ଓଡିଶା

odisha

By

Published : Jan 13, 2020, 12:27 PM IST

ETV Bharat / sports

କ୍ରିକେଟ ପରାମର୍ଶଦାତା କମିଟିରେ ଗୌତମ ଗମ୍ଭୀର-ମଦନଲାଲ

କ୍ରିକେଟ ପରାମର୍ଶଦାତା କମିଟି(CAC)ର ସଦସ୍ୟ ହେବେ ଟିମ ଇଣ୍ଡିଆର 2 ପୂର୍ବତନ କ୍ରିକେଟର ମଦନଲାଲ ଓ ଗୌତମ ଗମ୍ଭୀର। ଏନେଇ ବିସିସିଆଇ ପକ୍ଷରୁ ଖୁବଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ...

CAC Members
କ୍ରିକେଟ ଆଡଭାଇଜାରୀ କମିଟି

ନୂଆଦିଲ୍ଲୀ: ଖୁସଶ୍ରୀଘ୍ର ବିସିସିଆଇ ନିଯୁକ୍ତ କରିପାରେ କ୍ରିକେଟ ପରାମର୍ଶଦାତା କମିଟି(CAC)। ଏହି କମିଟିର ସଦସ୍ୟ ହେବା ଦୌଡରେ ସବୁଠୁ ଆଗରେ ଅଛନ୍ତି ଟିମ ଇଣ୍ଡିଆର 2 ପୂର୍ବତନ କ୍ରିକେଟର ମଦନ ଲାଲ ଓ ଗୌତମ ଗମ୍ଭୀର। 2020ରୁ ଆଗାମୀ 4ବର୍ଷ ପର୍ଯ୍ୟନ୍ତ ଏହି କମିଟିର କାଯ୍ୟକାଳ ରହିବ। ତୃତୀୟ ସଦସ୍ୟ ଭାବେ ମୁମ୍ବାଇର ପୂର୍ବତନ ମହିଳା କ୍ରିକେଟର ସୁଲକ୍ଷଣା ନାଏକଙ୍କୁ ନିଯୁକ୍ତି ମିଳିବ।

ଏନେଇ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ଶେଷ ହୋଇଛି। କେବଳ ଆନୁଷ୍ଠାନିକ ଭାବେ କୌଣସି ସମୟରେ ଏନେଇ ଘୋଷଣା ହେବାର ସମ୍ଭାବନା ରହିଛି। ପୂର୍ବତନ ମହିଳା କ୍ରିକେଟର ସୁଲକ୍ଷଣା ନାଏକ ଭାରତୀୟ ଦଳରେ 2ଟି ଅନ୍ତଜାର୍ତୀୟ ଟେଷ୍ଟ ଓ 46ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।

ମଦନ ଲାଲ 1983 ବିଶ୍ବକପ ବିଜୟୀ ଟିମର ସଦସ୍ୟ ଅଛନ୍ତି। ଅନ୍ୟପଟେ ଗୌତମ ଗମ୍ଭୀର 2011 ବିଶ୍ବକପର ହିରୋ ରହିସାରିଛନ୍ତି। ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ଭାରତୀୟ କ୍ରିକେଟର ମଦନ ଲାଲ 39ଟି ଟେଷ୍ଟ ଓ 67 ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହି ନୂଆ କମିଟିରେ ସେ ସିନିୟର ସଦସ୍ୟ ରହିଛନ୍ତି। ଏହି କମିଟି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ(ଦକ୍ଷିଣ), ଗଗନ ଖୋଦା(ମଧ୍ୟ)ଙ୍କୁ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି।

ସନନଦୀପ ସିଂହ(ଉତ୍ତର), ଦେବାଙ୍ଗ ଗାନ୍ଧୀ(ପୂର୍ବ), ଜଷ୍ଟିନ ପାରନଜପେ(ପଶ୍ଚିମ) ଚୟନକର୍ତ୍ତାଙ୍କ 4ବର୍ଷ କାର୍ଯ୍ୟକାଳରୁ ଗୋଟିଏ ବର୍ଷ ବାକି ରହିଛି।

ABOUT THE AUTHOR

...view details