ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟ ସହ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ହାତେଇବା ପରେ, 5 କୋଟି ବୋନସ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ବ୍ରିସବେନରେ ଖେଳାଯାଇଥିବା 4ର୍ଥ ତଥା ଶେଷ ଟେଷ୍ଟକୁ 3 ୱିକେଟରେ ଜିତିବା ସହ 2-1ରେ ସିରିଜ ବିଜେତା ହୋଇଛି ଭାରତୀୟ ଟିମ୍ ।
ବିଜୟୀ ଭାରତ ପାଇଁ ବିସିସିଆଇର ବୋନସ 5 କୋଟି ଶେଷ ଟେଷ୍ଟରେ ଭାରତ 328 ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିବା ସହ ବ୍ରିସବେନର ଗାବାରେ ଅଷ୍ଟ୍ରେଲିଆର 32 ବର୍ଷର ଅପରାଜେୟ ରେକର୍ଡକୁ ଭଙ୍ଗ କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ବିଜୟର କିଛି ମିନିଟ ମଧ୍ୟରେ ବୋର୍ଡ 5 କୋଟି ବୋନସ କରୁଥିବା ନେଇ ଟ୍ବିଟ ଯୋଗେଁ ଘୋଷଣା କରିଥିଲେ ।
ଟିମ ଇଣ୍ଡିଆ ଉଦ୍ଦେଶ୍ୟରେ ଟ୍ବିଟରେ ଗାଙ୍ଗୁଲି ଲେଖିଛନ୍ତି, "ଅନ୍ୟତମ ସ୍ମରଣୀୟ ବିଜୟ...ଅଷ୍ଟ୍ରେଲିଆରେ ଯାଇ ଏପରି ଭାବରେ ଟେଷ୍ଟ ସିରିଜ ଜିତିବା...ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଟିମ ପାଇଁ ବିସିସିଆଇ 5 କୋଟି ଟଙ୍କା ବୋନସ ଘୋଷଣା କରୁଛି । ଏହି ବିଜୟର ମୂଲ୍ୟ କୌଣସି ସଂଖ୍ୟାରେ ଆକଳନ କରିବା ଅସମ୍ଭବ...ଗସ୍ତରେ ଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ।"
"ବିସିସିଆଇ ଭାରତୀୟ ଟଙ୍କା 5 କୋଟି ଟିମ ପାଇଁ ବୋନସ ଭାବେ ଘୋଷଣା କରୁଛି । ଏହା ଭାରତୀୟ କ୍ରିକେଟ ପାଇଁ ସ୍ବତନ୍ତ୍ର ମୂହୂର୍ତ୍ତ । ଚରିତ୍ର ଓ କୌଶଳର ସୁନ୍ଦର ନିଦର୍ଶନ । " ଟ୍ବିଟରେ ଏହା କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