ଓଡିଶା

odisha

ETV Bharat / sports

ଆଇପିଏଲ: ଅମ୍ପାୟାରଙ୍କ ପାଇଁ ନିୟମ ଅଲଗା ! - umpire

ବିସିସିଆଇର ଜଣେ ସଦସ୍ୟ କହିଛନ୍ତି ଯ, " ଲିଅଙ୍ଗ ଚଳିତ ସିଜନରେ ସର୍ବଶ୍ରେଷ୍ଠ ଅମ୍ପାୟାରିଂ କରିଛନ୍ତି । ମାତ୍ର ସେ କରିଥିବା କାଣ୍ଡ ତାଙ୍କ କ୍ରୋଧର କାରଣ ଥିଲା । ସେହି ପରିସ୍ଥିତିରେ କେହି ମଧ୍ୟ ଏମିତି କରିଥାନ୍ତେ । ତେବେ ସେ ନିଜର ଭୁଲ ବୁଝିପାରିଛନ୍ତି । ଆଉ ହୋଇଥିବା କ୍ଷତିର ଭରଣା ନିଜ ପକେଟରୁ କରିଛନ୍ତି । "

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : May 11, 2019, 6:23 AM IST

Updated : May 11, 2019, 6:40 AM IST

ନୂଆଦିଲ୍ଲୀ: ବିରାଟଙ୍କ ସହ ଯୁକ୍ତି କଲେ । ପାଭେଲିଅନର ଏକ କବାଟ ଭାଙ୍ଗିଲେ । ମାତ୍ର ତାଙ୍କ ପାଇଁ କୌଣସି ସଜା ନାହିଁ । ଆମେ କହୁଛୁ ଇଂଲିଶ ଅମ୍ପାୟାର ନିଗେଲ ଲିଅଙ୍ଗଙ୍କ କଥା । ଯିଏ ଏମିତି କାଣ୍ଡ କରି ମଧ୍ୟ ଆସନ୍ତା 12ତାରିଖରେ ହେବାକୁ ଥିବା ଆଇପିଏଲ ଫାଇନାଲ ମ୍ୟାଚରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଗତ କିଛି ଦିନ ତଳେ ହାଇଦ୍ରାବାଦ ଓ ବାଙ୍ଗାଲୋର ମ୍ୟାଚରେ ବିରାଟ କୋହଲିଙ୍କ ସହ ଯୁକ୍ତିତର୍କ କରିଥିଲେ ଅମ୍ପାୟାର ନିଗେଲ ଲିଅଙ୍ଗ । ମ୍ୟାଚରେ ଏକ ନୋ ବଲକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସୂଚନା ମୁତାବକ ମ୍ୟାଚ ପରେ ଲିଅଙ୍ଗ ପାଭିଲିୟନ ଭିତରକୁ ଯାଇ ଏକ କବାଟକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ ।

ତେବେ ଘଟଣା ପରେ କାଳେ ଆଇପିଏଲ କର୍ତ୍ତୁପକ୍ଷ ତାଙ୍କୁ କୌଫଦ୍‌ ମାଗିଥିଲେ । ଏପଟେ ବିସିସିଆଇ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶୁଣାଯାଉଥିଲା । ମାତ୍ର କିଛି ଦିନ ବିତିଗଲା ପରେ ଫଳ ଶୂନ । " କଥାରେ ଅଛି ବଡଙ୍କୁ ଉତ୍ତର ନାହିଁ । "

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଠିକ୍‌ କିଛି ଏହି ଢଙ୍ଗରେ ବିସିସିଆଇର ଜଣେ ସଦସ୍ୟ କହିଛନ୍ତି ଯ, " ଲିଅଙ୍ଗ ଚଳିତ ସିଜନରେ ସର୍ବଶ୍ରେଷ୍ଠ ଅମ୍ପାୟାରିଂ କରିଛନ୍ତି । ମାତ୍ର ସେ କରିଥିବା କାଣ୍ଡ ତାଙ୍କ କ୍ରୋଧର କାରଣ ଥିଲା । ସେହି ପରିସ୍ଥିତିରେ କେହି ମଧ୍ୟ ଏମିତି କରିଥାନ୍ତେ । ତେବେ ସେ ନିଜର ଭୁଲ ବୁଝିପାରିଛନ୍ତି । ଆଉ ହୋଇଥିବା କ୍ଷତିର ଭରଣା ନିଜ ପକେଟରୁ କରିଛନ୍ତି । "

ତେବେ ଏଠାରେ ପ୍ରଶ୍ନ ଉଠୁଛି । ଯଦି ଏହି କାଣ୍ଡ କୌଣସି ଖେଳାଳିଟିଏ କରିଥାନ୍ତା ? ଅଥବା ଜଣେ କୋଚ୍‌ କରିଥାନ୍ତେ? ତେବେ କଣ ବିସିସିଆଇ କେବଳ ନିଜ ପକେଟ୍‌ ଭରଣା କରି ବ୍ୟକ୍ତିଟିକୁ ଦୋଷ ମୁକ୍ତ କରିଦେଇଥାନ୍ତା ।

ସୂଚନାଥାଉ କି, ଚଳିତ ଆଇପିଏଲରେ ଅତି ଦୂର୍ବଳ ଅମ୍ପାୟାରିଂ ଚର୍ଚ୍ଚାର ପରିସରକୁ ଆସିଛି । କିଛି ପୂର୍ବତନ କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞମାନେ ଚଳିତ ଆଇପିଏଲର ଅମ୍ପାୟାରିଂକୁ ସମାଲୋଚନା ମଧ୍ୟ କରିଛନ୍ତି ।

Last Updated : May 11, 2019, 6:40 AM IST

ABOUT THE AUTHOR

...view details