ଓଡିଶା

odisha

ETV Bharat / sports

ବିଶ୍ୱକପ: 15 ଜଣିଆ ଦଳ ଘୋଷିତ, ପ୍ରଥମ ଚାନ୍ସ ପାଇ ବିଜୟ ଖୁସ୍

ସେପଟେ ବିଶ୍ବକପ୍ ପାଇଁ ଯାହାଙ୍କ ନାଁ ଅଧିକ ଚର୍ଚ୍ଚାରେ ଥିଲା ସେ ହେଉଛନ୍ତି ଋଷଭ ପନ୍ତ। ତେବେ ପନ୍ତଙ୍କୁ ମିଳିନାହିଁ ଇଂଲଣ୍ଡ ବିଶ୍ବକପ୍ ପାଇଁ ଟିକେଟ।

By

Published : Apr 15, 2019, 5:16 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ମୁମ୍ବାଇ: ବିଶ୍ବକପ୍ ପାଇଁ ବିସିସିଆଇ ଚୟନ କମିଟି ସୋମବାର ଘୋଷଣା କରିଛି 15 ଜଣିଆ ଭାରତୀୟ ଟିମ। ଚୟନ କମିଟି, ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ମୁମ୍ବାଇ ଠାରେ ବସିଥିବା ବୈଠକ ଶେଷ ହେବା ପରେ ବିସିସିଆଇର ଚୟନ ସମିତି ମୁଖ୍ୟ ଏମଏସକେ ପ୍ରସାଦ 15 ଜଣିଆ ଟିମ୍ ଇଣ୍ଡିଆ ଘୋଷଣା କରିଛନ୍ତି । ଆସନ୍ତା ମେ ମାସ 30 ତାରିଖରୁ ଇଂଲଣ୍ଡ ଏବଂ ୱେଲ୍‌ସ ଠାରେ ବିଶ୍ୱକପ ଖେଳାଯିବ।

ଅନେକ କଳ୍ପନା ଜଳ୍ପନା ପରେ ବିଶ୍ବକପ ପାଇଁ ଘୋଷିତ ହୋଇଛି ଭାରତୀୟ କ୍ରିକେଟ ଟିମ। ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧୱନ, କେଦାର ଯାଦବ, ଏମଏସ ଧୋନି (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଲରାଉଣ୍ଡର), ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, ମହମ୍ମଦ ସାମି, କୁଳଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, କେଏଲ ରାହୁଲ, ବିଜୟ ଶଙ୍କର, ରବିନ୍ଦ୍ର ଜାଡେଜାଙ୍କୁ ଘୋଷିତ 15 ଜଣିଆ ଦଳରେ ସ୍ଥାନ ମିଳିଛି । ଆଜି ଘୋଷିତ ଦଳ ବିଶ୍ବକପ ଖେଳିବାକୁ ଇଂଲଣ୍ଡ ଉଡିବ । ତେବେ ଟିମ୍ ଚୟନ ନେଇ ପୂର୍ବରୁ ଅନେକ ଅଙ୍କକଷା ଚାଲିଥିଲା ବେଳେ ଖେଳାଳିଙ୍କ ଫର୍ମ, ଫିଟନେସ୍ ଏବଂ ନିକଟରେ ସମାପ୍ତ ହୋଇଥିବା କିଛି ସିରିଜରେ ପ୍ରଦର୍ଶନକୁ ଆଖିଆଗରେ ରଖି ବିଶ୍ବକପ ଦଳ ଚୟନ ହୋଇଥିବା କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ।

ସେପଟେ ବିଶ୍ବକପ୍ ପାଇଁ ଯାହାଙ୍କ ନାଁ ଅଧିକ ଚର୍ଚ୍ଚାରେ ଥିଲା ସେ ହେଉଛନ୍ତି ଋଷଭ ପନ୍ତ। ତେବେ ପନ୍ତଙ୍କୁ ମିଳିନାହିଁ ଇଂଲଣ୍ଡ ବିଶ୍ବକପ୍ ପାଇଁ ଟିକେଟ। ଉମେଶ ଯାଦବ, ଅମ୍ବାତି ରାୟଡୁ, ଖଲିଲ ଅହମଦ, ଦୀପକ ଚହର ମଧ୍ୟ ବାଦ ପଡିଛନ୍ତି ବିଶ୍ବକପ ଦଳରୁ। ସେପଟେ ଟିମରେ ସ୍ଥାନ ବଜାୟ ରଖିଛନ୍ତି ଦୁଇ ରିଷ୍ଟ ସ୍ପିନର । ତେବେ ପୂର୍ବରୁ ସସ୍ପେନ୍ସ ରହିଥିଲା 4 ନମ୍ବର ସ୍ଥାନକୁ ନେଇ। ଦଳ ଘୋଷଣା ପରେ ନିଶ୍ଚିତ ହୋଇଯାଇଛି ଯେ ବିଜୟ ଶଙ୍କର ଦଳରେ 4 ନମ୍ବର ସ୍ଥାନରେ ଖେଳିବେ।

ଭାରତୀୟ ବିଶ୍ବକପ ଦଳରେ ସ୍ଥାନ ମିଳିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହା ମୋର ପ୍ରଥମ ବିଶ୍ବକପ ଖେଳିବା ସୁଯୋଗ । ବାସ୍ତବରେ ବିଶ୍ବକପ ଖେଳିବା ସମସ୍ତ କ୍ରିକେଟରଙ୍କ ପାଇଁ ସ୍ବତନ୍ତ୍ର ଏବଂ ଖାସ୍ ହୋଇଥାଏ । ତେଣୁ ମିଳିଥିବା ସୁଯୋଗର ସଦୁପଯୋଗ କରିବି ବୋଲି ଆଶା ରଖିଥିବା କହିଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details