ଓଡିଶା

odisha

ETV Bharat / sports

CEAT ଆଓ୍ବାର୍ଡ: ବୁମରା ଶ୍ରେଷ୍ଠ ବୋଲର, ସ୍ମୃତି ଶ୍ରେଷ୍ଠ ମହିଳା କ୍ରିକେଟର

ଜସପ୍ରିତ ବୁମରାଙ୍କୁ ଶ୍ରେଷ୍ଠ ଇଣ୍ଟରନାଶନାଲ ବୋଲର ଆୱାର୍ଡ ମିଳିଛି । ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି ।

By

Published : May 14, 2019, 7:22 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ମୁମ୍ବାଇ: 24ତମ ସିଇଏଟି କ୍ରିକେଟ ରେଟିଂ ଆୱାର୍ଡ-2019 ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଜସପ୍ରିତ ବୁମରାଙ୍କୁ ଶ୍ରେଷ୍ଠ ଇଣ୍ଟରନାଶନାଲ ବୋଲର ପୁରସ୍କାର ମିଳିଛି । ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି । ରୋହିତ ଶର୍ମାଙ୍କୁ ମଧ୍ୟ କ୍ରିକେଟର ଅଫ ଦି ଇୟର ପୁରସ୍କାର ମିଳିଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଏଥିସହିତ ଟି-20 ମ୍ୟାଚରେ ପ୍ରଭାବି ପ୍ରଦର୍ଶନ ପାଇଁ ଆଫଗାନସ୍ତାନର ରସିଦ ଖାଁଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଅଷ୍ଟେଲିଆ ଖେଳାଳି ଆରୋନ ଫିଞ୍ଚଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଯୁବ କ୍ରିକେଟର ଜଶସ୍ବୀ ଜୟସ୍ବାଲଙ୍କୁ ଜୁନିୟର କ୍ରିକେଟର ଆୱାର୍ଡ ମିଳିଛି । ଚାଇନାମ୍ୟାନ ସ୍ପିନର କୁଲଦିପ ଯାଦବ ଚଳିତ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ଆୱର୍ଡ ବିଜୟୀ ହୋଇଛନ୍ତି । ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଶୁତୋଷ ଅମନ ଡୋମେଷ୍ଟିକ କ୍ରିକେଟ ଅଫ ଦି ଇୟର ହୋଇଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି ମହିନ୍ଦର ଅମରନାଥଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେ 1983 ବିଶ୍ବକପ ବିଜୟୀ ଦଳର ସଦସ୍ୟ ଥିଲେ । ଅମରନାଥ ପୁରସ୍କାର ରାଶିକୁ ଆର୍ମି ୱେଲଫେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details