ମୁମ୍ବାଇ: ରବିବାର ଦିନ ମୁମ୍ବାଇ ଠାରେ ବିସିସିଆଇର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 'ନମନ' ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଭାରତୀୟ କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି।
'ନମନ'ରେ ଭାରତୀୟ କ୍ରିକେଟରଙ୍କୁ ମିଳିଲା ଉଲ୍ଲେଖନୀୟ ଅବଦାନ ପାଇଁ ଆଓ୍ବାର୍ଡ - #naman
ମହିଳା ବର୍ଗରେ ଶେଫାଳି ବର୍ମା ଓ ପୁରୁଷ ବର୍ଗରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ ଆଓ୍ବାର୍ଡ ମିଳିଛି। ସେହିପରି ଦିଲ୍ଲୀପ ଦୋଶୀଙ୍କୁ ବିସିସିଆଇ ସ୍ପେସିଆଲ ଆଓ୍ବାର୍ଡ ମିଳିଛି।
bcci
ପୁରସ୍କୃତ ହୋଇଥିବା ଖେଳାଳି ହେଉଛନ୍ତି:
- ଶେଫାଳି ବର୍ମା: ଜଗମୋହନ ଡାଲମିୟା ଟ୍ରଫି- ବେଷ୍ଟ ମିହିଳା କ୍ରିକେଟର(କନିଷ୍ଠ ଘରୋଇ ବର୍ଗ)2018-19
- ଦୀପ୍ତି ଶର୍ମା: ଜଗମୋହନ ଡାଲମିୟା ଟ୍ରଫି-ବେଷ୍ଟ ମିହିଳା କ୍ରିକେଟର(ସିନିୟର ଘରୋଇ ବର୍ଗ )2018-19(ସିନିୟର ଦିନିକିଆ)
- ଅଭିଷେକ ଯାଦବ:ଜଗମୋହନ ଡାଲମିୟା ଟ୍ରଫି-ସର୍ବାଧିକ ଓ୍ବିକେଟ ହାସଲ(u-16) (ବିଜୟ ମର୍ଚାଣ୍ଟ ଟ୍ରଫି 2018-19)
- ଆରୟନ ହୁଡା: ଜଗମୋହନ ଡାଲମିୟା ଟ୍ରଫି- ସର୍ବାଧିକ ରନ୍ ହାସଲ(u-16) (ବିଜୟ ମର୍ଚାଣ୍ଟ ଟ୍ରଫି 2018-19)
- ଅପୂର୍ବ ଆନନ୍ଦ:ଏମ.ଏ ଚିଦାମ୍ବରମ ଟ୍ରଫି-ସର୍ବାଧିକ ଓ୍ବିକେଟ ହାସଲ(u-19) (କୁଚ ବିହାର ଟ୍ରଫି 2018-19)
- ବତ୍ସଲ ଗୋବିନ୍ଦ: ଏମ.ଏ ଚିଦାମ୍ବରମ ଟ୍ରଫି- ସର୍ବାଧିକ ରନ୍ ହାସଲ(u-19) (କୁଚ ବିହାର ଟ୍ରଫି 2018-19)
- ସିଦକ ସିଂ: ଏମ.ଏ ଚିଦାମ୍ବରମ ଟ୍ରଫି-ସର୍ବାଧିକ ଓ୍ବିକେଟ ହାସଲ(u-23) (ସିକେ ନାଇଡୁ ଟ୍ରଫି 2018-19)
- ମନନ ହିଙ୍ଗରାଜିଆ: ଏମ.ଏ ଚିଦାମ୍ବରମ ଟ୍ରଫି- ସର୍ବାଧିକ ରନ୍ ହାସଲ(u-23) (ସିକେ ନାଇଡୁ ଟ୍ରଫି 2018-19)
- ଆଶୁତୋଷ ଅମନ: ମାଧବରାଓ ସିନ୍ଧିଆ ଆଓ୍ବାର୍ଡ-ସର୍ବାଧିକ ଓ୍ବିକେଟ ହାସଲ(ରଣଜୀ ଟ୍ରଫି 2018-19)
- ମିଲିନ୍ଦ କୁମାର: ମାଧବରାଓ ସିନ୍ଧିଆ ଆଓ୍ବାର୍ଡ- ସର୍ବାଧିକ ରନ୍ ହାସଲ (ରଣଜୀ ଟ୍ରଫି 2018-19)
