ଓଡିଶା

odisha

ETV Bharat / sports

ଜନ୍ମଦିନ ପୂର୍ବରୁ ସାମିଙ୍କୁ କୋର୍ଟଙ୍କ ବାର୍ଥଡେ ଗିଫ୍ଟ

ଜନ୍ମଦିନ ପୂର୍ବରୁ କ୍ରିକେଟର ମହମ୍ମଦ ସାମି ଙ୍କ ବିରୋଧରେ କୋଲକାତା ସ୍ଥିତ ଅଲିପୁର କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିବା ସହ ଆତ୍ମସମର୍ପଣ ପାଇଁ 15 ଦିନ ସମୟ ଦେଇଛି ।

By

Published : Sep 3, 2019, 6:02 PM IST

ଜନ୍ମଦିନ ପୂର୍ବରୁ ସାମିଙ୍କୁ କୋର୍ଟଙ୍କ ବାର୍ଥଡେ ଗିଫ୍ଟ

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ସାମିଙ୍କ ଆଜି (ମଙ୍ଗଳବାର) 29ତମ ଜନ୍ମଦିନ । କିନ୍ତୁ ସବୁଠୁ ବଡକଥା ହେଉଛି ଜନ୍ମଦିନରେ ସୋସିଆଲ ମିଡିଆ ଠାରୁ ଆରମ୍ଭକରି ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥୁବା ବେଳେ କୋର୍ଟ ଦେଇଛନ୍ତି ଶକ୍ତ ଖଟକା ।

କ୍ରିକେଟର ସାମିଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି ହେବା ପରେ ନାୟିକ ବ୍ୟବସ୍ଥା ଉପରେ ଖୁସି ବ୍ୟକ୍ତ କଲେ ପତ୍ନୀ ହାସୀନ ଜାହନ

ଗତବର୍ଷ ସାମିଙ୍କ ପତ୍ନୀ ପତ୍ନୀ ହାସୀନ ଜାହନ ଘରୋଇ ହିଂସାକୁ ନେଇ ଏକ ଅଭିଯୋଗ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିବା ସହ 15 ଦିନ ଭିତରେ ଅତ୍ମସମର୍ପଣ ପାଇଁ ସାମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉ କି ସାମିଙ୍କ ସହ ପରିବାର ସଦସ୍ୟଙ୍କ ବିରୋଧରେ ମଧ୍ୟ ସେ ଅଭିଯୋଗ କରିଥିଲେ । ସମାନ ଘଟଣାରେ କୋର୍ଟ ସାମିଙ୍କ ଭାଇ ହାସିଦ ଅହମ୍ମଦଙ୍କ ବିରୋଧରେ ମଧ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଯାହାକୁ ନେଇ ନ୍ୟାୟିକ ବ୍ୟବସ୍ଥା ଉପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ସାମିଙ୍କ ପତ୍ନୀ ହାସୀନ।

ABOUT THE AUTHOR

...view details