆନ୍ସ ଭଲ ରେକର୍ଡ ରହିଛି । ଚେପକ୍ ଗ୍ରାଉଣ୍ଡରେ ବଲ ସ୍ଲୋ ରହୁଥିବାରୁ ଅଧିକ ରନ ବନିବା କଷ୍ଟ କର ହୋଇଥିଏ । ତେବେ ଆଜି ମ୍ୟାଚରେ ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ ଦେଖାଯାଇଛି । ଆହାତ କେଦାର ଯାଦବଙ୍କ ସ୍ଥାନରେ ମୁରଲୀ ବିଜୟଙ୍କୁ ସ୍ଥାନ ମିଳିଛି ।
- ଚେନ୍ନାଇ ଏକାଦଶ: ଶେନ୍ ୱାଟ୍ସସନ, ମୁରଲୀ ବିଜୟ, ଫାପ୍ ଡ୍ୟୁପ୍ଲେସିସ, ସୁରେଶ ରାଇନା, ଏମଏସ ଧୋନି, ଅମ୍ବାତି ରାଇଡୁ, ଡ୍ରାଉନ ବ୍ରାଭୋ, ରବିନ୍ଦ୍ର ଯାଡେଜା, ହରଭଜନ ସିଂ, ଦିପକ ଚହର, ଇମ୍ରାନ ତାହିର ।
- ମୁମ୍ବାଇ ଏକାଦଶ: ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ୍, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, କିରନ ପୋଲାର୍ଡ, ଜୟନ୍ତ ଯାଦବ, ରାହୁଲ ଚହର, ଜସପ୍ରିତ୍ ବୁମରା, ଲସିଥ୍ ମାଲିଙ୍ଗା ।