- ନିତିଶ ରଣା: ଲାଲା ଅମରନାଥ ଆଓ୍ବାର୍ଡ-ବେଷ୍ଟ ଅଲରାଉଣ୍ଡର( ଘରୋଇ ସୀମିତ ଓଭର 2018-19 )
- ଶିବମ ଦୁବେ: ଲାଲା ଅମରନାଥ ଆଓ୍ବାର୍ଡ-ବେଷ୍ଟ ଅଲରାଉଣ୍ଡର (ରଣଜୀ ଟ୍ରଫି 2018-19)
- 2018-19 ସିଜନ୍ରେ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦଳ ଭାବେ ବିର୍ଦ୍ଧଭ କ୍ରିକେଟ ସଂଘକୁ ଆଓ୍ବାର୍ଡ ମିଳିଛି।
- ମହିଳା ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ(2018-19)ରେ ସର୍ବାଧିକ ଓ୍ବିକେଟ ନେଇଥିବା କ୍ରିକେଟର ପାଲଟିଛନ୍ତି ଝୁଲଣ ଗୋସ୍ବାମୀ।
- ମହିଳା ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ(2018-19)ରେ ସର୍ବାଧିକ ରନ୍ ହାସଲ କରିଥିବା କ୍ରିକେଟର ପାଲଟିଛନ୍ତି ସ୍ମୃତି ମାନ୍ଧାନା ।
- ଜସପ୍ରୀତ ବୁମରା: ଦିଲ୍ଲୀପ ସରଦେଶାଇ ଆଓ୍ବାର୍ଡ-ସର୍ବାଧିକ ଓ୍ବିକେଟ ହାସଲ(ଟେଷ୍ଟ କ୍ରିକେଟ 2018-19)
- ଚେତେଶ୍ବର ପୂଜାରା: ଦିଲ୍ଲୀପ ସରଦେଶାଇ ଆଓ୍ବାର୍ଡ- ସର୍ବାଧିକ ରନ୍ ହାସଲ (ଟେଷ୍ଟ କ୍ରିକେଟ 2018-19)
- ମହିଳା ବର୍ଗରେ ଶେଫାଳି ବର୍ମାଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ ଆଓ୍ବାର୍ଡ ମିଳିଛି।
- ପୁରୁଷ ବର୍ଗରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ ଆଓ୍ବାର୍ଡ ମିଳିଛି।
- ପୁନମ ଯାଦବଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ କ୍ରିକେଟର ଆଓ୍ବାର୍ଡ ମିଳିଛି।
- ଜସପ୍ରୀତ ବୁମରା: ପୋଲି ଉମ୍ରିଗର ଆୱାର୍ଡ(ପୁରୁଷ ବର୍ଗ)।
- ଦିଲ୍ଲୀପ ଦୋଶୀଙ୍କୁ ବିସିସିଆଇ ସ୍ପେସିଆଲ ଆଓ୍ବାର୍ଡ ମିଳିଛି।
- ଅଞ୍ଜୁମ ଚୋପ୍ରାଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳିଛି। ସେ ପ୍ରଥମ ମହିଳା କ୍ରିକେଟର ଭାବେ 100ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।
- କ୍ରୀଷ୍ଣାମାଚାରି ଶ୍ରୀକାନ୍ତଙ୍କୁ ସିକେ ନାଇଡୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି।
- ବୀରେନ୍ଦ୍ର ଶର୍ମା: ବେଷ୍ଟ ଅମ୍ପାୟାର( ଘରୋଇ କ୍ରିକେଟ 2018-19)
Last Updated : Jan 12, 2020, 9:56 PM IST