କଟକ: ହାତରେ ମାତ୍ର 3 ଦିନ । ବାରବାଟୀରେ ମହାଲଢେଇ । ପୋଲାର୍ଡ ବାହିନୀ ସହ ମୁଁହାମୁହିଁ ହେବ ଭାରତ । ଷ୍ଟାଡିଅମ ବି ପ୍ରସ୍ତୁତ । ବିରାଟ ବିରାଟ ସ୍ବରରେ କମ୍ପିବ ବାରବାଟୀ । କାରଣ ଦୀର୍ଘ ଦିନ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ତେବେ ଏହି ମ୍ୟାଚ ପାଇଁ ଗୁରୁବାର ସକାଳ 9ଟାରୁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍ । ଏନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।
ଯାହାକୁ କିଣିବା ପାଇଁ କାଉଣ୍ଟରରେ ଲାଗିବ ଫ୍ୟାନ୍ସଙ୍କ ଲମ୍ବା ଲାଇନ । ତେବେ ଚଳିତବର୍ଷ କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଥିବାରୁ କ୍ରୀଡାପ୍ରେମୀ ମାନଙ୍କୁ ଟିକେଟ କିଣିବାରେ କୌଣସି ଅସୁବିଧା ହେବନି ବୋଲି ଆଶା କରାଯାଉଛି । ଏହାଛଡା ନିଜର ପସନ୍ଦଦାର କ୍ରିକେଟରକୁ ଦେଖିବା ପାଇଁ କିଏ ବା ଚାନ୍ସ ମିସ୍ କରିବ ବୋଲି କହିଛନ୍ତ ଫ୍ୟାନ୍ସ ।