ଓଡିଶା

odisha

ETV Bharat / sports

'ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ଅତିକମରେ 5 କୋଟି ଦେବା ଉଚିତ'

ସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ରବିବାର ପ୍ରଶାସକ କମିଟି ମୁଖ୍ୟ ବିନୋଦ ରାୟଙ୍କୁ ନିବେଦନ କରିଛନ୍ତି ଯେ, ଅତିକମରେ ବିସିସିଆଇ ଶହୀଦ୍‌ ଯବାନଙ୍କ ପରିବାରଙ୍କୁ 5 କୋଟିର ସହାୟତା ରାଶି ଘୋଷଣା କରିବା ଉଚିତ୍‌ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

By

Published : Feb 17, 2019, 11:52 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଶହୀଦ ଯବାନଙ୍କ ପ୍ରତି ଦେଶରୁ ସବୁଆଡୁ ସହାୟତାର ହାତ ବଢିବାରେ ଲାଗିଛି । ଏନେଇ କ୍ରିଡା ଜଗତ ବି ପଛରେ ନାହିଁ । ସେହ୍ବାଗ, ବିଜେନ୍ଦ୍ର ସିଂ ଏବଂ ଗୌତମ ଗମ୍ଭୀରଙ୍କ ପରି କିଛି କ୍ରୀଡାବିତ ମଧ୍ୟ ସହାୟତାର ହାତ ବଢାଇ ଛନ୍ତି। ତେବେ ରବିବାର ଶହୀଦ ଯବାନଙ୍କୁ ସହାୟତା ନେଇ ବିସିସିଆଇ ପାଖରେ ଦାବି ହୋଇଛି ।

ସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ରବିବାର ପ୍ରଶାସକ କମିଟି ମୁଖ୍ୟ ବିନୋଦ ରାୟଙ୍କୁ ନିବେଦନ କରିଛନ୍ତି ଯେ, ଅତିକମରେ ବିସିସିଆଇ ଶହୀଦ୍‌ ଯବାନଙ୍କ ପରିବାରଙ୍କୁ 5 କୋଟିର ସହାୟତା ରାଶି ଘୋଷଣା କରିବା ଉଚିତ୍‌ ।

ଖାନ୍ନା ବିସିସିଆଇ ନିକଟକୁ ଏକ ନିବେଦନ ପତ୍ର ଲେଖିଛନ୍ତି । ଏଥିରେ ଲେଖାଅଛି, ଆମେ ଦୁଃଖିତ ଓ ଅନ୍ୟ ଭାରତୀୟ ନାଗରିକଙ୍କ ଭଳି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରବଳ ନିନ୍ଦ କରୁଛୁ। ଆମେ ଶହୀଦ ଯବାନଙ୍କ ସହ ରହିଛୁ। ବିସିସିଆଇ ପକ୍ଷରୁ ଶହୀଦ ଯବାନଙ୍କ ପରିବାର ଲାଗି 5 କୋଟି ଟଙ୍କା ପ୍ରଦାନ କରିବାକୁ ମୁଁ (ସିକେ ଖାନ୍ନା) ପ୍ରଶାସକ କମିଟି (ସିଓଏ) ନିକଟରେ ନିବେଦନ କରୁଛି ।

ଉଲ୍ଲେଖଥାଉ କି, ଗତକାଲି ଇରାନୀ କପ୍‌ ଚାମ୍ପିୟନ ବିଦର୍ଭ ଦଳ ମ୍ୟାଚରୁ ମିଳିବାକୁ ଥିବା ସମ୍ପୂର୍ଣ୍ଣ ପୁରସ୍କାର ରାଶି ଶହୀଦ ଯବାନଙ୍କ ପରିବାରଙ୍କୁ ଦେବା ନେଇ ଘୋଷଣା କରିଛି । ସେହିଭଳି ପ୍ରଖ୍ୟାତ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଶହୀଦ ଯବାନ ପିଲାମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ପରହିବାନ କରିବେ ବୋଲି କହିଛନ୍ତି ।

ତେବେ ଚିଠିରେ ଆହୁରି ଲେଖା ଅଛି ଯେ, ମୁଁ ବିସିସିଆଇର ରାଜ୍ୟ ଶାଖା ଓ ଆଇପିଏଲ ଫ୍ରାଞ୍ଚାଇଜମାନଙ୍କୁ ଏହି ସହଯୋଗ ଯାତ୍ରରେ ଯୋଗଦାନ କରିବାକୁ ମଧ୍ୟ କହିବି । ସେହିପିର ଆଗାମୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଓ ଆଇପିଏଲର ଉଦ୍‌ଘାଟନୀ ଉତ୍ସବରେ ଶହୀଦ ଯବାନଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ଖାନ୍ନା ନିବେଦନ କରିଛନ୍ତି।

For All Latest Updates

ABOUT THE AUTHOR

...view details