ହାଇଦ୍ରାବାଦ: ଓପନିଂରୁ ମଧ୍ୟକ୍ରମ କୌଣସି ସ୍ଥାନରେ ବି ବ୍ୟାଟିଂ । ଦଲର ଅଧିନାୟକ ଭାର । ସେପଟେ ୱିକେଟ ପଛରେ ଗ୍ଲୋବସର କମାଲ । ସବୁଥରେ ଧୁରନ୍ଦର ଭାରତୀୟ ଦଳରେ ମିଷ୍ଟର 360 ଭାବେ ପରିଚିତ ଯୁବ ବ୍ୟଟ୍ସମ୍ୟାନ କେଏଲ ରାହୁଲଙ୍କ ଆଜି ହେଉଛି ଜନ୍ମଦିନ । 28 ବର୍ଷରେ ପାଦ ଦେଇଛନ୍ତି ଏହି କନ୍ନଡ ଖେଳାଳି । ତେବେ ଜନ୍ମଦିନରେ ସାଥି ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି ।
ଦଳରେ ରାହୁଲଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଜଣାଇଛନ୍ତି ସ୍ପେସାଲ ବର୍ଥ ଡେ ଉଇସ । ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଉଭୟଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘‘ଜନ୍ମଦିନର ଅନେକ ଶୁଭେଚ୍ଛା ଭାଇ । ସବୁ ସମୟରେ ମୋର ସମର୍ଥନ ତୁମ ପ୍ରତି ରହିଛି ।’’ ସେହିପରି ମୟଙ୍କ ଅଗ୍ରୱାଲ, ଶିଖର ଧୱନ ମଧ୍ୟ ଟ୍ବିଟ କରି ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟ୍ବିଟକରି ରାହୁଲଙ୍କ ରେକର୍ଡ ବଖାଣିଛି । ପ୍ରଥମ ଭାରତୀୟ ଖେଳାଳି ଭାବେ ଡେବ୍ୟୁ ଦିନିକିଆ ମ୍ୟାଚରେ ସେ ଶକତ ଯୋଡିଲେ ବୋଲି ଆଇସିସି ପ୍ରକାଶ କରିଛି । ସେହିପରି 3ୟ ଭାରତୀୟ ଭାବେ ସେ କ୍ରିକେଟର 3ଟି ଯାକ ଫର୍ମାଟରେ ଶତକ ଯୋଡି ସାରିଛନ୍ତି । ତେବେ ତାଙ୍କ ପୂର୍ବରୁ ସୁରେଶ ରାଇନା ଓ ରୋହିତ ଶର୍ମା ଏହି ରେକର୍ଡ କରି ସାରିଛନ୍ତି ।
ନ୍ୟୁଜିଲାଣ୍ଡ ଗସ୍ତର ସୀମିତ ଓଭର ସିରିଜରେ କେଏଲ ରାହୁଲ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ରାହୁଲ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ 221 ରନ୍ ସଂଗ୍ରହ କରିଥିବା ବେଳେ ଦିନିକିଆ ସିରିଜରେ 204 ରନ୍ ସଂଗ୍ରହ କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ 2014 ରେ ଟେଷ୍ଟ ଡେବ୍ୟୁ କରିଥିଲେ । କିନ୍ତୁ ସୀମିତ ଓଭର ଦଳରେ ସ୍ଥାନ ପାଇବାକୁ ତାଙ୍କୁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିଲା । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଡେବ୍ୟୁ କରିଥିଲେ କେଏଲ୍ ରାହୁଲ ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର 3ୟ ତଥା ଶେଷ ମ୍ୟାଚରେ 5 ସ୍ଥାନରେ ବ୍ୟାଟିଂ ଆସି ଶତକୀୟ ପାଳି ଖେଳିଥିଲେ ୱିକେଟକିପର ବ୍ୟାଟମ୍ୟାନ ତଥା ଦଳର ଅନ୍ୟତମ ଓପନର ଲୋକେଶ ରାହୁଲ । ତେବେ ଏମିତି କରି ସେ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ସହ ସମକକ୍ଷ ହୋଇଛନ୍ତି । 2ୟ ଭାରତୀୟ ୱିକେଟକିପର ଭାବେ ସେ 5ମ ସ୍ଥାନରେ ବ୍ୟାଟିଂ ଆସି ଶତକ ଯୋଡିଛନ୍ତି ।
ସେହିପରି 16ଟି ଦିନିକିଆରେ ୱିକେଟକିପିଂ କରି 8ଟି କ୍ୟାଚ ଓ ମାତ୍ର ଗୋଟିଏ ଷ୍ଟମ୍ପିଂ କରିପାରିଛନ୍ତି ପନ୍ତ । ସେହିପରି 27ଟି ଟି-20ରେ ସେ 7ଟି କ୍ୟାଚ ଓ 4ଟି ଷ୍ଟମ୍ପିଂ କରିଛନ୍ତି । ଯେତେବେଳେ କି ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ନିୟମିତ ଭାବେ କିପିଂ କରି ଉଲ୍ଲେଖନୀୟ ପ୍ରଦର୍ଶନ ଦେଖାଇ ପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ୱିକେଟକିପିଂ କରି ଗୋଟିଏ ଷ୍ଟମ୍ପିଂ ଓ ଦୁଇଟି କ୍ୟାଚ ନେଇଥିଲେ । ପରେ ପନ୍ତଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ଓ ଦିନିକିଆ ସିରିଜରେ ନିୟମିତ ଭାବେ ୱିକେଟକିପିଂ କରିଆସୁଛନ୍ତି । ଯେଉଁଠି ସେ 3ଟି ରନ ଆଉଟ ଓ ଦୁଇଟି କ୍ୟାଚ ନେବାରେ ସକ୍ଷମ ହୋଇଛନ୍ତି ।
ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ 2ୟ ଦିନିକିଆରେ 5ମ ସ୍ଥାନରେ ବ୍ୟାଟିଂ ଆସି 52 ବଲରୁ 80 ରନର ପାଳି ଖେଳିଥିଲେ ରାହୁଲ । ସେହିପରି ପ୍ରଥମ ଦିନିକିଆରେ ପ୍ରଥମ ଦିନିକିଆରେ 3ୟ ସ୍ଥାନରେ ବ୍ୟାଟିଂ ଆସି 47ରନ ଓ 3ୟ ଦିନିକିଆରେ ରୋହିତଙ୍କ ସହ ଓପନ କରିଥିଲେ ରାହୁଲ । ଅନ୍ୟପଟେ ଚଳିତ ବର୍ଷର ଦଳର ପ୍ରଥମ ବିଦେଶ ଗସ୍ତ ବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆର ପ୍ରଥମ ମ୍ୟାଚରେ 5ମ ସ୍ଥାନରେ ବ୍ୟାଟିଂ ଆସି ଅପରାଜିତ 88ରନ ଓ 3ୟ ମ୍ୟାଚରେ 112 ବଲରୁ 113ରନର ଶତକୀୟ ପାଳି ଖେଳିଥିଲେ ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜର ସମସ୍ତ ମ୍ୟାଚରେ ସେ ଓପନ କରିଥିଲେ । ତେଣୁ ରାହୁଲଙ୍କ ଏହି ବ୍ୟାଟିଂ ଷ୍ଟାଇଲ ପାଇଁ ତାଙ୍କୁ ଦଳର ମିଷ୍ଟର 360 ବୋଲି ଫ୍ୟାନ୍ସ ବିବେଚନା କରୁଛନ୍ତି ।